ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଜାତିସଂଘର ୮୦ତମ ସାଧାରଣ ଅଧିବେଶନରେ ଉଦ୍ବୋଧନ ଦେଇ ପୁଣିଥରେ ୭ଟି ଯୁଦ୍ଧ ଶେଷ କରିଥିବା ଦାବି ଦୋହରାଇ ନିଜ ପାଇଁ…
ୱାସିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଜାତିସଂଘର ୮୦ତମ ସାଧାରଣ ଅଧିବେଶନରେ ଉଦ୍ବୋଧନ ଦେଇ ପୁଣିଥରେ ୭ଟି ଯୁଦ୍ଧ ଶେଷ କରିଥିବା ଦାବି ଦୋହରାଇ ନିଜ ପାଇଁ ନୋବେଲ ଶାନ୍ତି ଦାବି କରିଛନ୍ତି। ଟ୍ରମ୍ପ କହିଛନ୍ତି, ସେ ଭାରତ-ପାକିସ୍ତାନ, ଇସ୍ରାଏଲ-ଇରାନ, ରୁଆଣ୍ଡା-କଙ୍ଗୋ, ଥାଇଲାଣ୍ଡ-କାମ୍ବୋଡ଼ିଆ, ଆର୍ମେନିଆ- ଅାଜରବୈଜନ, ଇଜିପ୍ଟ-ଇଥିଓପିଆ ଏବଂ ସର୍ବିୟା-କସଭୋ ଯୁଦ୍ଧ ବନ୍ଦ କରିବାରେ ସଫଳ ହୋଇଛନ୍ତି। ଏହା ଅନ୍ୟମାନଙ୍କ ପାଇଁ ଅକଳ୍ପନୀୟ। ଅନ୍ୟ କୌଣସି ରାଷ୍ଟ୍ରପତି କିମ୍ବା ନେତା ଏହାର ପାଖାପାଖି କିଛି କରିପାରିନାହାନ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ ଯାହା ଜାତିସଂଘ କରିବା କଥା ତାହା ସେ କରୁଛନ୍ତି ବୋଲି ଟ୍ରମ୍ପ କହିଛନ୍ତି।
ଜାତିସଂଘ ସାଧାରଣ ଅଧିବେଶନରେ ଭାଷଣ ଦେଇ ଏହି ବୈଶ୍ବିକ ସଂସ୍ଥାକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଯୁଦ୍ଧ ଶେଷ ପାଇଁ ଜାତିସଂଘ କେବେ ବି ସହଯୋଗ କରିବାକୁ ପ୍ରୟାସ କରିନାହିଁ। ସେ ୭ ରାଷ୍ଟ୍ରର ନେତାଙ୍କ ସହ ଯୋଗାଯୋଗ କରିଛନ୍ତି। କିନ୍ତୁ ଜାତିସଂଘଠାରୁ ଗୋଟିଏ କଲ୍ ବି ପାଇନାହାନ୍ତି। ସେ କହିଛନ୍ତି, ଜାତିସଂଘ କେବଳ କଡ଼ା ଚିଠି ଲେଖି ଜାଣିଛି। ଜାତିସଂଘ କେବଳ ଫମ୍ପା କଥା କହୁଛି। କିନ୍ତୁ ଫମ୍ପା କଥାରେ ଯୁଦ୍ଧର ସମାଧାନ ହୋଇପାରିବନି। ସେ ଜାତିସଂଘଠାରୁ କେବଳ ୨ଟି ଜିନିଷ ପାଇଛନ୍ତି। ତାହା ହେଉଛି ଖରାପ୍ ଏସ୍କାଲେଟର ଏବଂ ଭଙ୍ଗା ଟେଲିପ୍ରମ୍ପଟର। ଜାତିସଂଘ ମୁଖ୍ୟାଳୟର ଏକ ଭିଡିଓରୁ ଦେଖିବାକୁ ମିଳିଛି ଯେ ଟ୍ରମ୍ପ ଏବଂ ମେଲାନିଆ ଏସ୍କାଲେଟର୍ରେ ଚଢ଼ିବା ସମୟରେ ଏହା ହଠାତ୍ ବନ୍ଦ ହୋଇଗଲା। ସେହିଭଳି ଟ୍ରମ୍ପ ଭାଷଣ ଆରମ୍ଭ କରିବା ସମୟରେ ଟେଲିପ୍ରମ୍ପଟର ମଧ୍ୟ ଫେଲ୍ ମାରିଲା। ଏହାପରେ ଟ୍ରମ୍ପ କାଗଜରୁ ତାଙ୍କ ଭାଷଣ ପଢ଼ିଥିଲେ। ଉକ୍ତ ୨ଟି ବିଷୟକୁ ନେଇ ଟ୍ରମ୍ପ ତାଙ୍କ ଭାଷଣରେ ଜାତିସଂଘର କାର୍ଯ୍ୟ ସ୍ବରୂପକୁ ପଦାରେ ପକାଇଥିଲେ।
