Video

ନୟାଗଡ଼ରେ ଭାରତର ସର୍ବ ବୃହତ୍ ଦ୍ବିତୀୟ ଦୀର୍ଘତମ ଭାୟାଡକ୍ଟ ସେତୁ

ଦଶପଲ୍ଲା ଖୋର୍ଦ୍ଧାବଲାଙ୍ଗୀର ରେଳ ପ୍ରକଳ୍ପ ଅଧୀନ ନୟାଗଡ଼ ଜିଲ୍ଲା ଦଶପଲ୍ଲାର ଜାମୁସାହି ଏବଂ କୁଲୁରୁକୁମ୍ପା ମଧ୍ୟରେ ଭାରତର ସର୍ବ ବୃହତ୍ ଦ୍ବିତୀୟ ଦୀର୍ଘତମ ଭାୟାଡକ୍ଟ ସେତୁ ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି। ପୂର୍ବତଟ ରେଳପଥ ପକ୍ଷରୁ ଏହାକୁ ନିର୍ମାଣ କରାଯାଉଛି। ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ କାର୍ଯ୍ୟକୁ ତ୍ବରିତ ଶେଷ କରିବା ସହ ଖୋର୍ଦ୍ଧା ଓ ବଲାଙ୍ଗୀର ମଧ୍ୟରେ ରେଳ ସଂଯୋଗ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ଆସାମର ବୋଲିବିଲ୍ ସେତୁ ପରେ ଏହା ଦେଶର ଦ୍ଵିତୀୟ ଦୀର୍ଘତମ ସେତୁ, ଯାହାକି ଦଶପଲ୍ଲା ବ୍ଲକ୍‌ର ସୀମା ମଧ୍ୟରେ ଏହି ସେତୁ ନିର୍ମାଣ ଚାଲିଛି।

୩୦୧ କିମି ଦୈର୍ଘ୍ୟ ବିଶିଷ୍ଟ ଏହି ରେଳପଥ ମଧ୍ୟରେ ସେତୁର ଲମ୍ବ ୪.୭୭ କିମି ରହିଥିବା ବେଳେ ୧୮୨ଟି ସ୍ପାନ୍ ନିର୍ମାଣ ଚାଲିଛି। ଏହି ଖୁମ୍ବଗୁଡ଼ିକ ୮ ମିଟରରୁ ଆରମ୍ଭ କରି ସର୍ବାଧିକ ୨୬.୩ ମିଟର ପର୍ଯ୍ୟନ୍ତ ଭଚ୍ଚତା ରହୁଥିବା ବିଭାଗ ପକ୍ଷରୁ କୁହାଯାଇଛି। ପରିବେଶ ସନ୍ତୁଳନକୁ ରକ୍ଷା କରିବା ପାଇଁ ଜାମୁସାହି ଠାରୁ ଏହି ସେତୁ ନିର୍ମାଣ ଆରମ୍ଭ ହୋଇଥିବା ବେଳେ କୁଲୁରୁକୁମ୍ପା ପର୍ଯ୍ୟନ୍ତ ଲମ୍ବିଛି, ଯାହାକି ବର୍ତ୍ତମାନ ସୁଦ୍ଧା ପ୍ରାୟ ୫୦ରୁ ୬୦ ପ୍ରତିଶତ ସ୍ଥାନର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ୨୦୨୬ ମାର୍ଚ୍ଚ ସୁଦ୍ଧା ସମସ୍ତ ସ୍ପାନ୍‌ର ନିର୍ମାଣ ତଥା ଏହି ଭାୟାଡକ୍ଟ ସେତୁ ନିର୍ମାଣ କାର୍ଯ୍ୟ ଶେଷ ପାଇଁ ଲକ୍ଷ୍ୟ ରଖା ଯାଇଛି। ଭାୟାଡକ୍ଟ ସେତୁ ତଳେ ବନ୍ୟପ୍ରାଣୀ ଚଳାଚଳ କରିବା ସହ ଏହାର ମଧ୍ୟରେ ବୃତଙ୍ଗ ପ୍ରକଳ୍ପ ରହିଥିବାରୁ ଏହାକୁ ଆଖି ଆଗରେ ରଖି  ନିର୍ମାଣ କରାଯାଉଛି।

ଏହି ପ୍ରକଳ୍ପ ମଧ୍ୟରେ ଖୋର୍ଦ୍ଧାରୁ ଦଶପଲ୍ଲା ମଧ୍ୟରେ ୧୦୬ କିମି ଓ ବଲାଙ୍ଗୀରରୁ ପୁରୁଣାକଟକ ମଧ୍ୟରେ ୧୨୦ କିମି ପର୍ଯ୍ୟନ୍ତ ରେଳ ଚଳାଚଳ ସ୍ବାଭାବିକ ହୋଇପାରିଛି। ଅନ୍ୟପାର୍ଶ୍ବରେ ଦେଖିବାକୁ ଗଲେ ଏହି ୭୫ କିମି ରାସ୍ତା ମଧ୍ୟରେ ୭ଟି ଟନେଲ ରହିଛି ଏହାର ନିର୍ମାଣ କାର୍ଯ୍ୟ ଚାଲିଛି। ଏହି ଲାଇନ୍‌ରେ ଭିଷ୍ଟାଡୋମ୍ ଟ୍ରେନ୍ ଚଳାଇବାକୁ ଯୋଜନ ରହିଛି। 

ଫଳାଫଳ ପରଠାରୁ ନିଦ ନାହିଁ : ପ୍ରଶାନ୍ତ କିଶୋର

ପାଟନା: ଫଳାଫଳ ଆସିବା ପରଠାରୁ ମୋତେ ନିଦ ନାହିଁ। ବିହାର ବିଧାନସଭା ନିର୍ବାଚନରେ ଦଳ ଖାତା ଖୋଲିନପାରିବାରୁ ଏଭଳି କହିଛନ୍ତି  ​​ଜନ ସୁରାଜ ପାର୍ଟିର ମୁଖ୍ୟ ପ୍ରଶାନ୍ତ କିଶୋର। ୨୪୩ ସଦସ୍ୟ ବିଶିଷ୍ଟ ବିଧାନସଭାରେ ୨୦୨ ଆସନ ଜିତି ଏନଡିଏ ଐତିହାସିକ ବହୁମତ ହାସଲ କରିଥିଲା, ଯେଉଁଥିରେ ବିଜେପି ୮୯, ଜେଡିୟୁ ୮୫, ଏଲଜେଏପି (ରାମ ବିଳାସ) ୧୯ ଏବଂ ଅନ୍ୟାନ୍ୟ ସହଯୋଗୀ ଦଳ ୯ ଆସନ ଜିତିଥିଲେ। ହେଲେ ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ଦଳର ଶୋଚନୀୟ ଅବସ୍ଥା ଦେଖିବାକୁ ମିଳିଥିଲା। ବିଭିନ୍ନ ଦଳ ପାଇଁ ପରାମର୍ଶଦାତା ଭାବେ କାମ କରିଥିବା ପ୍ରଶାନ୍ତ ଏଭଳି ପରାସ୍ତ ହେବେ ବୋଲି ଭାବି ନଥିଲେ। ହାରିବା ପରେ ଏବେ ଜାତୀୟ ଗଣମାଧ୍ୟମ ଏନଡିଟିଭିକୁ ସାକ୍ଷାତକାର ଦେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ପ୍ରଶାନ୍ତ।

