Happening

ପୂଜାରେ ସଂସ୍କୃତି କମ, ଅପସଂସ୍କୃତି ଅଧିକ

ମଦ୍ୟପାନ କରି, ଅଶାଳୀନ ଗୀତରେ ବିସର୍ଜନ ପାଇଁ ମାଆଙ୍କୁ ନେବା କେତେ ଠିକ୍ ? ଆମେ ଯଦି ଆମ ମାଆ ଆଗରେ ଅଶ୍ଲୀଳ ଗୀତ ଗାଇପାରୁନେ ତେବେ ଜଗତଜନନୀଙ୍କ ଆଗରେ କେମିତି ଅଶ୍ଲୀଳ ଗୀତ-ନୃତ୍ୟ କରିପାରୁଛେ ? ଏଥିରୁ ଜଣା ପଡୁଛି ଆମର କେତେ ଭକ୍ତି ଅଛି…

ବଡ଼ ବଡ଼ ପେଣ୍ଡାଲ, ଆକାଶଛୁଆଁ ତୋରଣ… ମାଳ ମାଳ ରଙ୍ଗୀନ ଆଲୋକ, ମାଇକ୍, ଡିଜେ ଡ୍ୟାନ୍ସ… ମେଲୋଡି ଆହୁରି କେତେ କଣ… ଦୁର୍ଗା ପୂଜା ଆସିଲେ ଆମେ ଏମିତି ଅନେକ କିଛି ସହର ମାନଙ୍କରେ ଦେଖିବାକୁ ପାଉ । ପୂଜା କମିଟିମାନଙ୍କ ମଧ୍ଯରେ ପେଣ୍ଡାଲକୁ ନେଇ ପ୍ରତିଯୋଗିତା ଚାଲେ । ତେବେ ଏଠି ପ୍ରଶ୍ନ ଉଠେ ସତରେ କଣ ମାଆ ଦୁର୍ଗା ଏମିତି ବଡ଼ ବଡ଼ ତୋରଣ ଲୋଭୀ ? ବିରାଟ ସୁନା, ଚାନ୍ଦିର ମେଢ ନହେଲେ ସତରେ କଣ ମାଆ ଆସିବେନି ? ମାଆ କଣ ସତରେ ଏସବୁ ଚାହାନ୍ତି କି ? ମୃଣ୍ମୟୀ ମୂର୍ତ୍ତିଙ୍କୁ ପୂଜୁଥିବା ହାତ ଜୀବନ୍ତ ମାଆକୁ ଅବହେଳା କରେ ନି କି ?

ଏ ପ୍ରଶ୍ନ ଯେତେବେଳେ ଉଠିଛି ଠିକ୍ ସେତେବେଳେ ଆଜିର ପୂଜାକୁ ନେଇ କନକ ନ୍ୟୁଜର ଶାରଦୀୟ ସାକ୍ଷାତକାରରେ ନିଜର ମତ ମନ୍ତବ୍ୟ ଦେଇଛନ୍ତି ସମାଜ ସଂସ୍କାରକ ତଥା ଆଧ୍ୟାତ୍ମିକ ପ୍ରବଚକ ସ୍ବାମୀ ସୁଧାନନ୍ଦ ସରସ୍ବତୀ । ସେ କହିଛନ୍ତି- ଆଜିକାଲି ଧର୍ମୀୟ ଶିକ୍ଷାର ଅଭାବ ରହିଛି । ପେଣ୍ଡାଲ ବୁଲିଯାଉଥିବା ଲୋକଙ୍କୁ ଆପଣ ଯଦି ପଚାରିବେ ଦୁର୍ଗାପୂଜା କାହିଁକି ହେଉଛି… ଅନେକ ଏହାର ଉତ୍ତର ଦେଇପାରିବେନି । ଧିରେଧିରେ ପୂଜା ସବୁ ମନୋରଞ୍ଜନଧର୍ମୀ ପାଲଟିଗଲାଣି । ଯେଉଁ ପୂଜା ମଣ୍ଡପ ପାଖରେ ମୀନାବଜାର ଥିବ ସେଠି ଭିଡ ଥିବ କିନ୍ତୁ ଯେଉଁଠି ଧର୍ମ ଚର୍ଚ୍ଚା ହେଉଥିବ ସେଠି ଲୋକେ ନଥିବେ ବୋଲି ସ୍ବାମୀଜୀ କହିଛନ୍ତି । ଏବେ ସମସ୍ୟା ମଣିଷଙ୍କ ପାଖରେ ଦେଖା ଦେଇଛି । ଲୋକେ ମଣ୍ଡପରେ ଏପଟ ସେପଟ ଅନେଇ ଗୋଟେ ଦୁଇ ମିନିଟ ରହି, ମୁଣ୍ଡିଆ ମାରି ବାକି ୩ ଘଣ୍ଟା ପେଣ୍ଡାଲ ବାହାରେ ସାଜସଜ୍ଜା ସ୍ଥଳରେ ସମୟ ବିତାଉଛନ୍ତି ।