ଟ୍ରମ୍ପ କହିଛନ୍ତି, ଚୀନ୍ ଓ ଭାରତ ୟୁକ୍ରେନ ଯୁଦ୍ଧରେ ପାଣ୍ଠି ଲଗାଇଛନ୍ତି। କିଛି ନାଟୋ ରାଷ୍ଟ୍ର ମଧ୍ୟ ଏହା କରୁଛନ୍ତି। କିଛି ୟୁରୋପୀୟ ରାଷ୍ଟ୍ର ମଧ୍ୟ ରୁଷ୍ଠାରୁ ତୈଳ କିଣୁଛନ୍ତି ଏବଂ ଏହା ସହ ଲଢ଼ୁଛନ୍ତି। ଏହା ଅତ୍ୟନ୍ତ ଲଜ୍ଜାଜନକ। ବେଆଇନ ପ୍ରବାସୀଙ୍କ ପାଇଁ ଟ୍ରମ୍ପ କଡ଼ା ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି, ଯଦି ତୁମେ ବେଆଇନ ଭାବେ ଆମେରିକାକୁ ପ୍ରବେଶ କରୁଛ ତେବେ ତୁମକୁ ଜେଲ୍ ପଠାଯିବ ନଚେତ୍ ଯେଉଁଠାରୁ ଆସିଥିଲ ସେଠାକୁ ପଠାଯିବ କିମ୍ବା ତା ଠାରୁ ବି ଅଧିକ ଦୂରକୁ..। ରୁଷ୍କୁ କଡ଼ା ଚେତାବନୀ ଦେଇ ଟ୍ରମ୍ପ କହିଛନ୍ତି ଯଦି ରୁଷ୍ ୟୁକ୍ରେନ ଯୁଦ୍ଧ ଶେଷ କରିବାପାଇଁ ଏକ ଚୁକ୍ତି ପ୍ରସ୍ତୁତ ନହୁଏ ତେବେ ଆମେରିକା ଏହା ଉପରେ ଅତି ଶକ୍ତିଶାଳୀ ଶୁଳ୍କ କଟକଣା ଲଗାଇବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। ନିଜ ସମ୍ଭାଷଣରେ ଟ୍ରମ୍ପ ଆଜି ଆମେରିକାକୁ ପ୍ରଶଂସାରେ ପୋତି ପକାଇଛନ୍ତି। ସେ କହିଛନ୍ତି, ଗୋଟିଏ ବର୍ଷ ପୂର୍ବରୁ ଆମ ଦେଶ ବହୁତ ସମସ୍ୟାରେ ଥିଲା। କିନ୍ତୁ ମୋ ଶାସନର ମାତ୍ର ୮ ମାସ ମଧ୍ୟରେ ଆମେ ବିଶ୍ବରେ ସବୁଠାରୁ ଚର୍ଚ୍ଚିତ ରାଷ୍ଟ୍ର। ଆମେରିକାର ଏହା ସ୍ବର୍ଣ୍ଣିମ ଚିତ୍ର ବୋଲି ଟ୍ରମ୍ପ କହିଛନ୍ତି।
ଆମ ଶରୀରକୁ ସଠିକ୍ ଭାବରେ କାର୍ଯ୍ୟ କରିବା ପାଇଁ କିଛି ଭିଟାମିନ୍ ନିତାନ୍ତ ଆବଶ୍ୟକ। ସେଥିମଧ୍ୟରୁ ଭିଟାମିନ୍ ବି୧୨ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏହି ଅତ୍ୟାବଶ୍ୟକ ଭିଟାମିନର ଅଭାବ ଅନେକ ଶାରୀରିକ ସମସ୍ୟାର କାରଣ ବନିପାରେ।