ସେ କହିଛନ୍ତି ଯେ, “ଯେପର୍ଯ୍ୟନ୍ତ ଆପଣ ହାର୍ ନମାନିଛନ୍ତି ସେପର୍ଯ୍ୟନ୍ତ ଆପଣ ହାରିବେନି। ଆମ ଦଳକୁ ନିର୍ବାଚନୀ ସଫଳତା ମିଳିନଥିଲେ ମଧ୍ୟ ଆମେ ବିହାରରେ ଜାତି ଏବଂ ଧର୍ମକୁ ନେଇ ହେଉଥିବା ରାଜନୈତିକ ଆଲୋଚନାରେ ପରିବର୍ତ୍ତନ ଆଣି ନିଯୁକ୍ତି ଏବଂ Migration ଭଳି ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ବାଧ୍ୟ କରିଥିଲୁ। ବିଜେପିର ମଧ୍ୟ ଦିନେ ମାତ୍ର ୨ଜଣ ସାଂସଦ ଥିଲେ। ଯେତେବେଳେ ଆପଣ ଦଳ ଗଠନ କରନ୍ତି, ଏପରି ଫଳାଫଳ ଆସିପାରେ। କିନ୍ତୁ ଆମେ ଜାତି ଏବଂ ଧର୍ମ ନାମରେ ରାଜନୀତି କରି ବିଷ ପ୍ରସାର କରିନାହୁଁ। ଆମେ ଆରଥରକୁ ପୁଣି ଚେଷ୍ଟା କରିବୁ।” 

କିଶୋର ଆହୁରି କହିଛନ୍ତି, ମୁଁ ଆଶା କରିନଥିଲି ଯେ, ଜନ ସୁରାଜ ମାତ୍ର ୪ ପ୍ରତିଶତ ଭୋଟ ପାଇବେ। ନିର୍ବାଚନ ପୂର୍ବରୁ ମୁଁ କେବେବି ସର୍ଭେ କରିନଥିଲି। ମୁଁ ଅନ୍ଧ ଭାବରେ ନିର୍ବାଚନ ଲଢ଼ିଥିଲି। ମୋର ଆକଳନ ଥିଲା ଯେ, ଆମେ ୧୨-୧୫ ପ୍ରତିଶତ ଭୋଟ ପାଇବୁ। କିନ୍ତୁ ଆମକୁ ପ୍ରାୟ ୩.୫ ପ୍ରତିଶତ ଭୋଟ୍ ମିଳିଲା। ତେଣୁ ଆଗାମୀ ଦିନ ପାଇଁ ଆମକୁ ବିଶ୍ଳେଷଣ କରିବାକୁ ପଡିବ।

ଭାରତକୁ ବିଶ୍ୱସ୍ତରୀୟ କରିବା ପାଇଁ ସଂଘର ପ୍ରତିଷ୍ଠା କରାଯାଇଥିଲା

ଗୌହାଟୀ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ କହିଛନ୍ତି ଯେ, ଯିଏ ଭାରତ ଉପରେ ଗର୍ବ କରେ ସେ ହିନ୍ଦୁ। ସେ ହିନ୍ଦୁ ଧର୍ମକୁ କେବଳ ଏକ ଧାର୍ମିକ ପରିଚୟ ଭାବରେ ନୁହେଁ, ବରଂ ଏକ ସଭ୍ୟତାଗତ ପରିଚୟ ଭାବରେ ମଧ୍ୟ ବର୍ଣ୍ଣନା କରିଛନ୍ତି। ଭାଗବତ କହିଛନ୍ତି, ଭାରତ ଏବଂ ହିନ୍ଦୁ ଏକ ତଥା ସମାନ। ସେ ଭାରତକୁ ଏକ ସ୍ୱାଭାବିକ ଭାବରେ “ହିନ୍ଦୁ ରାଷ୍ଟ୍ର” ଭାବରେ ବର୍ଣ୍ଣନା କରି ଆରଏସଏସର ଚରିତ୍ର ନିର୍ମାଣ ଏବଂ ଏକତାର ଲକ୍ଷ୍ୟ ଉପରେ ଗୁରୁତ୍ୱାରୋପ କରିଛନ୍ତି।

