Testing
newspaper demo
Site By kalantar newspaper
newspaper demo
ଦଶପଲ୍ଲା ଖୋର୍ଦ୍ଧା–ବଲାଙ୍ଗୀର ରେଳ ପ୍ରକଳ୍ପ ଅଧୀନ ନୟାଗଡ଼ ଜିଲ୍ଲା ଦଶପଲ୍ଲାର ଜାମୁସାହି ଏବଂ କୁଲୁରୁକୁମ୍ପା ମଧ୍ୟରେ ଭାରତର ସର୍ବ ବୃହତ୍ ଦ୍ବିତୀୟ ଦୀର୍ଘତମ ଭାୟାଡକ୍ଟ ସେତୁ ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି। ପୂର୍ବତଟ ରେଳପଥ ପକ୍ଷରୁ ଏହାକୁ ନିର୍ମାଣ କରାଯାଉଛି। ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ କାର୍ଯ୍ୟକୁ ତ୍ବରିତ ଶେଷ କରିବା ସହ ଖୋର୍ଦ୍ଧା ଓ ବଲାଙ୍ଗୀର ମଧ୍ୟରେ ରେଳ ସଂଯୋଗ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ଆସାମର ବୋଲିବିଲ୍ ସେତୁ ପରେ ଏହା ଦେଶର ଦ୍ଵିତୀୟ ଦୀର୍ଘତମ ସେତୁ, ଯାହାକି ଦଶପଲ୍ଲା ବ୍ଲକ୍ର ସୀମା ମଧ୍ୟରେ ଏହି ସେତୁ ନିର୍ମାଣ ଚାଲିଛି।
୩୦୧ କିମି ଦୈର୍ଘ୍ୟ ବିଶିଷ୍ଟ ଏହି ରେଳପଥ ମଧ୍ୟରେ ସେତୁର ଲମ୍ବ ୪.୭୭ କିମି ରହିଥିବା ବେଳେ ୧୮୨ଟି ସ୍ପାନ୍ ନିର୍ମାଣ ଚାଲିଛି। ଏହି ଖୁମ୍ବଗୁଡ଼ିକ ୮ ମିଟରରୁ ଆରମ୍ଭ କରି ସର୍ବାଧିକ ୨୬.୩ ମିଟର ପର୍ଯ୍ୟନ୍ତ ଭଚ୍ଚତା ରହୁଥିବା ବିଭାଗ ପକ୍ଷରୁ କୁହାଯାଇଛି। ପରିବେଶ ସନ୍ତୁଳନକୁ ରକ୍ଷା କରିବା ପାଇଁ ଜାମୁସାହି ଠାରୁ ଏହି ସେତୁ ନିର୍ମାଣ ଆରମ୍ଭ ହୋଇଥିବା ବେଳେ କୁଲୁରୁକୁମ୍ପା ପର୍ଯ୍ୟନ୍ତ ଲମ୍ବିଛି, ଯାହାକି ବର୍ତ୍ତମାନ ସୁଦ୍ଧା ପ୍ରାୟ ୫୦ରୁ ୬୦ ପ୍ରତିଶତ ସ୍ଥାନର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ୨୦୨୬ ମାର୍ଚ୍ଚ ସୁଦ୍ଧା ସମସ୍ତ ସ୍ପାନ୍ର ନିର୍ମାଣ ତଥା ଏହି