ଭିଟାମିନ୍ ବି୧୨ର ଅଭାବ କେବଳ ମାନସିକ ସମସ୍ୟା ନୁହେଁ ବରଂ ପେଟ ସମସ୍ୟା ମଧ୍ୟ ସୃଷ୍ଟି କରେ। ଆଜିକାଲି, ଆମର ଅସ୍ୱାସ୍ଥ୍ୟକର ଖାଦ୍ୟପେୟ ହେତୁ ଭିଟାମିନ୍ ବି୧୨ର ଅଭାବ ଦେଖାଦିଏ। ଏହା ଶରୀରରେ ସମସ୍ୟା ସୃଷ୍ଟି କଲେ, ଆମେ ଔଷଧ ଏବଂ ସପ୍ଲିମେଣ୍ଟ୍ ଖାଇବା ଆରମ୍ଭ କରିଥାଉ।
ଭିଟାମିନ୍ ବି୧୨ ଅଭାବର ଲକ୍ଷଣଗୁଡ଼ିକ ବିଷୟରେ ସଚେତନ ରହିବା ଏବଂ ଲକ୍ଷଣଗୁଡ଼ିକ ଅତିରିକ୍ତ ହେବା ପୂର୍ବରୁ ଶରୀରରେ ବି୧୨ ସ୍ତର ପରୀକ୍ଷା କରି ସତର୍କ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି ଆପଣ ବାରମ୍ବାର ପେଟ ପୋଡ଼ା, ଗ୍ୟାସ୍, ବଦହଜମୀ କିମ୍ବା ଥକ୍କା ଅନୁଭବ କରନ୍ତି, ତେବେ ଏହା ବି୧୨ ଅଭାବ ଯୋଗୁଁ ହୋଇପାରେ। ଆସନ୍ତୁ ଭିଟାମିନ୍ ବି୧୨ ଅଭାବରୁ ଉପୁଜିପାରୁଥିବା ପେଟ ସମସ୍ୟା ଏବଂ ସେଗୁଡ଼ିକୁ ଦୂର କରିବା ପାଇଁ କ’ଣ ଖାଇବା ଉଚିତ ସେ ସଂପର୍କରେ ଜାଣିବା।
ଗ୍ୟାସ୍ ଏବଂ ବଦହଜମୀ: ବି୧୨ ଅଭାବ ପାଚନ କ୍ରିୟାକୁ ଦୁର୍ବଳ କରିଦିଏ। ଏହା ଖରାପ ପାଚନ, ଗ୍ୟାସ୍ ଏବଂ ବଦହଜମୀ ଭଳି ସମସ୍ୟା ସୃଷ୍ଟି କରେ।
ଭୋକ ନ ଲାଗିବା: ଯେତେବେଳେ ଶରୀରରେ ବି୧୨ ସ୍ତର କମ୍ ଥାଏ, ସେତେବେଳେ ଭୋକ ମଧ୍ୟ କମିଯାଏ। ଯାହା ଶରୀରକୁ ଆବଶ୍ୟକୀୟ ପୁଷ୍ଟିକର ପଦାର୍ଥ ପାଇବାରୁ ବାଧା ଦିଏ।
ଜଳାପୋଡ଼ା ଏବଂ ଫୁଲା: ଭିଟାମିନ୍ ବି୧୨ ଅଭାବ ପେଟର ଭିତର ଭାଗକୁ ପ୍ରଭାବିତ କରେ, ଯାହା ଜ୍ୱଳନ ଏବଂ ଫୁଲା ସୃଷ୍ଟି କରିପାରେ।
କୋଷ୍ଠକାଠିନ୍ୟ କିମ୍ବା ଡାଇରିଆ: ଯେତେବେଳେ ଶରୀରରେ ଭିଟାମିନ୍ ବି୧୨ ଅଭାବ ଥାଏ, ସେତେବେଳେ କୋଷ୍ଠକାଠିନ୍ୟ ଏବଂ ଡାଇରିଆ ହୋଇପାରେ।
ବାନ୍ତି : କିଛି ଲୋକ ବି୧୨ ଅଭାବ ଯୋଗୁ ପେଟରେ ଭାରୀ ହେବାର ଏକ ଅଦ୍ଭୁତ ଅନୁଭବ ଏବଂ ବାନ୍ତି ଅନୁଭବ କରନ୍ତି।
ନୂଆଦିଲ୍ଲୀ: ଦୀର୍ଘ ଦିନର ବାଦବିବାଦ ପରେ ଦିଲ୍ଲୀର ଲଭ କୁଶ ରାମଲୀଳାରୁ ବାଦ୍ ପଡ଼ିଛନ୍ତି ଅଭିନେତ୍ରୀ ପୁନମ ପାଣ୍ଡେ। ବିଶ୍ୱ ହିନ୍ଦୁ ପରିଷଦ ଏବେ ଲଭ କୁଶ ରାମଲୀଳା କମିଟିର ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛି।