ଗୌହାଟୀରେ ଏକ ସମାବେଶକୁ ସମ୍ବୋଧିତ କରି ମୋହନ ଭାଗବତ କହିଛନ୍ତି, ଭାରତକୁ ହିନ୍ଦୁ ରାଷ୍ଟ୍ର ଘୋଷଣା କରିବାର କୌଣସି ଆବଶ୍ୟକତା ନାହିଁ; ଏହାର ସଭ୍ୟତା ଏହାକୁ ପ୍ରତିଫଳିତ କରିସାରିଛି। ସେ କହିଥିଲେ ଯେ ହିନ୍ଦୁ ଧର୍ମ କେବଳ ଏକ ଧାର୍ମିକ ଶବ୍ଦ ନୁହେଁ ବରଂ ହଜାର ହଜାର ବର୍ଷର ସାଂସ୍କୃତିକ ପରମ୍ପରାରେ ନିହିତ ଏକ ସଭ୍ୟତାଗତ ପରିଚୟ। ଭାରତ ଏବଂ ହିନ୍ଦୁ ସମାନାର୍ଥକ।

 ହିନ୍ଦୁ ଧର୍ମକୁ ଧାର୍ମିକ ଅର୍ଥରେ ଗ୍ରହଣ କରାଯିବା ଉଚିତ୍ ନୁହେଁ। ହିନ୍ଦୁ ଧର୍ମ ଏବଂ ହିନ୍ଦୁ ସଂସ୍କୃତି ଖାଦ୍ୟ ଏବଂ ପୂଜା ନୁହେଁ। ଏହା ଅନ୍ତର୍ଭୁକ୍ତ। ଏହା ଅନେକ ଲୋକଙ୍କୁ ନେଇପାରେ। ଯଦି ମୁସଲମାନ ଏବଂ ଖ୍ରୀଷ୍ଟିଆନ, ସେମାନଙ୍କର ପ୍ରଥା ଏବଂ ପରମ୍ପରାକୁ ତ୍ୟାଗ ନକରି ମଧ୍ୟ, ଏହି ଦେଶକୁ ପୂଜା କରନ୍ତି, ଭାରତୀୟ ସଂସ୍କୃତିକୁ ଅନୁସରଣ କରନ୍ତି ଏବଂ ଭାରତୀୟ ପୂର୍ବପୁରୁଷଙ୍କ ଉପରେ ଗର୍ବ କରନ୍ତି, ତେବେ ସେମାନେ ହିନ୍ଦୁ।

ସେ କହିଛନ୍ତି, ଭାରତ ଏବଂ ହିନ୍ଦୁ ସମାନ। ଭାରତକୁ ‘ହିନ୍ଦୁ ରାଷ୍ଟ୍ର’ କରିବା ପାଇଁ କୌଣସି ସରକାରୀ ଘୋଷଣାର ଆବଶ୍ୟକତା ନାହିଁ। ଏହାର ସଭ୍ୟତାଗତ ପ୍ରକୃତି ଏହାକୁ ପ୍ରତିଫଳିତ କରିସାରିଛି। ଭାଗବତ କହିଛନ୍ତି RSS କାହାକୁ ବିରୋଧ କିମ୍ବା କ୍ଷତି କରିବା ପାଇଁ ନୁହେଁ, ବରଂ ଚରିତ୍ର ନିର୍ମାଣ ଉପରେ ଧ୍ୟାନ ଦେବା ଏବଂ ଭାରତକୁ ଏକ ବିଶ୍ୱସ୍ତରୀୟ ନେତା କରିବାରେ ଯୋଗଦାନ ଦେବା ପାଇଁ ପ୍ରତିଷ୍ଠିତ ହୋଇଥିଲା। ସେ କହିଛନ୍ତି, RSS ହେଉଛି ବିବିଧତା ମଧ୍ୟରେ ଭାରତକୁ ଏକତ୍ର କରିବାର ପଦ୍ଧତି।

ଆରଏସଏସ ମୁଖ୍ୟ ମୋହନ ଭାଗବତ ଆସାମରେ ଜନସଂଖ୍ୟାଗତ ପରିବର୍ତ୍ତନ ସମ୍ପର୍କରେ ଚିନ୍ତାର ସମାଧାନ ପାଇଁ ଆତ୍ମବିଶ୍ୱାସ, ସତର୍କତା ଏବଂ ନିଜ ଭୂମି ତଥା ପରିଚୟ ପ୍ରତି ଦୃଢ଼ ଆଗ୍ରହ ଆବଶ୍ୟକ ବୋଲି ଆହ୍ୱାନ ଦେଇଛନ୍ତି। ସେ ଅବୈଧ ପ୍ରବାସ, ହିନ୍ଦୁମାନଙ୍କ ପାଇଁ ତିନି ସନ୍ତାନର ନିୟମ ସମେତ ଏକ ସନ୍ତୁଳିତ ଜନସଂଖ୍ୟା ନୀତିର ଆବଶ୍ୟକତା ଏବଂ ବିଭାଜନକାରୀ ଧାର୍ମିକ ପରିବର୍ତ୍ତନକୁ ବିରୋଧ କରିବାର ଗୁରୁତ୍ୱ ଭଳି ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ।

ପୂଜାରେ ସଂସ୍କୃତି କମ, ଅପସଂସ୍କୃତି ଅଧିକ

ମଦ୍ୟପାନ କରି, ଅଶାଳୀନ ଗୀତରେ ବିସର୍ଜନ ପାଇଁ ମାଆଙ୍କୁ ନେବା କେତେ ଠିକ୍ ? ଆମେ ଯଦି ଆମ ମାଆ ଆଗରେ ଅଶ୍ଲୀଳ ଗୀତ ଗାଇପାରୁନେ ତେବେ ଜଗତଜନନୀଙ୍କ ଆଗରେ କେମିତି ଅଶ୍ଲୀଳ ଗୀତ-ନୃତ୍ୟ କରିପାରୁଛେ ? ଏଥିରୁ ଜଣା ପଡୁଛି ଆମର କେତେ ଭକ୍ତି ଅଛି…

ବଡ଼ ବଡ଼ ପେଣ୍ଡାଲ, ଆକାଶଛୁଆଁ ତୋରଣ… ମାଳ ମାଳ ରଙ୍ଗୀନ ଆଲୋକ, ମାଇକ୍, ଡିଜେ ଡ୍ୟାନ୍ସ… ମେଲୋଡି ଆହୁରି କେତେ କଣ… ଦୁର୍ଗା ପୂଜା ଆସିଲେ ଆମେ ଏମିତି ଅନେକ କିଛି ସହର ମାନଙ୍କରେ ଦେଖିବାକୁ ପାଉ । ପୂଜା କମିଟିମାନଙ୍କ ମଧ୍ଯରେ ପେଣ୍ଡାଲକୁ ନେଇ ପ୍ରତିଯୋଗିତା ଚାଲେ । ତେବେ ଏଠି ପ୍ରଶ୍ନ ଉଠେ ସତରେ କଣ ମାଆ ଦୁର୍ଗା ଏମିତି ବଡ଼ ବଡ଼ ତୋରଣ ଲୋଭୀ ? ବିରାଟ ସୁନା, ଚାନ୍ଦିର ମେଢ ନହେଲେ ସତରେ କଣ ମାଆ ଆସିବେନି ? ମାଆ କଣ ସତରେ ଏସବୁ ଚାହାନ୍ତି କି ? ମୃଣ୍ମୟୀ ମୂର୍ତ୍ତିଙ୍କୁ ପୂଜୁଥିବା ହାତ ଜୀବନ୍ତ ମାଆକୁ ଅବହେଳା କରେ ନି କି ?

