ଭୁବନେଶ୍ବର: ପୁରୁଷ ବି ଗୋଟେ ମଣିଷ ମ… କିଏ କହିଲା ସିଏ ପଥର ବୋଲି… ପୁରୁଷ ଭିତରେ ବି ଗୋଟେ ନାରୀ ଲୁଚିରହିଥାଏ । ନହେଲେ ସିଏ କଣ ପାଇଁ କାନ୍ଦେ… ନାରୀ ଲୁହର ପ୍ରତୀକ ନୁହେଁ ପୁରୁଷ ବି ପଥର ନୁହେଁ । ନାରୀ ଆଉ ପୁରୁଷ ଖାଲି ଲିଙ୍ଗ ଅନୁସାରେ ପରସ୍ପର ଠୁ ଅଲଗା । ନଚେତ ସେମାନେ ମଣିଷ ଜାତିର । ମନ, ହୃଦୟ, ଶରୀର ଧାରୀ ଭଗବାନଙ୍କ ସୁନ୍ଦର ସୃଷ୍ଟି । ନିଜକୁ ପରସ୍ତ ପରସ୍ତ କରି ବାଣ୍ଟି ଦେଇଛି ବୋଲି ତ ସିଏ ପୁରୁଷର ପରିଚୟ ପାଇଛି… ନିଜ ଛାତିକୁ ପଥର ପରି ଗଢିଛି ବୋଲି ତ ସମାଜ ତାକୁ ପୁରୁଷ ବୋଲି ଜାଣିଛି… ପୁରୁଷ ଗୋଟେ ବିଶ୍ବାସ, ଭରସା । ପୁରୁଷ ଗୋଟେ ପ୍ରାରମ୍ଭ, ପୁରୁଷ ଏକ ପ୍ରତିଶ୍ରୁତି, ପୁରୁଷ ପ୍ରତିଶୋଧ ନୁହେଁ, ପ୍ରତିବଦ୍ଧତାର ପ୍ରତୀକ…ପୁରୁଷ ଦାନ ଓ ଦାୟିତ୍ୱବୋଧତାର ପ୍ରତିଫଳନ । ପୁରୁଷ ପରିଶ୍ରମ, ପ୍ରତିଦାନ, ପ୍ରତିରୋଧର ପ୍ରତିଛବି । ପୁରୁଷ ବି ପ୍ରାପ୍ତି, ପୁରୁଷ ସ୍ବୀକୃତି, ପୁରୁଷ ହିଁ ଶକ୍ତି । ପୁରୁଷ ପୁଣି କାହାର ସାହସ ଓ ଦୃଢୋକ୍ତି..
ପୁରୁଷ ବି କାନ୍ଦି ପାରେ, ତା’କୁ ବି କଷ୍ଟ ହୁଏ, ଛାତି ତଳେ ତା’ର ଗୋଟେ ନିଆଁ ଲୁଚି ରହେ। ସମାଜର ଭାର କାନ୍ଧାଏ, ପୁରୁଷ ମାଟିର ମଣିଷ, ପରିବାରର ସାହସ । ଭାଙ୍ଗିବା ପରେ ଯୋଡ଼ିବାକୁ ହେବ ତା’କୁ ଆହୁରି ହଜାରେ ଥର । ପରିବାର ପାଇଁ ନୀରବରେ ସବୁ ଦାୟିତ୍ୱ ବହନ କରୁଥିବା ବାପା, ଭାଇ ଓ ପୁଅମାନେ ଜଣେ ଜଣେ ପୁରୁଷ । କମ୍ ରୋଜଗାର କରୁ କି ବହୁତ- ପୁରୁଷ ସବୁବେଳେ ପୁରୁଷ ।