ଭାୟାଡକ୍ଟ ସେତୁ ନିର୍ମାଣ କାର୍ଯ୍ୟ ଶେଷ ପାଇଁ ଲକ୍ଷ୍ୟ ରଖା ଯାଇଛି। ଭାୟାଡକ୍ଟ ସେତୁ ତଳେ ବନ୍ୟପ୍ରାଣୀ ଚଳାଚଳ କରିବା ସହ ଏହାର ମଧ୍ୟରେ ବୃତଙ୍ଗ ପ୍ରକଳ୍ପ ରହିଥିବାରୁ ଏହାକୁ ଆଖି ଆଗରେ ରଖି ନିର୍ମାଣ କରାଯାଉଛି।
ଏହି ପ୍ରକଳ୍ପ ମଧ୍ୟରେ ଖୋର୍ଦ୍ଧାରୁ ଦଶପଲ୍ଲା ମଧ୍ୟରେ ୧୦୬ କିମି ଓ ବଲାଙ୍ଗୀରରୁ ପୁରୁଣାକଟକ ମଧ୍ୟରେ ୧୨୦ କିମି ପର୍ଯ୍ୟନ୍ତ ରେଳ ଚଳାଚଳ ସ୍ବାଭାବିକ ହୋଇପାରିଛି। ଅନ୍ୟପାର୍ଶ୍ବରେ ଦେଖିବାକୁ ଗଲେ ଏହି ୭୫ କିମି ରାସ୍ତା ମଧ୍ୟରେ ୭ଟି ଟନେଲ ରହିଛି ଏହାର ନିର୍ମାଣ କାର୍ଯ୍ୟ ଚାଲିଛି। ଏହି ଲାଇନ୍ରେ ଭିଷ୍ଟାଡୋମ୍ ଟ୍ରେନ୍ ଚଳାଇବାକୁ ଯୋଜନ ରହିଛି।
ପାଟନା: ଫଳାଫଳ ଆସିବା ପରଠାରୁ ମୋତେ ନିଦ ନାହିଁ। ବିହାର ବିଧାନସଭା ନିର୍ବାଚନରେ ଦଳ ଖାତା ଖୋଲିନପାରିବାରୁ ଏଭଳି କହିଛନ୍ତି ଜନ ସୁରାଜ ପାର୍ଟିର ମୁଖ୍ୟ ପ୍ରଶାନ୍ତ କିଶୋର। ୨୪୩ ସଦସ୍ୟ ବିଶିଷ୍ଟ ବିଧାନସଭାରେ ୨୦୨ ଆସନ ଜିତି ଏନଡିଏ ଐତିହାସିକ ବହୁମତ ହାସଲ କରିଥିଲା, ଯେଉଁଥିରେ ବିଜେପି ୮୯, ଜେଡିୟୁ ୮୫, ଏଲଜେଏପି (ରାମ ବିଳାସ) ୧୯ ଏବଂ ଅନ୍ୟାନ୍ୟ ସହଯୋଗୀ ଦଳ ୯ ଆସନ ଜିତିଥିଲେ। ହେଲେ ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ଦଳର ଶୋଚନୀୟ ଅବସ୍ଥା ଦେଖିବାକୁ ମିଳିଥିଲା। ବିଭିନ୍ନ ଦଳ ପାଇଁ ପରାମର୍ଶଦାତା ଭାବେ କାମ କରିଥିବା ପ୍ରଶାନ୍ତ ଏଭଳି ପରାସ୍ତ ହେବେ ବୋଲି ଭାବି ନଥିଲେ। ହାରିବା ପରେ ଏବେ ଜାତୀୟ ଗଣମାଧ୍ୟମ ଏନଡିଟିଭିକୁ ସାକ୍ଷାତକାର ଦେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ପ୍ରଶାନ୍ତ।