ଏ ପ୍ରଶ୍ନ ଯେତେବେଳେ ଉଠିଛି ଠିକ୍ ସେତେବେଳେ ଆଜିର ପୂଜାକୁ ନେଇ କନକ ନ୍ୟୁଜର ଶାରଦୀୟ ସାକ୍ଷାତକାରରେ ନିଜର ମତ ମନ୍ତବ୍ୟ ଦେଇଛନ୍ତି ସମାଜ ସଂସ୍କାରକ ତଥା ଆଧ୍ୟାତ୍ମିକ ପ୍ରବଚକ ସ୍ବାମୀ ସୁଧାନନ୍ଦ ସରସ୍ବତୀ । ସେ କହିଛନ୍ତି- ଆଜିକାଲି ଧର୍ମୀୟ ଶିକ୍ଷାର ଅଭାବ ରହିଛି । ପେଣ୍ଡାଲ ବୁଲିଯାଉଥିବା ଲୋକଙ୍କୁ ଆପଣ ଯଦି ପଚାରିବେ ଦୁର୍ଗାପୂଜା କାହିଁକି ହେଉଛି… ଅନେକ ଏହାର ଉତ୍ତର ଦେଇପାରିବେନି । ଧିରେଧିରେ ପୂଜା ସବୁ ମନୋରଞ୍ଜନଧର୍ମୀ ପାଲଟିଗଲାଣି । ଯେଉଁ ପୂଜା ମଣ୍ଡପ ପାଖରେ ମୀନାବଜାର ଥିବ ସେଠି ଭିଡ ଥିବ କିନ୍ତୁ ଯେଉଁଠି ଧର୍ମ ଚର୍ଚ୍ଚା ହେଉଥିବ ସେଠି ଲୋକେ ନଥିବେ ବୋଲି ସ୍ବାମୀଜୀ କହିଛନ୍ତି । ଏବେ ସମସ୍ୟା ମଣିଷଙ୍କ ପାଖରେ ଦେଖା ଦେଇଛି । ଲୋକେ ମଣ୍ଡପରେ ଏପଟ ସେପଟ ଅନେଇ ଗୋଟେ ଦୁଇ ମିନିଟ ରହି, ମୁଣ୍ଡିଆ ମାରି ବାକି ୩ ଘଣ୍ଟା ପେଣ୍ଡାଲ ବାହାରେ ସାଜସଜ୍ଜା ସ୍ଥଳରେ ସମୟ ବିତାଉଛନ୍ତି ।

ଆମେ ଆମ ସଂସ୍କୃତିକୁ ଭୁଲିଯାଇଛେ । ସଂସ୍କୃତି ହେଉଛି ଆତ୍ମା, ବାହାର ଢାଞ୍ଚା ହେଉଛି ସଭ୍ୟତା । ଏବେ ସଂସ୍କୃତି କମ ଅପସଂସ୍କୃତି ଅଧିକ । ଆଜିକାଲି ପୂଜା ଦେଖିବାକୁ କେତେ ଜଣ ଯାଉଛନ୍ତି, ମେଳା ବୁଲିବାକୁ କେତେଜଣ ଯାଉଛନ୍ତି କୁହନ୍ତୁ… କିଏ କେଉଁ ବସ୍ତ୍ରରେ ଯାଉଛି ଦେଖନ୍ତୁ । ମନ୍ଦିରର ବସ୍ତ୍ରର ଅଲଗା, ମେଳା ବୁଲିବାର ବସ୍ତ୍ର ଅଲଗା କହି ଆଜିର ଟ୍ରେଣ୍ଡରେ ବଞ୍ଚୁଥିବା ଲୋକଙ୍କୁ ସୁଧୁରିବା ପାଇଁ ଆହ୍ଵାନ

ରାମଲୀଳା ରୁ ବାଦ୍‌ ପଡ଼ିଲେ ପୁନମ୍‌ ପାଣ୍ଡେ

ନୂଆଦିଲ୍ଲୀ: ଦୀର୍ଘ ଦିନର ବାଦବିବାଦ ପରେ ଦିଲ୍ଲୀର ଲଭ କୁଶ ରାମଲୀଳାରୁ ବାଦ୍‌ ପଡ଼ିଛନ୍ତି ଅଭିନେତ୍ରୀ ପୁନମ ପାଣ୍ଡେ। ବିଶ୍ୱ ହିନ୍ଦୁ ପରିଷଦ ଏବେ ଲଭ କୁଶ ରାମଲୀଳା କମିଟିର ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛି।