ପିଲାଟି ଦିନରୁ ଶିଖାଇ ଦିଆଯାଏ… ପୁଅ ପିଲାଟା ପରା କାନ୍ଦୁଛୁ କ ‘ଣ… ଛି… ପୁଅ ପିଲାମାନେ କାନ୍ଦନ୍ତିନି । ବଡ଼ ହେଲେ ଆମକୁ ସମ୍ଭାଳିବୁ… ବାସ୍ ସେହି ଦିନଠାରୁ ହିଁ ଦାୟିତ୍ୱବାନ ହୋଇଯାଆନ୍ତି ପୁରୁଷମାନେ । ବିନା କୌଣସି ଅଭିଯୋଗରେ ଦାୟିତ୍ୱର ବୋଝ କାନ୍ଧେଇ ନିଏ ପୁରୁଷଟିଏ । ସେ ଜଣେ ବାପା…. ଜଣେ ପୁଅ… ଜଣେ ଭାଇ ଓ ଜଣେ ସ୍ୱାମୀ ହୋଇ ସବୁ ସହିଯାଏ । ବାପାଟିଏ ହୋଇଥିଲେ ଭୋକରେ ରହି ନିଜ ପିଲାଙ୍କ ଖାଇବା ଯୋଗାଡ଼ କରେ… ଭାଇ ହେଲେ ଭଉଣୀକୁ ସୁରକ୍ଷା ଦିଏ… ପୁଅ ହେଲେ ବୟସ ବଢ଼ିବା ସହ ବାପାମାଆଙ୍କ ସାହାର ପାଲଟି ଯାଏ … ଆଉ ସ୍ୱାମୀ ହୋଇଥିଲେ ସଂଘର୍ଷ ଭିତରେ ସ୍ତ୍ରୀ ପରିବାର କଥା ଭାବି ଭାବି ଦିନ କାଟିଦିଏ… ହଁ ସିଏ ପୁରୁଷଟିଏ…
ଏ ତମାମ ଦାୟିତ୍ୱ ଭିତରେ ତା କଥା କିଏ କେବେ ବୁଝିଛି କି…? କେବେ ତା ଚେହେରା ଭିତରେ ଲୁଚି ରହିଥିବା ଥକାପଣକୁ କିଏ ଦେଖିଛି କି ? କିଏ କେବେ ତାକୁ ପଚାରିଛି କି ସେ କେମିତି ଅଛି ? ଗୁମ୍ସୁମ୍ ରହୁଥିବା ପୁରୁଷର ବେଦନାକୁ କେହି କେବେ ବୁଝିଛି କି ?ପ୍ରତିଦିନ ନିଜକୁ କେତେ ଥର ଭାଙ୍ଗି କେତେ ଥରେ ଗଢ଼େ ହିସାବ ନାହିଁ । କେହି ମନେ ରଖିଛନ୍ତି ନାହିଁ ଯେ… ସେ ବି ମଣିଷଟିଏ… ସେ ସ୍ନେହ ଦିଏ…. ପ୍ରତିବଦଳରେ ସେ ବି ଭଲ ପାଇବା ବି ଖୋଜିଥାଏ । ତାର ବି କାନ୍ଦିବାର ଅଧିକାର ଅଛି… ଭାବନାର ସ୍ୱାଧୀନତା ତାର ବି ଅଛି । ତା କଥା ବି ଶୁଣିବା ସମାଜର ଦାୟିତ୍ୱ । କାରଣ ସେ ବି ବେଳେବେଳେ ଦୁର୍ବଳ ହୋଇଯାଏ । ତାକୁ ସାହାର ଦରକାର ହୁଏ… ତାକୁ ଭୟ ଲାଗେ… ତା ଆଖିରୁ ବି ଲୁହ ଝରେ… ତା ମନକୁ ବି କଷ୍ଟ ହୁଏ… ଦାୟିତ୍ୱ ବୋଝ ଭିତରେ ପୁରୁଷର ଖୁସି କେବେ ମଉଳି ନଯାଉ । ଆସନ୍ତୁ ନାରୀକୁ, ପରିବାରକୁ ପୁରୁଷ ଯେମିତି ବୁଝୁଛି, ଆମେ ତାକୁ ସେମିତି ବୁଝିବା…