ସେ କହିଛନ୍ତି ଯେ, “ଯେପର୍ଯ୍ୟନ୍ତ ଆପଣ ହାର୍ ନମାନିଛନ୍ତି ସେପର୍ଯ୍ୟନ୍ତ ଆପଣ ହାରିବେନି। ଆମ ଦଳକୁ ନିର୍ବାଚନୀ ସଫଳତା ମିଳିନଥିଲେ ମଧ୍ୟ ଆମେ ବିହାରରେ ଜାତି ଏବଂ ଧର୍ମକୁ ନେଇ ହେଉଥିବା ରାଜନୈତିକ ଆଲୋଚନାରେ ପରିବର୍ତ୍ତନ ଆଣି ନିଯୁକ୍ତି ଏବଂ Migration ଭଳି ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ବାଧ୍ୟ କରିଥିଲୁ। ବିଜେପିର ମଧ୍ୟ ଦିନେ ମାତ୍ର ୨ଜଣ ସାଂସଦ ଥିଲେ। ଯେତେବେଳେ ଆପଣ ଦଳ ଗଠନ କରନ୍ତି, ଏପରି ଫଳାଫଳ ଆସିପାରେ। କିନ୍ତୁ ଆମେ ଜାତି ଏବଂ ଧର୍ମ ନାମରେ ରାଜନୀତି କରି ବିଷ ପ୍ରସାର କରିନାହୁଁ। ଆମେ ଆରଥରକୁ ପୁଣି ଚେଷ୍ଟା କରିବୁ।”
କିଶୋର ଆହୁରି କହିଛନ୍ତି, ମୁଁ ଆଶା କରିନଥିଲି ଯେ, ଜନ ସୁରାଜ ମାତ୍ର ୪ ପ୍ରତିଶତ ଭୋଟ ପାଇବେ। ନିର୍ବାଚନ ପୂର୍ବରୁ ମୁଁ କେବେବି ସର୍ଭେ କରିନଥିଲି। ମୁଁ ଅନ୍ଧ ଭାବରେ ନିର୍ବାଚନ ଲଢ଼ିଥିଲି। ମୋର ଆକଳନ ଥିଲା ଯେ, ଆମେ ୧୨-୧୫ ପ୍ରତିଶତ ଭୋଟ ପାଇବୁ। କିନ୍ତୁ ଆମକୁ ପ୍ରାୟ ୩.୫ ପ୍ରତିଶତ ଭୋଟ୍ ମିଳିଲା। ତେଣୁ ଆଗାମୀ ଦିନ ପାଇଁ ଆମକୁ ବିଶ୍ଳେଷଣ କରିବାକୁ ପଡିବ।
ଗୌହାଟୀ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ କହିଛନ୍ତି ଯେ, ଯିଏ ଭାରତ ଉପରେ ଗର୍ବ କରେ ସେ ହିନ୍ଦୁ। ସେ ହିନ୍ଦୁ ଧର୍ମକୁ କେବଳ ଏକ ଧାର୍ମିକ ପରିଚୟ ଭାବରେ ନୁହେଁ, ବରଂ ଏକ ସଭ୍ୟତାଗତ ପରିଚୟ ଭାବରେ ମଧ୍ୟ ବର୍ଣ୍ଣନା କରିଛନ୍ତି। ଭାଗବତ କହିଛନ୍ତି, ଭାରତ ଏବଂ ହିନ୍ଦୁ ଏକ ତଥା ସମାନ। ସେ ଭାରତକୁ ଏକ ସ୍ୱାଭାବିକ ଭାବରେ “ହିନ୍ଦୁ ରାଷ୍ଟ୍ର” ଭାବରେ ବର୍ଣ୍ଣନା କରି ଆରଏସଏସର ଚରିତ୍ର ନିର୍ମାଣ ଏବଂ ଏକତାର ଲକ୍ଷ୍ୟ ଉପରେ ଗୁରୁତ୍ୱାରୋପ କରିଛନ୍ତି।