ଆମେ ଆମ ସଂସ୍କୃତିକୁ ଭୁଲିଯାଇଛେ । ସଂସ୍କୃତି ହେଉଛି ଆତ୍ମା, ବାହାର ଢାଞ୍ଚା ହେଉଛି ସଭ୍ୟତା । ଏବେ ସଂସ୍କୃତି କମ ଅପସଂସ୍କୃତି ଅଧିକ । ଆଜିକାଲି ପୂଜା ଦେଖିବାକୁ କେତେ ଜଣ ଯାଉଛନ୍ତି, ମେଳା ବୁଲିବାକୁ କେତେଜଣ ଯାଉଛନ୍ତି କୁହନ୍ତୁ… କିଏ କେଉଁ ବସ୍ତ୍ରରେ ଯାଉଛି ଦେଖନ୍ତୁ । ମନ୍ଦିରର ବସ୍ତ୍ରର ଅଲଗା, ମେଳା ବୁଲିବାର ବସ୍ତ୍ର ଅଲଗା କହି ଆଜିର ଟ୍ରେଣ୍ଡରେ ବଞ୍ଚୁଥିବା ଲୋକଙ୍କୁ ସୁଧୁରିବା ପାଇଁ ଆହ୍ଵାନ

୮୦ତମ ସାଧାରଣ ଅଧିବେଶନରେ ଟ୍ରମ୍ପ: ଜାତିସଂଘକୁ କଡ଼ା ସମାଲୋଚନା କଲେ .

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଜାତିସଂଘର ୮୦ତମ ସାଧାରଣ   ଅଧ‌ିବେଶନରେ ଉଦ୍‌ବୋଧନ ଦେଇ ପୁଣିଥରେ ୭ଟି ଯୁଦ୍ଧ ଶେଷ କରିଥିବା ଦାବି ଦୋହରାଇ ନିଜ ପାଇଁ…

ୱାସିଂଟନ :  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଜାତିସଂଘର ୮୦ତମ ସାଧାରଣ   ଅଧ‌ିବେଶନରେ ଉଦ୍‌ବୋଧନ ଦେଇ ପୁଣିଥରେ ୭ଟି ଯୁଦ୍ଧ ଶେଷ କରିଥିବା ଦାବି ଦୋହରାଇ ନିଜ ପାଇଁ ‌ନୋବେଲ ଶାନ୍ତି ଦାବି କରିଛନ୍ତି। ଟ୍ରମ୍ପ କହିଛନ୍ତି,  ସେ ଭାରତ-ପାକିସ୍ତାନ, ଇସ୍ରାଏଲ-ଇରାନ, ରୁଆଣ୍ଡା-କଙ୍ଗୋ, ଥାଇଲାଣ୍ଡ-କା‌ମ୍ବୋଡ଼ିଆ, ଆର୍ମେନିଆ- ଅାଜରବୈଜନ, ଇଜିପ୍ଟ-ଇଥିଓପିଆ ଏବଂ ସର୍ବିୟା-କସଭୋ ଯୁଦ୍ଧ ବନ୍ଦ କରିବାରେ ସଫଳ ହୋଇଛନ୍ତି। ଏହା ଅନ୍ୟମାନଙ୍କ ପାଇଁ ଅକଳ୍ପନୀୟ।  ଅନ୍ୟ କୌଣସି ରାଷ୍ଟ୍ରପତି କିମ୍ବା ନେତା ଏହାର ପାଖାପାଖି କିଛି କରିପାରିନାହାନ୍ତି।  ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ ଯାହା ଜାତିସଂଘ କରିବା କଥା ତାହା ସେ କରୁଛନ୍ତି ବୋଲି ଟ୍ରମ୍ପ କହିଛନ୍ତି।