ମଦ୍ୟପାନ କରି, ଅଶାଳୀନ ଗୀତରେ ବିସର୍ଜନ ପାଇଁ ମାଆଙ୍କୁ ନେବା କେତେ ଠିକ୍ ? ଆମେ ଯଦି ଆମ ମାଆ ଆଗରେ ଅଶ୍ଲୀଳ ଗୀତ ଗାଇପାରୁନେ ତେବେ ଜଗତଜନନୀଙ୍କ ଆଗରେ କେମିତି ଅଶ୍ଲୀଳ ଗୀତ-ନୃତ୍ୟ କରିପାରୁଛେ ? ଏଥିରୁ ଜଣା ପଡୁଛି ଆମର କେତେ ଭକ୍ତି ଅଛି…
ବଡ଼ ବଡ଼ ପେଣ୍ଡାଲ, ଆକାଶଛୁଆଁ ତୋରଣ… ମାଳ ମାଳ ରଙ୍ଗୀନ ଆଲୋକ, ମାଇକ୍, ଡିଜେ ଡ୍ୟାନ୍ସ… ମେଲୋଡି ଆହୁରି କେତେ କଣ… ଦୁର୍ଗା ପୂଜା ଆସିଲେ ଆମେ ଏମିତି ଅନେକ କିଛି ସହର ମାନଙ୍କରେ ଦେଖିବାକୁ ପାଉ । ପୂଜା କମିଟିମାନଙ୍କ ମଧ୍ଯରେ ପେଣ୍ଡାଲକୁ ନେଇ ପ୍ରତିଯୋଗିତା ଚାଲେ । ତେବେ ଏଠି ପ୍ରଶ୍ନ ଉଠେ ସତରେ କଣ ମାଆ ଦୁର୍ଗା ଏମିତି ବଡ଼ ବଡ଼ ତୋରଣ ଲୋଭୀ ? ବିରାଟ ସୁନା, ଚାନ୍ଦିର ମେଢ ନହେଲେ ସତରେ କଣ ମାଆ ଆସିବେନି ? ମାଆ କଣ ସତରେ ଏସବୁ ଚାହାନ୍ତି କି ? ମୃଣ୍ମୟୀ ମୂର୍ତ୍ତିଙ୍କୁ ପୂଜୁଥିବା ହାତ ଜୀବନ୍ତ ମାଆକୁ ଅବହେଳା କରେ ନି କି ?
ଏ ପ୍ରଶ୍ନ ଯେତେବେଳେ ଉଠିଛି ଠିକ୍ ସେତେବେଳେ ଆଜିର ପୂଜାକୁ ନେଇ କନକ ନ୍ୟୁଜର ଶାରଦୀୟ ସାକ୍ଷାତକାରରେ ନିଜର ମତ ମନ୍ତବ୍ୟ ଦେଇଛନ୍ତି ସମାଜ ସଂସ୍କାରକ ତଥା ଆଧ୍ୟାତ୍ମିକ ପ୍ରବଚକ ସ୍ବାମୀ ସୁଧାନନ୍ଦ ସରସ୍ବତୀ । ସେ କହିଛନ୍ତି- ଆଜିକାଲି ଧର୍ମୀୟ ଶିକ୍ଷାର ଅଭାବ ରହିଛି । ପେଣ୍ଡାଲ ବୁଲିଯାଉଥିବା ଲୋକଙ୍କୁ ଆପଣ ଯଦି ପଚାରିବେ ଦୁର୍ଗାପୂଜା କାହିଁକି ହେଉଛି… ଅନେକ ଏହାର ଉତ୍ତର ଦେଇପାରିବେନି । ଧିରେଧିରେ ପୂଜା ସବୁ ମନୋରଞ୍ଜନଧର୍ମୀ ପାଲଟିଗଲାଣି । ଯେଉଁ ପୂଜା ମଣ୍ଡପ ପାଖରେ ମୀନାବଜାର ଥିବ ସେଠି ଭିଡ ଥିବ କିନ୍ତୁ ଯେଉଁଠି ଧର୍ମ ଚର୍ଚ୍ଚା ହେଉଥିବ ସେଠି ଲୋକେ ନଥିବେ ବୋଲି ସ୍ବାମୀଜୀ କହିଛନ୍ତି । ଏବେ ସମସ୍ୟା ମଣିଷଙ୍କ ପାଖରେ ଦେଖା ଦେଇଛି । ଲୋକେ ମଣ୍ଡପରେ ଏପଟ ସେପଟ ଅନେଇ ଗୋଟେ ଦୁଇ ମିନିଟ ରହି, ମୁଣ୍ଡିଆ ମାରି ବାକି ୩ ଘଣ୍ଟା ପେଣ୍ଡାଲ ବାହାରେ ସାଜସଜ୍ଜା ସ୍ଥଳରେ ସମୟ ବିତାଉଛନ୍ତି ।
ଆମେ ଆମ ସଂସ୍କୃତିକୁ ଭୁଲିଯାଇଛେ । ସଂସ୍କୃତି ହେଉଛି ଆତ୍ମା, ବାହାର ଢାଞ୍ଚା ହେଉଛି ସଭ୍ୟତା । ଏବେ ସଂସ୍କୃତି କମ ଅପସଂସ୍କୃତି ଅଧିକ । ଆଜିକାଲି ପୂଜା ଦେଖିବାକୁ କେତେ ଜଣ ଯାଉଛନ୍ତି, ମେଳା ବୁଲିବାକୁ କେତେଜଣ ଯାଉଛନ୍ତି କୁହନ୍ତୁ… କିଏ କେଉଁ ବସ୍ତ୍ରରେ ଯାଉଛି ଦେଖନ୍ତୁ । ମନ୍ଦିରର ବସ୍ତ୍ରର ଅଲଗା, ମେଳା ବୁଲିବାର ବସ୍ତ୍ର ଅଲଗା କହି ଆଜିର ଟ୍ରେଣ୍ଡରେ ବଞ୍ଚୁଥିବା ଲୋକଙ୍କୁ ସୁଧୁରିବା ପାଇଁ ଆହ୍ଵାନ
ନୂଆଦିଲ୍ଲୀ: କେବେ କେବେ ଡେରିରେ ଅଫିସରେ ଫେରିବା ହେଉ କିମ୍ବା ସୁଟିଂ ସାରୁ ସାରୁ ବିଳମ୍ବିତ ରାତି ହେଇଯିବା ହେଉ… ଅବା କେଉଁ କାମରେ ଫସିବା କିମ୍ବା ସଉକରେ କେହି କେହି ବିଳମ୍ବିତ ରାତିରେ ଖାଉଥିବା ଦେଖିବାକୁ ମିଳୁଛି । ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀରେ ବିଳମ୍ବିତ ରାତିରେ ରାତ୍ରୀଭୋଜନ କରିବା ଏକ ସାଧାରଣ ଅଭ୍ୟାସରେ ପରିଣତ ହୋଇଛି । କାମର ଚାପ, ଲମ୍ବା ଶିଫ୍ଟ କିମ୍ବା ଅନିୟମିତ ରୁଟିନ୍ ଯୋଗୁଁ ଲୋକମାନେ ପ୍ରାୟତଃ ରାତିରେ ରାତ୍ରୀଭୋଜନ କରନ୍ତି । ଏହି ଅଭ୍ୟାସ ଆମ ସ୍ୱାସ୍ଥ୍ୟ ଉପରେ ଗମ୍ଭୀର ନକାରାତ୍ମକ ପ୍ରଭାବ ପକାଏ । ଆୟୁର୍ବେଦ ଏବଂ ଆଧୁନିକ ବିଜ୍ଞାନ ଉଭୟ ଗୁରୁତ୍ୱାରୋପ କରନ୍ତି ଯେ ଆମର ପାଚନ ତନ୍ତ୍ର ରାତିରେ ସବୁଠାରୁ ଧୀର କାମ କରେ ଏବଂ ବିଳମ୍ବିତ ରାତିରେ ଖାଇବା