ଗୌହାଟୀରେ ଏକ ସମାବେଶକୁ ସମ୍ବୋଧିତ କରି ମୋହନ ଭାଗବତ କହିଛନ୍ତି, ଭାରତକୁ ହିନ୍ଦୁ ରାଷ୍ଟ୍ର ଘୋଷଣା କରିବାର କୌଣସି ଆବଶ୍ୟକତା ନାହିଁ; ଏହାର ସଭ୍ୟତା ଏହାକୁ ପ୍ରତିଫଳିତ କରିସାରିଛି। ସେ କହିଥିଲେ ଯେ ହିନ୍ଦୁ ଧର୍ମ କେବଳ ଏକ ଧାର୍ମିକ ଶବ୍ଦ ନୁହେଁ ବରଂ ହଜାର ହଜାର ବର୍ଷର ସାଂସ୍କୃତିକ ପରମ୍ପରାରେ ନିହିତ ଏକ ସଭ୍ୟତାଗତ ପରିଚୟ। ଭାରତ ଏବଂ ହିନ୍ଦୁ ସମାନାର୍ଥକ।
ହିନ୍ଦୁ ଧର୍ମକୁ ଧାର୍ମିକ ଅର୍ଥରେ ଗ୍ରହଣ କରାଯିବା ଉଚିତ୍ ନୁହେଁ। ହିନ୍ଦୁ ଧର୍ମ ଏବଂ ହିନ୍ଦୁ ସଂସ୍କୃତି ଖାଦ୍ୟ ଏବଂ ପୂଜା ନୁହେଁ। ଏହା ଅନ୍ତର୍ଭୁକ୍ତ। ଏହା ଅନେକ ଲୋକଙ୍କୁ ନେଇପାରେ। ଯଦି ମୁସଲମାନ ଏବଂ ଖ୍ରୀଷ୍ଟିଆନ, ସେମାନଙ୍କର ପ୍ରଥା ଏବଂ ପରମ୍ପରାକୁ ତ୍ୟାଗ ନକରି ମଧ୍ୟ, ଏହି ଦେଶକୁ ପୂଜା କରନ୍ତି, ଭାରତୀୟ ସଂସ୍କୃତିକୁ ଅନୁସରଣ କରନ୍ତି ଏବଂ ଭାରତୀୟ ପୂର୍ବପୁରୁଷଙ୍କ ଉପରେ ଗର୍ବ କରନ୍ତି, ତେବେ ସେମାନେ ହିନ୍ଦୁ।
ସେ କହିଛନ୍ତି, ଭାରତ ଏବଂ ହିନ୍ଦୁ ସମାନ। ଭାରତକୁ ‘ହିନ୍ଦୁ ରାଷ୍ଟ୍ର’ କରିବା ପାଇଁ କୌଣସି ସରକାରୀ ଘୋଷଣାର ଆବଶ୍ୟକତା ନାହିଁ। ଏହାର ସଭ୍ୟତାଗତ ପ୍ରକୃତି ଏହାକୁ ପ୍ରତିଫଳିତ କରିସାରିଛି। ଭାଗବତ କହିଛନ୍ତି RSS କାହାକୁ ବିରୋଧ କିମ୍ବା କ୍ଷତି କରିବା ପାଇଁ ନୁହେଁ, ବରଂ ଚରିତ୍ର ନିର୍ମାଣ ଉପରେ ଧ୍ୟାନ ଦେବା ଏବଂ ଭାରତକୁ ଏକ ବିଶ୍ୱସ୍ତରୀୟ ନେତା କରିବାରେ ଯୋଗଦାନ ଦେବା ପାଇଁ ପ୍ରତିଷ୍ଠିତ ହୋଇଥିଲା। ସେ କହିଛନ୍ତି, RSS ହେଉଛି ବିବିଧତା ମଧ୍ୟରେ ଭାରତକୁ ଏକତ୍ର କରିବାର ପଦ୍ଧତି।