ବିଶ୍ୱ ହିନ୍ଦୁ ପରିଷଦ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି କହିଛି, “ବିଶ୍ୱ ହିନ୍ଦୁ ପରିଷଦ, ଲଭ କୁଶ ରାମଲୀଳା କମିଟି ଦ୍ୱାରା ନିଆଯାଇଥିବା ନିଷ୍ପତ୍ତିକୁ ହୃଦୟର ସହିତ ସ୍ୱାଗତ କରୁଛି। ଯେଉଁଥିରେ ସମାଜ ଏବଂ ପୂଜ୍ୟ ସନ୍ଥମାନଙ୍କ ଭାବନାକୁ ସମ୍ମାନ ରହିଛି।
ବିଶ୍ୱ ହିନ୍ଦୁ ପରିଷଦ ପ୍ରାଦେଶିକ ମନ୍ତ୍ରୀ ସୁରେନ୍ଦ୍ର ଗୁପ୍ତା କହିଛନ୍ତି, “ଆମେ ବିଶ୍ୱାସ କରୁଛୁ ଯେ ଏହି ବର୍ଷର ଲଭ କୁଶ ରାମଲୀଳା ଆହୁରି ସଫଳ, ମହାନ ଏବଂ ପ୍ରେରଣାଦାୟକ ହେବ।”
ପ୍ରଦେଶ ମନ୍ତ୍ରୀ କହିଛନ୍ତି, “ବିଶ୍ୱ ହିନ୍ଦୁ ପରିଷଦ ଇନ୍ଦ୍ରପ୍ରସ୍ଥ ପ୍ରାଦେଶିକ ରାମଲୀଳା କମିଟିକୁ ତାଙ୍କର ହୃଦୟର ଶୁଭେଚ୍ଛା ଜଣାଉଛି।” ଏହା ଉଲ୍ଲେଖଯୋଗ୍ୟ ଯେ, ଗତ ସପ୍ତାହ ପୂର୍ବରୁ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍ପି) ରାମଲୀଳାରେ ପୁନମ ପାଣ୍ଡେଙ୍କୁ ସାମିଲ କରିବା ଉପରେ ଆପତ୍ତି କରିଥିଲା।
ଦିଲ୍ଲୀର ଲାଲକିଲ୍ଲା ପରିସରରେ ଅନୁଷ୍ଠିତ ହେବାକୁ ଥିବା ଲଭ୍ କୁଶ୍ ରାମଲୀଳାର କଳାକାରମାନଙ୍କ ମଧ୍ୟରେ ପୁନମ୍ ପାଣ୍ଡେଙ୍କ ସାମିଲକୁ ବିରୋଧ କରାଯାଇଥିଲା। କିନ୍ତୁ, କମିଟି ବିରୋଧକୁ ଅଣଦେଖା କରି ନିଜ ନିଷ୍ପତ୍ତିରେ ଅଟଳ ରହିଲା।
ଲଭ୍ କୁଶ୍ ରାମଲୀଳା ସେପ୍ଟେମ୍ବର ୨୨ ରୁ ଅକ୍ଟୋବର ୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥର ବଲିଉଡ୍ ଅଭିନେତା ଆର୍ଯ୍ୟ ବବ୍ବର ରାବଣ ଭୂମିକାରେ ଅଭିନୟ କରୁଛନ୍ତି। କିଂଶୁକ୍ ବୈଦ୍ୟ ରାମ ଭୂମିକାରେ, ରିନି ଆର୍ଯ୍ୟ ସୀତା ଭୂମିକାରେ ଏବଂ ବିଜେପି ସାଂସଦ ମନୋଜ ତିୱାରୀ ପରଶୁରାମ ଭୂମିକାରେ ଅଭିନୟ କରିବେ।
ସଂରକ୍ଷଣ ତଥା ମରାମତି ପରେ ନୂଆ ରୂପ ପାଇଥିବା ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ସମସ୍ତ ବହୁମୂଲ୍ୟ ଅଳଙ୍କାର ତଥା ସାମଗ୍ରୀ ଆଜି ସ୍ଥାୟୀ ଭାବରେ ନିଆଯାଇଛିl ପୂର୍ବରୁ ଧାର୍ଯ୍ୟ ହୋଇଥିବା ଶୁଭବେଳା, ପୂର୍ବାହ୍ଣ ୧୦ଟା ୫୫ ମିନିଟରେ….