ଶରୀର ଉପରେ ଅନାବଶ୍ୟକ ଚାପ ପକାଇଥାଏ । ଏହା କେବଳ ଓଜନ ବୃଦ୍ଧିର କାରଣ ନୁହେଁ, ବରଂ ଏହା ଅନେକ ଗମ୍ଭୀର ରୋଗର ଆଶଙ୍କା ମଧ୍ୟ ବୃଦ୍ଧି କରେ । ରାତ୍ରୀଭୋଜନ ଏବଂ ଶୋଇବା ସମୟ ମଧ୍ୟରେ ଏକ ସୁସ୍ଥ ବ୍ୟବଧାନ ବଜାୟ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଏହା ଏବେ ହେଇ ପାରୁନି । ତେବେ ଜାଣନ୍ତୁ ଏହି ଅଭ୍ୟାସ ଦ୍ୱାରା ଶରୀରରେ କେଉଁ ରୋଗ ହୋଇପାରେ ଏବଂ ଏହି ଅଭ୍ୟାସକୁ କିପରି ଏଡାଇ ଦିଆଯାଇପାରିବ…
-ବିଳମ୍ବିତ ରାତିରେ ଭୋଜନ କରିବା ଦ୍ୱାରା ଓଜନ ବୃଦ୍ଧି ହେବାର ସମ୍ଭାବନା ଅଧିକ
-ରାତିରେ ସମୟରେ ଶରୀରର ମେଟାବୋଲିଜିମ୍ ସ୍ତର ଧୀମା ହୋଇଯାଏ
-ବିଳମ୍ବରେ ଖାଇବା ଦ୍ୱାରା ଅତ୍ୟଧିକ କ୍ୟାଲୋରି ଉତ୍ପନ ହୋଇଥାଏ
-ଶରୀର ଏହାକୁ ସମ୍ପୂର୍ଣ୍ଣ ଶକ୍ତିରେ ପରିବର୍ତ୍ତନ କରିପାରି ନଥାଏ
-ଅତିରିକ୍ତ କ୍ୟାଲୋରି ଶରୀରରେ ଚର୍ବି ଭାବରେ ସଞ୍ଚିତ ହୁଏ, ଯାହା ଓଜନ ବୃଦ୍ଧି କରେ
-ବିଳମ୍ବିତ ରାତିରେ ଖାଇବା ଦ୍ୱାରା ରକ୍ତରେ ଶର୍କରା ସ୍ତର ବୃଦ୍ଧି ପାଏ
-ଇନସୁଲିନ୍ ମାତ୍ରା ହ୍ରାସ ପାଏ, ଯାହା ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବାକୁ ଅକ୍ଷମ ହୁଏ
-ଟାଇପ୍-୨ ମଧୁମେହ ହେବାର ଆଶଙ୍କା ବହୁତ ବଢ଼ିଯାଏ
-ରକ୍ତଚାପ ଏବଂ କୋଲେଷ୍ଟ୍ରଲ୍ ସ୍ତର ବଢ଼ିପାରେ
-ଯାହା ହୃଦରୋଗ ଏବଂ ଷ୍ଟ୍ରୋକ୍ ପାଇଁ ପ୍ରମୁଖ ବିପଦର କାରଣ
-ରାତିରେ ଭାରି ଖାଦ୍ୟ ଖାଇବା ଦ୍ୱାରା ପାଚନ ପ୍ରଣାଳୀ ଉପରେ ଚାପ ପଡ଼ିଥାଏ
-ଏହା ହୃଦୟ ସ୍ୱାସ୍ଥ୍ୟକୁ ମଧ୍ୟ ପ୍ରଭାବିତ କରିଥାଏ
-ବିଳମ୍ବିତ ରାତିରେ ଖାଇବାର ଅଭ୍ୟାସ ପରିହାର କରନ୍ତୁ