ଆରଏସଏସ ମୁଖ୍ୟ ମୋହନ ଭାଗବତ ଆସାମରେ ଜନସଂଖ୍ୟାଗତ ପରିବର୍ତ୍ତନ ସମ୍ପର୍କରେ ଚିନ୍ତାର ସମାଧାନ ପାଇଁ ଆତ୍ମବିଶ୍ୱାସ, ସତର୍କତା ଏବଂ ନିଜ ଭୂମି ତଥା ପରିଚୟ ପ୍ରତି ଦୃଢ଼ ଆଗ୍ରହ ଆବଶ୍ୟକ ବୋଲି ଆହ୍ୱାନ ଦେଇଛନ୍ତି। ସେ ଅବୈଧ ପ୍ରବାସ, ହିନ୍ଦୁମାନଙ୍କ ପାଇଁ ତିନି ସନ୍ତାନର ନିୟମ ସମେତ ଏକ ସନ୍ତୁଳିତ ଜନସଂଖ୍ୟା ନୀତିର ଆବଶ୍ୟକତା ଏବଂ ବିଭାଜନକାରୀ ଧାର୍ମିକ ପରିବର୍ତ୍ତନକୁ ବିରୋଧ କରିବାର ଗୁରୁତ୍ୱ ଭଳି ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ।
ଭୁବନେଶ୍ବର: ପୁରୁଷ ବି ଗୋଟେ ମଣିଷ ମ… କିଏ କହିଲା ସିଏ ପଥର ବୋଲି… ପୁରୁଷ ଭିତରେ ବି ଗୋଟେ ନାରୀ ଲୁଚିରହିଥାଏ । ନହେଲେ ସିଏ କଣ ପାଇଁ କାନ୍ଦେ… ନାରୀ ଲୁହର ପ୍ରତୀକ ନୁହେଁ ପୁରୁଷ ବି ପଥର ନୁହେଁ । ନାରୀ ଆଉ ପୁରୁଷ ଖାଲି ଲିଙ୍ଗ ଅନୁସାରେ ପରସ୍ପର ଠୁ ଅଲଗା । ନଚେତ ସେମାନେ ମଣିଷ ଜାତିର । ମନ, ହୃଦୟ, ଶରୀର ଧାରୀ ଭଗବାନଙ୍କ ସୁନ୍ଦର ସୃଷ୍ଟି । ନିଜକୁ ପରସ୍ତ ପରସ୍ତ କରି ବାଣ୍ଟି ଦେଇଛି ବୋଲି ତ ସିଏ ପୁରୁଷର ପରିଚୟ ପାଇଛି… ନିଜ ଛାତିକୁ ପଥର ପରି ଗଢିଛି ବୋଲି ତ ସମାଜ ତାକୁ ପୁରୁଷ ବୋଲି ଜାଣିଛି… ପୁରୁଷ ଗୋଟେ ବିଶ୍ବାସ, ଭରସା । ପୁରୁଷ ଗୋଟେ ପ୍ରାରମ୍ଭ, ପୁରୁଷ ଏକ ପ୍ରତିଶ୍ରୁତି, ପୁରୁଷ ପ୍ରତିଶୋଧ ନୁହେଁ, ପ୍ରତିବଦ୍ଧତାର ପ୍ରତୀକ…ପୁରୁଷ ଦାନ ଓ ଦାୟିତ୍ୱବୋଧତାର ପ୍ରତିଫଳନ । ପୁରୁଷ ପରିଶ୍ରମ, ପ୍ରତିଦାନ, ପ୍ରତିରୋଧର ପ୍ରତିଛବି । ପୁରୁଷ ବି ପ୍ରାପ୍ତି, ପୁରୁଷ ସ୍ବୀକୃତି, ପୁରୁଷ ହିଁ ଶକ୍ତି । ପୁରୁଷ ପୁଣି କାହାର ସାହସ ଓ ଦୃଢୋକ୍ତି..