ପୁରୀ: ସଂରକ୍ଷଣ ତଥା ମରାମତି ପରେ ନୂଆ ରୂପ ପାଇଥିବା ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ସମସ୍ତ ବହୁମୂଲ୍ୟ ଅଳଙ୍କାର ତଥା ସାମଗ୍ରୀ ଆଜି ସ୍ଥାୟୀ ଭାବରେ ନିଆଯାଇଛିl ପୂର୍ବରୁ ଧାର୍ଯ୍ୟ ହୋଇଥିବା ଶୁଭବେଳା, ପୂର୍ବାହ୍ଣ ୧୦ଟା ୫୫ ମିନିଟରେ ଏହି କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଠିକ୍ ଅପରାହ୍ଣ ୨–ଟା ୫୫ ମିନିଟ୍ ସମୟରେ ଶେଷ ହୋଇଥିଲା l ୪ ଘଣ୍ଟାରେ ସ୍ଥାନାନ୍ତର ପ୍ରକ୍ରିୟା ଶେଷ ହୋଇଥିଲା। ଏହା ପରେ ଶ୍ରୀମନ୍ଦିର ଶୋଧ ହୋଇ ସର୍ବସାଧାରଣଙ୍କ ପାଇଁ ଦର୍ଶନ ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ।
ଶୁଭବେଳାରେ ରତ୍ନଭଣ୍ଡାର କମିଟି ତଥା ଉଚ୍ଚସ୍ତରୀୟ କମିଟି ସଦସ୍ୟମାନେ ପାରମ୍ପରିକ ପୋଷାକରେ ଶ୍ରୀମନ୍ଦିର ଜଗମୋହନକୁ ପ୍ରବେଶ କରିଥିଲେ। ମହାପ୍ରଭୁଙ୍କ ଆଶୀର୍ବାଦ ନେବା ପରେ ରତ୍ନ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ସାମଗ୍ରୀ ସ୍ଥାନାନ୍ତର ପରେ ମୂଳ ଓ ବାହାର ଭଣ୍ଡାରକୁ ତିନିଟି ଯାକ ତାଲା ପକାଇ ବନ୍ଦ କରାଯାଇଛି। ରତ୍ନ ସ୍ଥାନାନ୍ତର ପ୍ରକ୍ରିୟାର ଭିଡିଓଗ୍ରାଫି କରାଯାଇଛି। ଭିତର ଓ ବାହାର ରତ୍ନ ଭଣ୍ଡାର ଜଉମୁଦ ପରେ ସମସ୍ତ ସଦସ୍ୟ ମହାପ୍ରଭୁଙ୍କ ଦର୍ଶନ କରିଥିଲେ।
ଅନ୍ୟପଟେ ଜଷ୍ଟିସ୍ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା କମିଟିର ଦୁଇ ଜଣ ସଦସ୍ୟ ସ୍ଥାନାନ୍ତର ପ୍ରକ୍ରିୟାରେ ରହିବା ପାଇଁ ସ୍ଥିର ହୋଇଥିଲା। ଏଥିରେ ଅଧ୍ୟକ୍ଷ ଜଷ୍ଟିସ୍ ରଥ ଓ ସଦସ୍ୟ ବିଶ୍ବପ୍ରସିଦ୍ଧ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ସାମିଲ ପାଇଁ ଚିଠି ହୋଇଥିଲା। କିନ୍ତୁ ଦଳରେ କେବଳ ଜଷ୍ଟିସ୍ ରଥ ହିଁ ସାମିଲ ହୋଇଥିଲେ। ସୁଦର୍ଶନ ପଟ୍ଟନାୟକ ସାମିଲ୍ ନହେବା ନେଇ ତାଙ୍କୁ ଗଣମାଧ୍ୟମ ପଚାରିବାରୁ ସେ ଅସନ୍ତୋଷ ପ୍ରକାଶ କରିଥିଲେ ଓ ହାଇପାୱାର କମିଟି ବୈଠକ ବସିଲେ ସେଠାରେ ସେ ଏହାକୁ ଉପସ୍ଥାପନ କରିବେ ବୋଲି କହିଥିଲେ। ଉଲ୍ଲେଖଯୋଗ୍ୟ, ଗତବର୍ଷ ରଥଯାତ୍ରା ସମୟରେ ରତ୍ନଭଣ୍ଡାର ମରାମତି ପାଇଁ ଅଳଙ୍କାର ଅସ୍ଥାୟୀ ଭଣ୍ଡାରକୁ ସ୍ଥାନାନ୍ତର ହୋଇଥିଲା। ଚଳିତ ଜୁଲାଇ ୭ ତାରିଖରେ ଏଏସ୍ଆଇ ପକ୍ଷରୁ ରତ୍ନଭଣ୍ଡାର ମରାମତି ଶେଷ ହୋଇଥିଲା। ଆଜି ହୋଇଥିବା ସ୍ଥାନାନ୍ତର ପୂର୍ବରୁ ଅର୍ଥାତ୍ ଗତ ୧୯ ତାରିଖରେ ରତ୍ନଭଣ୍ଡାରକୁ ସଂସ୍କାର କରାଯାଇଥିଲା।
ଦଳରେ ରହି ବିରୋଧୀ ବୟାନ ଦେବା ଶ୍ରୀମୟୀ ମିଶ୍ରଙ୍କୁ ମହଙ୍ଗା ସାବ୍ୟସ୍ତ ହୋଇଛି। ବିଜେଡି ମହିଳା ବ୍ୟାପାର ସାଧାରଣ ସଂପାଦକ ଶ୍ରୀମୟୀ ମିଶ୍ରଙ୍କୁ (ବିଜେଡି) ଆଜି ନିଲମ୍ବନ କରିଛି। ବିଜେଡି ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ ଏହା କୁହାଯାଇଛି।
ଭୁବନେଶ୍ବର: ଦଳରେ ରହି ବିରୋଧୀ ବୟାନ ଦେବା ଶ୍ରୀମୟୀ ମିଶ୍ରଙ୍କୁ ମହଙ୍ଗା ସାବ୍ୟସ୍ତ ହୋଇଛି। ବିଜେଡି ମହିଳା ବ୍ୟାପାର ସାଧାରଣ ସଂପାଦକ ଶ୍ରୀମୟୀ ମିଶ୍ରଙ୍କୁ (ବିଜେଡି) ଆଜି ନିଲମ୍ବନ କରିଛି। ବିଜେଡି ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ ଏହା କୁହାଯାଇଛି। ବିଜେଡି ଉପସଭାପତି ପ୍ରତାପ ଜେନା ଏହା ସ୍ପଷ୍ଟ କରିଛନ୍ତି।
ବିଜଡେି ଆଜି ଶ୍ରୀମୟୀ ମିଶ୍ରଙ୍କ ସମେତ ମୟୂରଭଂଜ ଜିଲ୍ଲା କପ୍ତିପଦା ବ୍ଲକ ସଭାପତି ସୁବାଷ ଚନ୍ଦ୍ର ସାୟ ଓ ମୟୂରଭଂଜର ପୂର୍ବତନ ଜିଲ୍ଲା ସଂପାଦକ ପ୍ରବୀର ଚନ୍ଦ ସାଇଙ୍କୁ ନିଲମ୍ବନ କରିଛି।