-ରାତିରେ ଭୋକ ଲାଗୁଥିଲେ ହାଲୁକା ଖାଦ୍ୟ ଗ୍ରହଣ କରିପାରିବେ
ତେଣୁ କଥାରେ ଅଛି ଶହେ କାମ ଛାଡି ଭୋଜନ କର । ଖାଦ୍ୟ ଖାଇଲେ ହିଁ ଆମ ଶରୀର ପୋଷଣ ପାଇଥାଏ। କିନ୍ତୁ ଖାଦ୍ୟ ଆମେ ଭୋକ ଲାଗିଲେ ଖାଉ ଏବଂ ଲୋଭରେ ବି ଖାଉ। ଲୋଭରେ ଖାଇଲେ ତାହା ଆମର ପୁଷ୍ଟି ସାଧନ ନ କରି ଅହିତ କରିଥାଏ। ସୁତରାଂ ଭୋକ ଲାଗିଲେ ହିଁ ଖାଇବା ଉଚିତ। ଭୋକ ନ ଥାଇ ଖାଦ୍ୟ ଲୋଭରେ ଖାଇବା ଉଚିତ ନୁହେଁ। ପୁଣି ଖାଦ୍ୟ ଖାଇବାର ଗୋଟିଏ ନିର୍ଦ୍ଦିଷ୍ଟ ସମୟ ରହିବା ଉଚିତ। ଯେତେବେଳେ ଇଚ୍ଛା ସେତେବେଳେ ଖାଇବା ଏବଂ ବିଳମ୍ବିତ ରାତିରେ ଖାଇବା ଉଚିତ ନୁହେଁ। ଆୟୁର୍ବେଦ ଶାସ୍ତ୍ର ମତରେ ସକାଳର ଖାଇବାଟା ରାଜକୀୟ ଭୋଜନ ପରି ଗରିଷ୍ଠ ହେବା ଉଚିତ। ମଧ୍ୟାହ୍ନଭୋଜନ ତା’ଠୁ ହାଲୁକା ଏବଂ ସନ୍ଧ୍ୟାକାଳୀନ ଭୋଜନ ସବୁଠୁ ହାଲୁକା ହେବା ଉଚିତ। ବିଳମ୍ବିତ ରାତିରେ ଆଦୌ ଖାଇବା ଉଚିତ ନୁହେଁ। ରାତିରେ ଶୋଇବା ପୂର୍ବରୁ ଆପଣ ଛୋଟ କାଚ ଗ୍ଲାସ୍ରେ ଏକ ଗ୍ଲାସ୍ ଦେଶୀ ଗାଈ କ୍ଷୀର ପିଇ ଶୋଇପାରିବେ। କିନ୍ତୁ କ୍ଷୀର ପିଇସାରି କୁଳି କରିବା ନିହାତି ଆବଶ୍ୟକ, ନ ହେଲେ ଦାନ୍ତ ପୋକ ଖାଇବ। ବିଳମ୍ବିତ ରାତିରେ ବା ମଧ୍ୟରାତ୍ରିରେ ଯେଉଁମାନେ ଭୋଜନ କରନ୍ତି ତାକୁ ରାକ୍ଷସୀ ଭୋଜନ କୁହାଯାଏ।
ସ୍ନାନ, ଦାନ, ଭୋଜନ ଓ ଭଜନ- ଏ ଚାରିଟି ଆମ ଜୀବନର ଗୁରୁତ୍ବପୂର୍ଣ୍ଣ ଅଙ୍ଗ। ଏହାକୁ ପ୍ରତ୍ୟହ ନିର୍ଦ୍ଦିଷ୍ଟ ସମୟରେ କରିବା ଉଚିତ। ଶାସ୍ତ୍ରରେ ଅଛି-
‘‘ଶତଂ ବିହାୟ ଭୋକ୍ତବ୍ୟଂ ସହସ୍ରଂ ସ୍ନାନମାଚରତ୍।
ଲକ୍ଷଂ ବିହାୟ ଦାତବ୍ୟଂ କୋଟିଂ ତ୍ୟକ୍ତ୍ୱା ହରିଂ ଭଜେତ୍।।’’ (ସୁଭାଷିତ)
ଅର୍ଥାତ୍, ଶହେ କାମ ଛାଡି ଭୋଜନ କର, ହଜାରେ କାମ ଛାଡି ସ୍ନାନ କର, ଲକ୍ଷେ କାମ ଛାଡି ଦାନ କର ଏବଂ କୋଟିଏ କାମ ଛାଡି ହରିଙ୍କୁ ଭଜନ କର।