ପୁରୁଷ ବି କାନ୍ଦି ପାରେ, ତା’କୁ ବି କଷ୍ଟ ହୁଏ, ଛାତି ତଳେ ତା’ର ଗୋଟେ ନିଆଁ ଲୁଚି ରହେ। ସମାଜର ଭାର କାନ୍ଧାଏ, ପୁରୁଷ ମାଟିର ମଣିଷ, ପରିବାରର ସାହସ । ଭାଙ୍ଗିବା ପରେ ଯୋଡ଼ିବାକୁ ହେବ ତା’କୁ ଆହୁରି ହଜାରେ ଥର । ପରିବାର ପାଇଁ ନୀରବରେ ସବୁ ଦାୟିତ୍ୱ ବହନ କରୁଥିବା ବାପା, ଭାଇ ଓ ପୁଅମାନେ ଜଣେ ଜଣେ ପୁରୁଷ । କମ୍ ରୋଜଗାର କରୁ କି ବହୁତ- ପୁରୁଷ ସବୁବେଳେ ପୁରୁଷ ।
ପିଲାଟି ଦିନରୁ ଶିଖାଇ ଦିଆଯାଏ… ପୁଅ ପିଲାଟା ପରା କାନ୍ଦୁଛୁ କ ‘ଣ… ଛି… ପୁଅ ପିଲାମାନେ କାନ୍ଦନ୍ତିନି । ବଡ଼ ହେଲେ ଆମକୁ ସମ୍ଭାଳିବୁ… ବାସ୍ ସେହି ଦିନଠାରୁ ହିଁ ଦାୟିତ୍ୱବାନ ହୋଇଯାଆନ୍ତି ପୁରୁଷମାନେ । ବିନା କୌଣସି ଅଭିଯୋଗରେ ଦାୟିତ୍ୱର ବୋଝ କାନ୍ଧେଇ ନିଏ ପୁରୁଷଟିଏ । ସେ ଜଣେ ବାପା…. ଜଣେ ପୁଅ… ଜଣେ ଭାଇ ଓ ଜଣେ ସ୍ୱାମୀ ହୋଇ ସବୁ ସହିଯାଏ । ବାପାଟିଏ ହୋଇଥିଲେ ଭୋକରେ ରହି ନିଜ ପିଲାଙ୍କ ଖାଇବା ଯୋଗାଡ଼ କରେ… ଭାଇ ହେଲେ ଭଉଣୀକୁ ସୁରକ୍ଷା ଦିଏ… ପୁଅ ହେଲେ ବୟସ ବଢ଼ିବା ସହ ବାପାମାଆଙ୍କ ସାହାର ପାଲଟି ଯାଏ … ଆଉ ସ୍ୱାମୀ ହୋଇଥିଲେ ସଂଘର୍ଷ ଭିତରେ ସ୍ତ୍ରୀ ପରିବାର କଥା ଭାବି ଭାବି ଦିନ କାଟିଦିଏ… ହଁ ସିଏ ପୁରୁଷଟିଏ…
ଏ ତମାମ ଦାୟିତ୍ୱ ଭିତରେ ତା କଥା କିଏ କେବେ ବୁଝିଛି କି…? କେବେ ତା ଚେହେରା ଭିତରେ ଲୁଚି ରହିଥିବା ଥକାପଣକୁ କିଏ ଦେଖିଛି କି ? କିଏ କେବେ ତାକୁ ପଚାରିଛି କି ସେ କେମିତି ଅଛି ? ଗୁମ୍ସୁମ୍ ରହୁଥିବା ପୁରୁଷର ବେଦନାକୁ କେହି କେବେ ବୁଝିଛି କି ?ପ୍ରତିଦିନ ନିଜକୁ କେତେ ଥର ଭାଙ୍ଗି କେତେ ଥରେ ଗଢ଼େ ହିସାବ ନାହିଁ । କେହି ମନେ ରଖିଛନ୍ତି ନାହିଁ ଯେ… ସେ ବି ମଣିଷଟିଏ… ସେ ସ୍ନେହ ଦିଏ…. ପ୍ରତିବଦଳରେ ସେ ବି ଭଲ ପାଇବା ବି ଖୋଜିଥାଏ । ତାର ବି କାନ୍ଦିବାର ଅଧିକାର ଅଛି… ଭାବନାର ସ୍ୱାଧୀନତା ତାର ବି ଅଛି । ତା କଥା ବି ଶୁଣିବା ସମାଜର ଦାୟିତ୍ୱ । କାରଣ ସେ ବି ବେଳେବେଳେ ଦୁର୍ବଳ ହୋଇଯାଏ । ତାକୁ ସାହାର ଦରକାର ହୁଏ… ତାକୁ ଭୟ ଲାଗେ… ତା ଆଖିରୁ ବି ଲୁହ ଝରେ… ତା ମନକୁ ବି କଷ୍ଟ ହୁଏ… ଦାୟିତ୍ୱ ବୋଝ ଭିତରେ ପୁରୁଷର ଖୁସି କେବେ ମଉଳି ନଯାଉ । ଆସନ୍ତୁ ନାରୀକୁ, ପରିବାରକୁ ପୁରୁଷ ଯେମିତି ବୁଝୁଛି, ଆମେ ତାକୁ ସେମିତି ବୁଝିବା…