ବିଶ୍ୱ ହିନ୍ଦୁ ପରିଷଦ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି କହିଛି, “ବିଶ୍ୱ ହିନ୍ଦୁ ପରିଷଦ, ଲଭ କୁଶ ରାମଲୀଳା କମିଟି ଦ୍ୱାରା ନିଆଯାଇଥିବା ନିଷ୍ପତ୍ତିକୁ ହୃଦୟର ସହିତ ସ୍ୱାଗତ କରୁଛି। ଯେଉଁଥିରେ ସମାଜ ଏବଂ ପୂଜ୍ୟ ସନ୍ଥମାନଙ୍କ ଭାବନାକୁ ସମ୍ମାନ ରହିଛି।

ବିଶ୍ୱ ହିନ୍ଦୁ ପରିଷଦ ପ୍ରାଦେଶିକ ମନ୍ତ୍ରୀ ସୁରେନ୍ଦ୍ର ଗୁପ୍ତା କହିଛନ୍ତି, “ଆମେ ବିଶ୍ୱାସ କରୁଛୁ ଯେ ଏହି ବର୍ଷର ଲଭ କୁଶ ରାମଲୀଳା ଆହୁରି ସଫଳ, ମହାନ ଏବଂ ପ୍ରେରଣାଦାୟକ ହେବ।”

ପ୍ରଦେଶ ମନ୍ତ୍ରୀ କହିଛନ୍ତି, “ବିଶ୍ୱ ହିନ୍ଦୁ ପରିଷଦ ଇନ୍ଦ୍ରପ୍ରସ୍ଥ ପ୍ରାଦେଶିକ ରାମଲୀଳା କମିଟିକୁ ତାଙ୍କର ହୃଦୟର ଶୁଭେଚ୍ଛା ଜଣାଉଛି।” ଏହା ଉଲ୍ଲେଖଯୋଗ୍ୟ ଯେ, ଗତ ସପ୍ତାହ ପୂର୍ବରୁ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍ପି) ରାମଲୀଳାରେ ପୁନମ ପାଣ୍ଡେଙ୍କୁ ସାମିଲ କରିବା ଉପରେ ଆପତ୍ତି କରିଥିଲା।

ଦିଲ୍ଲୀର ଲାଲକିଲ୍ଲା ପରିସରରେ ଅନୁଷ୍ଠିତ ହେବାକୁ ଥିବା ଲଭ୍ କୁଶ୍ ରାମଲୀଳାର କଳାକାରମାନଙ୍କ ମଧ୍ୟରେ ପୁନମ୍ ପାଣ୍ଡେଙ୍କ ସାମିଲକୁ ବିରୋଧ କରାଯାଇଥିଲା। କିନ୍ତୁ, କମିଟି ବିରୋଧକୁ ଅଣଦେଖା କରି ନିଜ ନିଷ୍ପତ୍ତିରେ ଅଟଳ ରହିଲା।

ଲଭ୍ କୁଶ୍ ରାମଲୀଳା ସେପ୍ଟେମ୍ବର ୨୨ ରୁ ଅକ୍ଟୋବର ୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥର ବଲିଉଡ୍ ଅଭିନେତା ଆର୍ଯ୍ୟ ବବ୍ବର ରାବଣ ଭୂମିକାରେ ଅଭିନୟ କରୁଛନ୍ତି। କିଂଶୁକ୍ ବୈଦ୍ୟ ରାମ ଭୂମିକାରେ, ରିନି ଆର୍ଯ୍ୟ ସୀତା ଭୂମିକାରେ ଏବଂ ବିଜେପି ସାଂସଦ ମନୋଜ ତିୱାରୀ ପରଶୁରାମ ଭୂମିକାରେ ଅଭିନୟ କରିବେ।