ଜାତିସଂଘ ସାଧାରଣ ଅଧିବେଶନରେ ଭାଷଣ ଦେଇ ଏହି ବୈଶ୍ବିକ ସଂସ୍ଥାକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଯୁଦ୍ଧ ଶେଷ ପାଇଁ ଜାତିସଂଘ କେବେ ବି ସହଯୋଗ କରିବାକୁ ପ୍ରୟାସ କରିନାହିଁ।  ସେ ୭ ରାଷ୍ଟ୍ରର ନେତାଙ୍କ ସହ ଯୋଗାଯୋଗ କରିଛନ୍ତି। କିନ୍ତୁ ଜାତିସଂଘଠାରୁ ଗୋଟିଏ କଲ୍‌ ବି ପାଇନାହାନ୍ତି।  ସେ କହିଛନ୍ତି, ଜାତିସଂଘ କେବଳ କଡ଼ା ଚିଠି ଲେଖି ଜାଣିଛି। ଜାତିସଂଘ କେବଳ ଫମ୍ପା କଥା କହୁଛି। କିନ୍ତୁ ଫମ୍ପା କଥାରେ ଯୁଦ୍ଧର ସମାଧାନ ହୋଇପାରିବନି। ସେ ଜାତିସଂଘଠାରୁ କେବଳ ୨ଟି ଜିନିଷ ପାଇଛନ୍ତି। ତାହା ହେଉଛି ଖରାପ୍‌ ଏସ୍‌କାଲେଟର ଏବଂ ଭଙ୍ଗା ଟେଲିପ୍ରମ୍ପଟର।  ଜାତିସଂଘ ମୁଖ୍ୟାଳୟର ଏକ ଭିଡିଓରୁ ଦେଖିବାକୁ ମିଳିଛି ଯେ ଟ୍ରମ୍ପ ଏବଂ ମେଲାନିଆ ଏସ୍‌କାଲେଟର୍‌ରେ ଚଢ଼ିବା ସମୟରେ ଏହା ହଠାତ୍‌ ବନ୍ଦ ହୋଇଗଲା।  ସେହିଭଳି ଟ୍ରମ୍ପ ଭାଷଣ ଆରମ୍ଭ କରିବା ସମୟରେ ଟେଲିପ୍ରମ୍ପଟର ମଧ୍ୟ ଫେଲ୍‌ ମାରିଲା। ଏହାପରେ ଟ୍ରମ୍ପ କାଗଜରୁ ତାଙ୍କ ଭାଷଣ ପଢ଼ିଥିଲେ। ଉକ୍ତ ୨ଟି ବିଷୟକୁ ନେଇ ଟ୍ରମ୍ପ ତାଙ୍କ ଭାଷଣରେ ଜାତିସଂଘର କାର୍ଯ୍ୟ ସ୍ବରୂପକୁ ପଦାରେ ପକାଇଥିଲେ।  
