ଶ୍ରୀମୟୀ ମିଶ୍ରଙ୍କୁ ନିଲମ୍ବନ କଲା ବିଜେଡି, ଦଳ ବିରୋଧୀ ବୟାନ ମହଙ୍ଗା ପଡ଼ିଲା

ଦଳରେ ରହି ବିରୋଧୀ ବୟାନ ଦେବା ଶ୍ରୀମୟୀ ମିଶ୍ରଙ୍କୁ ମହଙ୍ଗା ସାବ୍ୟସ୍ତ ହୋଇଛି। ବିଜେଡି ମହିଳା ବ୍ୟାପାର ସାଧାରଣ ସଂପାଦକ ଶ୍ରୀମୟୀ ମିଶ୍ରଙ୍କୁ (ବିଜେଡି) ଆଜି ନିଲମ୍ବନ କରିଛି। ବିଜେଡି ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ ଏହା କୁହାଯାଇଛି।

ଭୁବନେଶ୍ବର: ଦଳରେ ରହି ବିରୋଧୀ ବୟାନ ଦେବା ଶ୍ରୀମୟୀ ମିଶ୍ରଙ୍କୁ ମହଙ୍ଗା ସାବ୍ୟସ୍ତ ହୋଇଛି। ବିଜେଡି ମହିଳା ବ୍ୟାପାର ସାଧାରଣ ସଂପାଦକ ଶ୍ରୀମୟୀ ମିଶ୍ରଙ୍କୁ (ବିଜେଡି) ଆଜି ନିଲମ୍ବନ କରିଛି। ବିଜେଡି ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ ଏହା କୁହାଯାଇଛି। ବିଜେଡି ଉପସଭାପତି ପ୍ରତାପ ଜେନା ଏହା ସ୍ପଷ୍ଟ କରିଛନ୍ତି। 

ବିଜଡେି ଆଜି ଶ୍ରୀମୟୀ ମିଶ୍ରଙ୍କ ସମେତ ମୟୂରଭଂଜ ଜିଲ୍ଲା କପ୍ତିପଦା ବ୍ଲକ ସଭାପତି ସୁବାଷ ଚନ୍ଦ୍ର ସାୟ ଓ ମୟୂରଭଂଜର ପୂର୍ବତନ ଜିଲ୍ଲା ସଂପାଦକ ପ୍ରବୀର ଚନ୍ଦ ସାଇଙ୍କୁ ନିଲମ୍ବନ କରିଛି।

ସୂଚନାଯୋଗ୍ୟ, ଶ୍ରୀମୟୀ ମିଶ୍ର ଗୋଟିଏ ପରେ ଗୋଟିଏ ସୋସିଆଲ ମିଡ଼ିଆ ପୋଷ୍ଟ କରି ରାଜନୀତି ମହଲରେ ବିସ୍ଫୋରଣ କରିବାରେ ଲାଗିପଡ଼ିଥିଲେ। କିଛିଦିନ ତଳେ ଧୃତରାଷ୍ଟ୍ର ଓ ସନ୍ୟାସୀ ଉପାଖ୍ୟାନକୁ ନେଇ ଲେଖିଥିବା ଶ୍ରୀମୟୀ ଗତ ୨୦ ତାରିଖ ଦିନ ନାରୀଙ୍କୁ ସମ୍ମାନ ଓ ସହିବାର ସୀମା ବାବଦରେ ଉଲ୍ଲେଖ କରିଥିଲେ। ଦୁର୍ଗାପୂଜା ଓ ମା’ ଦୁର୍ଗାଙ୍କ ଆଗମନ ନେଇ ଶ୍ରୀମୟୀଙ୍କ ଏହି ବାର୍ତ୍ତାରେ ସେ ଉଲ୍ଲେଖ କରିଥିଲେ ଯେ, ‘ଆମ ସଂସ୍କୃତିରେ ଯେଉଁ ସ୍ଥାନରେ ନାରୀମାନେ ସମ୍ମାନିତ ହୁଅନ୍ତି, ସେଠାରେ ଦେବତାମାନେ ଆନନ୍ଦରେ ବାସ କରନ୍ତି। କିନ୍ତୁ ଯେଉଁଠାରେ ନାରୀମାନଙ୍କୁ ସମ୍ମାନ ଦିଆଯାଏ ନାହିଁ, ସେଠାରେ ସମସ୍ତ କାର୍ଯ୍ୟ ନିଷ୍ଫଳ ହୁଏ। ଏହି ଶ୍ଳୋକ ନାରୀର ସମ୍ମାନ ଓ ମର୍ଯ୍ୟାଦାର ମହତ୍ୱକୁ ଦର୍ଶାଏ। ଓଡ଼ିଶାର ସାଂସ୍କୃତିକ ପରଂପରାରେ ମଧ୍ୟ ନାରୀଙ୍କୁ ମା’, ଦେବୀ ଓ ଶକ୍ତି ରୂପେ ପୂଜା କରାଯାଏ, ଯେପରି ଦୁର୍ଗା ପୂଜାରେ ମା’ ଦୁର୍ଗାଙ୍କୁ ଆରାଧନା କରାଯାଇଥାଏ। ବାସ୍ତବରେ ମହିଳା ସହନଶୀଳ ହୋଇଥାନ୍ତି। କିନ୍ତୁ କ’ଣ ଏହା ଜରୁରୀ ଯେ ପ୍ରତ୍ୟେକ ପରିସ୍ଥିତିରେ ସେମାନଙ୍କ ସହନଶୀଳତାର ପରୀକ୍ଷା ନିଆଯିବ?  ମା’ ଦୁର୍ଗାଙ୍କ ଆଗମନ ନାରୀ ଶକ୍ତିର ଜୟଗାନ ଓ ଅନ୍ୟାୟର ବିରୋଧରେ ସଂଘର୍ଷର ପ୍ରତୀକ। ଏହା ଆମକୁ ଶିକ୍ଷା ଦେଇଥାଏ ଯେ ନାରୀଙ୍କ ଉପରେ ଅତ୍ୟାଚାର କେବେ ସହ୍ୟ କରାଯିବା ଉଚିତ ନୁହେଁ, ଏବଂ ସେମାନଙ୍କ ସମ୍ମାନ ଓ ସଶକ୍ତୀକରଣ ପାଇଁ ସମାଜ ସବୁବେଳେ ଆଗେଇ ଆସିବା ଦରକାର ‘।