ସୂଚନାଯୋଗ୍ୟ, ଶ୍ରୀମୟୀ ମିଶ୍ର ଗୋଟିଏ ପରେ ଗୋଟିଏ ସୋସିଆଲ ମିଡ଼ିଆ ପୋଷ୍ଟ କରି ରାଜନୀତି ମହଲରେ ବିସ୍ଫୋରଣ କରିବାରେ ଲାଗିପଡ଼ିଥିଲେ। କିଛିଦିନ ତଳେ ଧୃତରାଷ୍ଟ୍ର ଓ ସନ୍ୟାସୀ ଉପାଖ୍ୟାନକୁ ନେଇ ଲେଖିଥିବା ଶ୍ରୀମୟୀ ଗତ ୨୦ ତାରିଖ ଦିନ ନାରୀଙ୍କୁ ସମ୍ମାନ ଓ ସହିବାର ସୀମା ବାବଦରେ ଉଲ୍ଲେଖ କରିଥିଲେ। ଦୁର୍ଗାପୂଜା ଓ ମା’ ଦୁର୍ଗାଙ୍କ ଆଗମନ ନେଇ ଶ୍ରୀମୟୀଙ୍କ ଏହି ବାର୍ତ୍ତାରେ ସେ ଉଲ୍ଲେଖ କରିଥିଲେ ଯେ, ‘ଆମ ସଂସ୍କୃତିରେ ଯେଉଁ ସ୍ଥାନରେ ନାରୀମାନେ ସମ୍ମାନିତ ହୁଅନ୍ତି, ସେଠାରେ ଦେବତାମାନେ ଆନନ୍ଦରେ ବାସ କରନ୍ତି। କିନ୍ତୁ ଯେଉଁଠାରେ ନାରୀମାନଙ୍କୁ ସମ୍ମାନ ଦିଆଯାଏ ନାହିଁ, ସେଠାରେ ସମସ୍ତ କାର୍ଯ୍ୟ ନିଷ୍ଫଳ ହୁଏ। ଏହି ଶ୍ଳୋକ ନାରୀର ସମ୍ମାନ ଓ ମର୍ଯ୍ୟାଦାର ମହତ୍ୱକୁ ଦର୍ଶାଏ। ଓଡ଼ିଶାର ସାଂସ୍କୃତିକ ପରଂପରାରେ ମଧ୍ୟ ନାରୀଙ୍କୁ ମା’, ଦେବୀ ଓ ଶକ୍ତି ରୂପେ ପୂଜା କରାଯାଏ, ଯେପରି ଦୁର୍ଗା ପୂଜାରେ ମା’ ଦୁର୍ଗାଙ୍କୁ ଆରାଧନା କରାଯାଇଥାଏ। ବାସ୍ତବରେ ମହିଳା ସହନଶୀଳ ହୋଇଥାନ୍ତି। କିନ୍ତୁ କ’ଣ ଏହା ଜରୁରୀ ଯେ ପ୍ରତ୍ୟେକ ପରିସ୍ଥିତିରେ ସେମାନଙ୍କ ସହନଶୀଳତାର ପରୀକ୍ଷା ନିଆଯିବ? ମା’ ଦୁର୍ଗାଙ୍କ ଆଗମନ ନାରୀ ଶକ୍ତିର ଜୟଗାନ ଓ ଅନ୍ୟାୟର ବିରୋଧରେ ସଂଘର୍ଷର ପ୍ରତୀକ। ଏହା ଆମକୁ ଶିକ୍ଷା ଦେଇଥାଏ ଯେ ନାରୀଙ୍କ ଉପରେ ଅତ୍ୟାଚାର କେବେ ସହ୍ୟ କରାଯିବା ଉଚିତ ନୁହେଁ, ଏବଂ ସେମାନଙ୍କ ସମ୍ମାନ ଓ ସଶକ୍ତୀକରଣ ପାଇଁ ସମାଜ ସବୁବେଳେ ଆଗେଇ ଆସିବା ଦରକାର ‘।