ଶହେ କାମ ଛାଡ଼ି ଭୋଜନ କର, ମାନେ ଯଦି ଭୋଜନର ସମୟ ହୋଇଯାଇଛି ଓ ଭୋକ ହେଉଛି, ତେବେ ଅନ୍ୟ ସବୁ କାମ ଛାଡ଼ି ଆଗେ ଭୋଜନ କରିବା ଉଚିତ। କାରଣ ନିର୍ଦ୍ଦିଷ୍ଟ ସମୟରେ ଭୋଜନ କଲେ ତାହା ଆମ ଦେହର ଅଭ୍ୟାସଗତ ହୋଇଯାଇଥାଏ। ସେଥିରେ ବିଳମ୍ବ ବା ଅନିୟମିତତା ହେଲେ ଆମ ହଜମ ଶକ୍ତି ଉପରେ ପ୍ରଭାବ ପଡ଼େ। ଖାଦ୍ୟ ହଜମ କରିବା ପାଇଁ ଆମ ଶରୀରରେ ଏକ ପ୍ରକାର ଅମ୍ଳ ସୃଷ୍ଟି ହୁଏ, ଯାହାକୁ ଇଂରାଜୀରେ କୁହାଯାଏ ହାଇଡ୍ରୋକ୍ଳୋରିକ୍ ଏସିଡ୍ ବା ଲବଣାମ୍ଳ। ପେଟ ଯଦି ଦୀର୍ଘ ସମୟ ଧରି ଖାଲି ରହେ ଏବଂ ଏହା ଦିନ ଦିନ ଧରି ଘଟେ, ତେବେ ସେହି ଅମ୍ଳ ଆମର ଅନ୍ତନଳୀର ମ୍ୟୁକସ୍ ମେମ୍ବ୍ରେନକୁ ଖାଇଯାଏ। ଫଳରେ ପେଟରେ ଘାଆ ସୃଷ୍ଟି ହୁଏ, ଯାହାକୁ ଷ୍ଟୋମାକ୍ ଅଲ୍ସର କୁହାଯାଏ। ଶୀଘ୍ର ଚିକିତ୍ସା ନ କଲେ ତାହା ମାରାତ୍ମକ ହୋଇପାରେ। ତେଣୁ ନିୟମିତଭାବେ ଠିକ୍ ସମୟରେ ଖାଇବା ଉଚିତ। ପୁଣି ଖାଦ୍ୟ ତ ଆମକୁ କାମ କରିବା ପାଇଁ ବଳ ଯୋଗାଇଥାଏ। ଆମେ ଖାଇବାନି ଯଦି ଅନ୍ୟସବୁ କାମ କରିବା ପାଇଁ ବଳ ପାଇବା କିପରି? ତେଣୁ ଶହେ କାମ ଛାଡ଼ି ଆଗ ଖାଇବା ପାଇଁ ପରାମର୍ଶ ଦିଆଯାଇଛି।
ଆମ ଶରୀରକୁ ସଠିକ୍ ଭାବରେ କାର୍ଯ୍ୟ କରିବା ପାଇଁ କିଛି ଭିଟାମିନ୍ ନିତାନ୍ତ ଆବଶ୍ୟକ। ସେଥିମଧ୍ୟରୁ ଭିଟାମିନ୍ ବି୧୨ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏହି ଅତ୍ୟାବଶ୍ୟକ ଭିଟାମିନର ଅଭାବ ଅନେକ ଶାରୀରିକ ସମସ୍ୟାର କାରଣ ବନିପାରେ।