ଟ୍ରମ୍ପ କହିଛନ୍ତି, ଚୀନ୍‌ ଓ ଭାରତ ୟୁକ୍ରେନ ଯୁଦ୍ଧରେ ପାଣ୍ଠି ଲଗାଇଛନ୍ତି। କିଛି ନ‌ାଟୋ ରାଷ୍ଟ୍ର ମଧ୍ୟ ଏହା କରୁଛନ୍ତି। କିଛି ୟୁରୋପୀୟ ରାଷ୍ଟ୍ର ମଧ୍ୟ ରୁଷ୍‌ଠାରୁ ତୈଳ କିଣୁଛନ୍ତି ଏବଂ ଏହା ସହ ଲଢ଼ୁଛନ୍ତି। ଏହା ଅତ୍ୟନ୍ତ ଲଜ୍ଜାଜନକ।  ବେଆଇନ ପ୍ରବାସୀଙ୍କ ପାଇଁ ଟ୍ରମ୍ପ କଡ଼ା ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି, ଯଦି ତୁମେ ବେଆଇନ ଭାବେ ଆମେରିକାକୁ ପ୍ରବେଶ କରୁଛ ତେବେ ତୁମକୁ ଜେଲ୍‌ ପଠାଯିବ ନଚେତ୍‌ ଯେଉଁଠାରୁ ଆସିଥିଲ ସେଠାକୁ ପଠାଯିବ କିମ୍ବା ତା ଠାରୁ ବି ଅଧିକ ଦୂରକୁ..। ରୁଷ୍‌କୁ କଡ଼ା ଚେତାବନୀ ଦେଇ ଟ୍ରମ୍ପ କହିଛନ୍ତି ଯଦି ରୁଷ୍‌ ୟୁକ୍ରେନ ଯୁଦ୍ଧ ଶେଷ କରିବାପାଇଁ ଏକ ଚୁକ୍ତି ପ୍ରସ୍ତୁତ ନହୁଏ ତେବେ ଆମେରିକା ଏହା ଉପରେ ଅତି ଶକ୍ତିଶାଳୀ  ଶୁଳ୍କ କଟକଣା ଲଗାଇବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି।  ନିଜ ସମ୍ଭାଷଣରେ ଟ୍ରମ୍ପ ଆଜି ଆମେରିକାକୁ ପ୍ରଶଂସା‌ରେ ପୋତି ପକାଇଛନ୍ତି। ସେ କହିଛନ୍ତି, ଗୋଟିଏ ବର୍ଷ ପୂର୍ବରୁ ଆମ ଦେଶ ବହୁତ ସମସ୍ୟାରେ ଥିଲା। କିନ୍ତୁ ମୋ ଶାସନର ମାତ୍ର ୮ ମାସ ମଧ୍ୟରେ ଆମେ ବିଶ୍ବରେ ସବୁଠାରୁ ଚର୍ଚ୍ଚିତ ରାଷ୍ଟ୍ର। ଆମେରିକାର ଏହା ସ୍ବର୍ଣ୍ଣିମ ଚିତ୍ର ବୋଲି ଟ୍ରମ୍ପ କହିଛନ୍ତି।