ଉଲ୍ଲେଖ ଥାଉ କି କିଛିଦିନ ତଳେ ଶ୍ରୀମୟୀ ଫେସବୁକରେ ଲେଖିଥିଲେ ଯେ ସଂସାରର ସମସ୍ତ ସୁଖ ସମ୍ଭୋଗ ଠୁଁ ଦୁରେଇ ରହିବା ବା ସମସ୍ତ ମୋହ ମାୟା ପ୍ରତି ଦୁର୍ବଳତା ନ ରଖିବା ବ୍ୟକ୍ତି ବିଶେଷଙ୍କୁ ସମାଜ ସନ୍ନ୍ୟାସୀ ରୂପେ ଗ୍ରହଣ କରେ। କିନ୍ତୁ ଏଥିରେ ସନ୍ଦେହ କିମ୍ୱା ବ୍ୟତିକ୍ରମ ହେଲେ ସମାଜ ଭଣ୍ଡ ସନ୍ନ୍ୟାସୀ ର ରୂପ ଦେବାକୁ ତିଳେ ମାତ୍ର ପଛଘୁଞ୍ଚା ଦେଇନାହିଁ। ବର୍ତମାନ ଆମସମାଜରେ ଏହିପରି ଆମେ ଅନେକ ଗୁଡ଼ିଏ ଘଟଣା ଶୁଣୁଛେ କିମ୍ୱା ଦେଖୁଛେ, ଯେଉଁମାନେ ସନ୍ନ୍ୟାସ କହି ସମସ୍ତ ସୁଖ ସ୍ଵ।ଛନ୍ଦ୍ୟ ପ୍ରତି ଲାଳାୟିତ ରହୁଛନ୍ତି। ପରମୁହୁର୍ତ୍ତ ରେ ଏକ ଭଣ୍ଡ ସନ୍ନ୍ୟାସର ଆଖ୍ୟାରେ ପରିଚୟ ପାଇ ଶିରୋନାମା ମଣ୍ଡନ କରୁଛନ୍ତି।

ସନ୍ଥ, ସନ୍ନ୍ୟାସୀମାନେ ଜ୍ଞାନ, ତ୍ୟାଗ ଓ ଭକ୍ତିର ନିଦର୍ଶନ ଦିଅନ୍ତି,ତାଙ୍କ ଜ୍ଞାନର ଆଲୋକ ଆମ ଜାତିର ଗୌରବ, ଯାହା ଅନ୍ଧକାର ମନରେ ଆଲୋକ ଉତ୍ସ ଭଳି। ବୃକ୍ଷତଳେ ବସି, ନଦୀର କୂଳେ ଧ୍ୟାନମଗ୍ନ ହୋଇ, ଶୂନ୍ୟରୁ ସମସ୍ତ ସୃଷ୍ଟିର ରହସ୍ୟ ଦେଖନ୍ତି, ଆଉ ସର୍ବୋପରି ଜଗତର ମଙ୍ଗଳ କାମନା କରନ୍ତି। ହେଲେ ଏ ଯୁଗର କିଛି ସନ୍ନ୍ୟାସୀଙ୍କ ଭାଷାରେ “ଜଗତେ ପଛେ ନର୍କେ ପଡ଼ିଥାଉ, ମୋ ଜୀବନ ଉଦ୍ଧାର ହଉ” | ଏବେ ମଧ୍ୟ କଛି ସନ୍ନ୍ୟାସୀ ଜନମଙ୍ଗଳକରି ଭାବନା ନେଇ ତପସ୍ୟା କରିଛନ୍ତି, ହେଲେ ଆଉ କିଛି ଜଗନ୍ନାଥଙ୍କ ନାମ ନେ଼ଇ ଅନ୍ୟ ପାଇଁ ଗାତ ଖୋଲିବାକୁ ଯାଇ, ନିଜେ ଗାତରେ ପଡ଼ୁଛନ୍ତି। ପୂର୍ବରୁ ପରୋକ୍ଷରେ ଦଳର ମୁଖିଆଙ୍କୁ କଟାକ୍ଷ କରିଥିବା ପରେ ବି ଚୁପ୍ ବସିନାହାନ୍ତି ଶ୍ରୀମୟୀ। ଏବେ ଏହାକୁ ନେଇ ବିଜେଡି କିଭଳି ପ୍ରତିକ୍ରିୟାଶୀଳ ହେଉଛି ଏବଂ ତାଙ୍କୁ ଦଳରୁ ନିଲମ୍ବିତ କରୁଛି କି ନା,

By Kalantar

About Us ! Welcome To Thekalantar.com Thekalantar.com is a Professional ENews Platform. Here we will only provide you with interesting content that you will enjoy very much. We are committed to providing you the best of ENews, with a focus on reliability and Newspaper . we strive to turn our passion for ENews into a thriving website. We hope you enjoy our ENews as much as we enjoy giving them to you. I will keep on posting such valuable anf knowledgeable information on my Website for all of you. Your love and support matters a lot. Thank you For Visiting Our Site Have a great day !

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.