ବଡ଼ ବଡ଼ ପେଣ୍ଡାଲ, ଆକାଶଛୁଆଁ ତୋରଣ… ମାଳ ମାଳ ରଙ୍ଗୀନ ଆଲୋକ, ମାଇକ୍, ଡିଜେ ଡ୍ୟାନ୍ସ… ମେଲୋଡି ଆହୁରି କେତେ କଣ… ଦୁର୍ଗା ପୂଜା ଆସିଲେ ଆମେ ଏମିତି ଅନେକ କିଛି ସହର ମାନଙ୍କରେ ଦେଖିବାକୁ ପାଉ । ପୂଜା କମିଟିମାନଙ୍କ ମଧ୍ଯରେ ପେଣ୍ଡାଲକୁ ନେଇ ପ୍ରତିଯୋଗିତା ଚାଲେ । ତେବେ ଏଠି ପ୍ରଶ୍ନ ଉଠେ ସତରେ କଣ ମାଆ ଦୁର୍ଗା ଏମିତି ବଡ଼ ବଡ଼ ତୋରଣ ଲୋଭୀ ? ବିରାଟ ସୁନା, ଚାନ୍ଦିର ମେଢ ନହେଲେ ସତରେ କଣ ମାଆ ଆସିବେନି ? ମାଆ କଣ ସତରେ ଏସବୁ ଚାହାନ୍ତି କି ? ମୃଣ୍ମୟୀ ମୂର୍ତ୍ତିଙ୍କୁ ପୂଜୁଥିବା ହାତ ଜୀବନ୍ତ ମାଆକୁ ଅବହେଳା କରେ ନି କି ?
ଏ ପ୍ରଶ୍ନ ଯେତେବେଳେ ଉଠିଛି ଠିକ୍ ସେତେବେଳେ ଆଜିର ପୂଜାକୁ ନେଇ କନକ ନ୍ୟୁଜର ଶାରଦୀୟ ସାକ୍ଷାତକାରରେ ନିଜର ମତ ମନ୍ତବ୍ୟ ଦେଇଛନ୍ତି ସମାଜ ସଂସ୍କାରକ ତଥା ଆଧ୍ୟାତ୍ମିକ ପ୍ରବଚକ ସ୍ବାମୀ ସୁଧାନନ୍ଦ ସରସ୍ବତୀ । ସେ କହିଛନ୍ତି- ଆଜିକାଲି ଧର୍ମୀୟ ଶିକ୍ଷାର ଅଭାବ ରହିଛି । ପେଣ୍ଡାଲ ବୁଲିଯାଉଥିବା ଲୋକଙ୍କୁ ଆପଣ ଯଦି ପଚାରିବେ ଦୁର୍ଗାପୂଜା କାହିଁକି ହେଉଛି… ଅନେକ ଏହାର ଉତ୍ତର ଦେଇପାରିବେନି । ଧିରେଧିରେ ପୂଜା ସବୁ ମନୋରଞ୍ଜନଧର୍ମୀ ପାଲଟିଗଲାଣି । ଯେଉଁ ପୂଜା ମଣ୍ଡପ ପାଖରେ ମୀନାବଜାର ଥିବ ସେଠି ଭିଡ ଥିବ କିନ୍ତୁ ଯେଉଁଠି ଧର୍ମ ଚର୍ଚ୍ଚା ହେଉଥିବ ସେଠି ଲୋକେ ନଥିବେ ବୋଲି ସ୍ବାମୀଜୀ କହିଛନ୍ତି । ଏବେ ସମସ୍ୟା ମଣିଷଙ୍କ ପାଖରେ ଦେଖା ଦେଇଛି । ଲୋକେ ମଣ୍ଡପରେ ଏପଟ ସେପଟ ଅନେଇ ଗୋଟେ ଦୁଇ ମିନିଟ ରହି, ମୁଣ୍ଡିଆ ମାରି ବାକି ୩ ଘଣ୍ଟା ପେଣ୍ଡାଲ ବାହାରେ ସାଜସଜ୍ଜା ସ୍ଥଳରେ ସମୟ ବିତାଉଛନ୍ତି ।