ସାବଧାନ! ଭିଟାମିନ୍‌ ବି୧୨ର ଅଭାବରେ ଗ୍ରାସ କରିପାରେ ଅନେକ ରୋଗ

ଆମ ଶରୀରକୁ ସଠିକ୍ ଭାବରେ କାର୍ଯ୍ୟ କରିବା ପାଇଁ କିଛି ଭିଟାମିନ୍‌ ନିତାନ୍ତ ଆବଶ୍ୟକ। ସେଥିମଧ୍ୟରୁ ଭିଟାମିନ୍‌ ବି୧୨ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏହି ଅତ୍ୟାବଶ୍ୟକ ଭିଟାମିନର ଅଭାବ ଅନେକ ଶାରୀରିକ ସମସ୍ୟାର କାରଣ ବନିପାରେ।

ଭିଟାମିନ୍ ବି୧୨ର ଅଭାବ କେବଳ ମାନସିକ ସମସ୍ୟା ନୁହେଁ ବରଂ ପେଟ ସମସ୍ୟା ମଧ୍ୟ ସୃଷ୍ଟି କରେ। ଆଜିକାଲି, ଆମର ଅସ୍ୱାସ୍ଥ୍ୟକର ଖାଦ୍ୟପେୟ ହେତୁ ଭିଟାମିନ୍ ବି୧୨ର ଅଭାବ ଦେଖାଦିଏ।  ଏହା ଶରୀରରେ ସମସ୍ୟା ସୃଷ୍ଟି କଲେ, ଆମେ ଔଷଧ ଏବଂ ସପ୍ଲିମେଣ୍ଟ୍ ଖାଇବା ଆରମ୍ଭ କରିଥାଉ।

ଭିଟାମିନ୍ ବି୧୨ ଅଭାବର ଲକ୍ଷଣଗୁଡ଼ିକ ବିଷୟରେ ସଚେତନ ରହିବା ଏବଂ ଲକ୍ଷଣଗୁଡ଼ିକ ଅତିରିକ୍ତ ହେବା ପୂର୍ବରୁ ଶରୀରରେ ବି୧୨  ସ୍ତର ପରୀକ୍ଷା କରି ସତର୍କ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି ଆପଣ ବାରମ୍ବାର ପେଟ ପୋଡ଼ା, ଗ୍ୟାସ୍, ବଦହଜମୀ କିମ୍ବା ଥକ୍କା ଅନୁଭବ କରନ୍ତି, ତେବେ ଏହା ବି୧୨ ଅଭାବ ଯୋଗୁଁ ହୋଇପାରେ। ଆସନ୍ତୁ ଭିଟାମିନ୍ ବି୧୨ ଅଭାବରୁ ଉପୁଜିପାରୁଥିବା ପେଟ ସମସ୍ୟା ଏବଂ ସେଗୁଡ଼ିକୁ ଦୂର କରିବା ପାଇଁ କ’ଣ ଖାଇବା ଉଚିତ ସେ ସଂପର୍କରେ ଜାଣିବା।

ଗ୍ୟାସ୍ ଏବଂ ବଦହଜମୀ: ବି୧୨ ଅଭାବ ପାଚନ କ୍ରିୟାକୁ ଦୁର୍ବଳ କରିଦିଏ। ଏହା ଖରାପ ପାଚନ, ଗ୍ୟାସ୍ ଏବଂ ବଦହଜମୀ ଭଳି ସମସ୍ୟା ସୃଷ୍ଟି କରେ।

ଭୋକ ନ ଲାଗିବା: ଯେତେବେଳେ ଶରୀରରେ ବି୧୨ ସ୍ତର କମ୍ ଥାଏ, ସେତେବେଳେ ଭୋକ ମଧ୍ୟ କମିଯାଏ। ଯାହା ଶରୀରକୁ ଆବଶ୍ୟକୀୟ ପୁଷ୍ଟିକର ପଦାର୍ଥ ପାଇବାରୁ ବାଧା ଦିଏ।

ଜଳାପୋଡ଼ା ଏବଂ ଫୁଲା: ଭିଟାମିନ୍ ବି୧୨ ଅଭାବ ପେଟର ଭିତର ଭାଗକୁ ପ୍ରଭାବିତ କରେ, ଯାହା ଜ୍ୱଳନ ଏବଂ ଫୁଲା ସୃଷ୍ଟି କରିପାରେ।

କୋଷ୍ଠକାଠିନ୍ୟ କିମ୍ବା ଡାଇରିଆ: ଯେତେବେଳେ ଶରୀରରେ ଭିଟାମିନ୍ ବି୧୨ ଅଭାବ ଥାଏ, ସେତେବେଳେ କୋଷ୍ଠକାଠିନ୍ୟ ଏବଂ ଡାଇରିଆ ହୋଇପାରେ।

ବାନ୍ତି : କିଛି ଲୋକ ବି୧୨  ଅଭାବ ଯୋଗୁ ପେଟରେ ଭାରୀ ହେବାର ଏକ ଅଦ୍ଭୁତ ଅନୁଭବ ଏବଂ ବାନ୍ତି ଅନୁଭବ କରନ୍ତି।