ଭିଟାମିନ୍ ବି୧୨ର ଅଭାବ କେବଳ ମାନସିକ ସମସ୍ୟା ନୁହେଁ ବରଂ ପେଟ ସମସ୍ୟା ମଧ୍ୟ ସୃଷ୍ଟି କରେ। ଆଜିକାଲି, ଆମର ଅସ୍ୱାସ୍ଥ୍ୟକର ଖାଦ୍ୟପେୟ ହେତୁ ଭିଟାମିନ୍ ବି୧୨ର ଅଭାବ ଦେଖାଦିଏ। ଏହା ଶରୀରରେ ସମସ୍ୟା ସୃଷ୍ଟି କଲେ, ଆମେ ଔଷଧ ଏବଂ ସପ୍ଲିମେଣ୍ଟ୍ ଖାଇବା ଆରମ୍ଭ କରିଥାଉ।
ଭିଟାମିନ୍ ବି୧୨ ଅଭାବର ଲକ୍ଷଣଗୁଡ଼ିକ ବିଷୟରେ ସଚେତନ ରହିବା ଏବଂ ଲକ୍ଷଣଗୁଡ଼ିକ ଅତିରିକ୍ତ ହେବା ପୂର୍ବରୁ ଶରୀରରେ ବି୧୨ ସ୍ତର ପରୀକ୍ଷା କରି ସତର୍କ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି ଆପଣ ବାରମ୍ବାର ପେଟ ପୋଡ଼ା, ଗ୍ୟାସ୍, ବଦହଜମୀ କିମ୍ବା ଥକ୍କା ଅନୁଭବ କରନ୍ତି, ତେବେ ଏହା ବି୧୨ ଅଭାବ ଯୋଗୁଁ ହୋଇପାରେ। ଆସନ୍ତୁ ଭିଟାମିନ୍ ବି୧୨ ଅଭାବରୁ ଉପୁଜିପାରୁଥିବା ପେଟ ସମସ୍ୟା ଏବଂ ସେଗୁଡ଼ିକୁ ଦୂର କରିବା ପାଇଁ କ’ଣ ଖାଇବା ଉଚିତ ସେ ସଂପର୍କରେ ଜାଣିବା।
ଗ୍ୟାସ୍ ଏବଂ ବଦହଜମୀ: ବି୧୨ ଅଭାବ ପାଚନ କ୍ରିୟାକୁ ଦୁର୍ବଳ କରିଦିଏ। ଏହା ଖରାପ ପାଚନ, ଗ୍ୟାସ୍ ଏବଂ ବଦହଜମୀ ଭଳି ସମସ୍ୟା ସୃଷ୍ଟି କରେ।
ଭୋକ ନ ଲାଗିବା: ଯେତେବେଳେ ଶରୀରରେ ବି୧୨ ସ୍ତର କମ୍ ଥାଏ, ସେତେବେଳେ ଭୋକ ମଧ୍ୟ କମିଯାଏ। ଯାହା ଶରୀରକୁ ଆବଶ୍ୟକୀୟ ପୁଷ୍ଟିକର ପଦାର୍ଥ ପାଇବାରୁ ବାଧା ଦିଏ।
ଜଳାପୋଡ଼ା ଏବଂ ଫୁଲା: ଭିଟାମିନ୍ ବି୧୨ ଅଭାବ ପେଟର ଭିତର ଭାଗକୁ ପ୍ରଭାବିତ କରେ, ଯାହା ଜ୍ୱଳନ ଏବଂ ଫୁଲା ସୃଷ୍ଟି କରିପାରେ।
କୋଷ୍ଠକାଠିନ୍ୟ କିମ୍ବା ଡାଇରିଆ: ଯେତେବେଳେ ଶରୀରରେ ଭିଟାମିନ୍ ବି୧୨ ଅଭାବ ଥାଏ, ସେତେବେଳେ କୋଷ୍ଠକାଠିନ୍ୟ ଏବଂ ଡାଇରିଆ ହୋଇପାରେ।
ବାନ୍ତି : କିଛି ଲୋକ ବି୧୨ ଅଭାବ ଯୋଗୁ ପେଟରେ ଭାରୀ ହେବାର ଏକ ଅଦ୍ଭୁତ ଅନୁଭବ ଏବଂ ବାନ୍ତି ଅନୁଭବ କରନ୍ତି।