ଉଲ୍ଲେଖ ଥାଉ କି କିଛିଦିନ ତଳେ ଶ୍ରୀମୟୀ ଫେସବୁକରେ ଲେଖିଥିଲେ ଯେ ସଂସାରର ସମସ୍ତ ସୁଖ ସମ୍ଭୋଗ ଠୁଁ ଦୁରେଇ ରହିବା ବା ସମସ୍ତ ମୋହ ମାୟା ପ୍ରତି ଦୁର୍ବଳତା ନ ରଖିବା ବ୍ୟକ୍ତି ବିଶେଷଙ୍କୁ ସମାଜ ସନ୍ନ୍ୟାସୀ ରୂପେ ଗ୍ରହଣ କରେ। କିନ୍ତୁ ଏଥିରେ ସନ୍ଦେହ କିମ୍ୱା ବ୍ୟତିକ୍ରମ ହେଲେ ସମାଜ ଭଣ୍ଡ ସନ୍ନ୍ୟାସୀ ର ରୂପ ଦେବାକୁ ତିଳେ ମାତ୍ର ପଛଘୁଞ୍ଚା ଦେଇନାହିଁ। ବର୍ତମାନ ଆମସମାଜରେ ଏହିପରି ଆମେ ଅନେକ ଗୁଡ଼ିଏ ଘଟଣା ଶୁଣୁଛେ କିମ୍ୱା ଦେଖୁଛେ, ଯେଉଁମାନେ ସନ୍ନ୍ୟାସ କହି ସମସ୍ତ ସୁଖ ସ୍ଵ।ଛନ୍ଦ୍ୟ ପ୍ରତି ଲାଳାୟିତ ରହୁଛନ୍ତି। ପରମୁହୁର୍ତ୍ତ ରେ ଏକ ଭଣ୍ଡ ସନ୍ନ୍ୟାସର ଆଖ୍ୟାରେ ପରିଚୟ ପାଇ ଶିରୋନାମା ମଣ୍ଡନ କରୁଛନ୍ତି।
ସନ୍ଥ, ସନ୍ନ୍ୟାସୀମାନେ ଜ୍ଞାନ, ତ୍ୟାଗ ଓ ଭକ୍ତିର ନିଦର୍ଶନ ଦିଅନ୍ତି,ତାଙ୍କ ଜ୍ଞାନର ଆଲୋକ ଆମ ଜାତିର ଗୌରବ, ଯାହା ଅନ୍ଧକାର ମନରେ ଆଲୋକ ଉତ୍ସ ଭଳି। ବୃକ୍ଷତଳେ ବସି, ନଦୀର କୂଳେ ଧ୍ୟାନମଗ୍ନ ହୋଇ, ଶୂନ୍ୟରୁ ସମସ୍ତ ସୃଷ୍ଟିର ରହସ୍ୟ ଦେଖନ୍ତି, ଆଉ ସର୍ବୋପରି ଜଗତର ମଙ୍ଗଳ କାମନା କରନ୍ତି। ହେଲେ ଏ ଯୁଗର କିଛି ସନ୍ନ୍ୟାସୀଙ୍କ ଭାଷାରେ “ଜଗତେ ପଛେ ନର୍କେ ପଡ଼ିଥାଉ, ମୋ ଜୀବନ ଉଦ୍ଧାର ହଉ” | ଏବେ ମଧ୍ୟ କଛି ସନ୍ନ୍ୟାସୀ ଜନମଙ୍ଗଳକରି ଭାବନା ନେଇ ତପସ୍ୟା କରିଛନ୍ତି, ହେଲେ ଆଉ କିଛି ଜଗନ୍ନାଥଙ୍କ ନାମ ନେ଼ଇ ଅନ୍ୟ ପାଇଁ ଗାତ ଖୋଲିବାକୁ ଯାଇ, ନିଜେ ଗାତରେ ପଡ଼ୁଛନ୍ତି। ପୂର୍ବରୁ ପରୋକ୍ଷରେ ଦଳର ମୁଖିଆଙ୍କୁ କଟାକ୍ଷ କରିଥିବା ପରେ ବି ଚୁପ୍ ବସିନାହାନ୍ତି ଶ୍ରୀମୟୀ। ଏବେ ଏହାକୁ ନେଇ ବିଜେଡି କିଭଳି ପ୍ରତିକ୍ରିୟାଶୀଳ ହେଉଛି ଏବଂ ତାଙ୍କୁ ଦଳରୁ ନିଲମ୍ବିତ କରୁଛି କି ନା,