ଆମେ ଆମ ସଂସ୍କୃତିକୁ ଭୁଲିଯାଇଛେ । ସଂସ୍କୃତି ହେଉଛି ଆତ୍ମା, ବାହାର ଢାଞ୍ଚା ହେଉଛି ସଭ୍ୟତା । ଏବେ ସଂସ୍କୃତି କମ ଅପସଂସ୍କୃତି ଅଧିକ । ଆଜିକାଲି ପୂଜା ଦେଖିବାକୁ କେତେ ଜଣ ଯାଉଛନ୍ତି, ମେଳା ବୁଲିବାକୁ କେତେଜଣ ଯାଉଛନ୍ତି କୁହନ୍ତୁ… କିଏ କେଉଁ ବସ୍ତ୍ରରେ ଯାଉଛି ଦେଖନ୍ତୁ । ମନ୍ଦିରର ବସ୍ତ୍ରର ଅଲଗା, ମେଳା ବୁଲିବାର ବସ୍ତ୍ର ଅଲଗା କହି ଆଜିର ଟ୍ରେଣ୍ଡରେ ବଞ୍ଚୁଥିବା ଲୋକଙ୍କୁ ସୁଧୁରିବା ପାଇଁ ଆହ୍ଵାନ
ଭୁବନେଶ୍ବର: ରାଜ୍ୟରେ ନୂତନ ଶିଳ୍ପ ଏବଂ ନିବେଶକୁ ଆକର୍ଷିତ କରିବା, କାରଖାନାଗୁଡ଼ିକର ଉତ୍ପାଦନ ବୃଦ୍ଧି କରିବା, ଅଧିକ ଓଭରଟାଇମ୍ କାମ କରିବାକୁ ଅନୁମତି ଦେଇ ଶ୍ରମିକଙ୍କ ରୋଜଗାର ବୃଦ୍ଧି କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଆଇନ, ୧୯୫୬, କାରଖାନା ଆଇନ,୧୯୪୮ରେ ସଂଶୋଧନ ଆଣିଛନ୍ତି। ଶ୍ରମ ବିଭାଗର ଏ ସଂକ୍ରାନ୍ତୀୟ ସଂଶୋଧନ ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି। ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍ ଉପରୋକ୍ତ ପ୍ରସ୍ତାବ ସମେତ ୩ଟି ବିଭାଗର ୪ଟି ପ୍ରସ୍ତାବକୁ ଅନୁମୋଦନ କରିଛି। ଏଥିରେ ଶ୍ରମ ବିଭାଗର ଦୁଇଟି, ପୂର୍ତ୍ତ ବିଭାଗର ଗୋଟିଏ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଗୋଟିଏ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏହାପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ମୁଖ୍ୟ ସଚିବ ମନୋଜ ଆହୁଜା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଆଇନ, ୧୯୫୬ରେ ସଂଶୋଧନ ଅନୁଯାୟୀ, ଯେଉଁ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନରେ ୨୦କିମ୍ବା ତଦୁର୍ଦ୍ଧ୍ବ କର୍ମଚାରୀ ନିୟୋଜିତ କରିଥିବେ ସେମାନଙ୍କ ପାଇଁ ଓଡ଼ିଶା ଦୋକାନ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନ ଆଇନ, ୧୯୫୬ ଲାଗୁ ହେବ। କିନ୍ତୁ ଏହି ଆଇନରେ ଥିବା ନିୟମ ଅନୁଯାୟୀ ସମସ୍ତ ପ୍ରତିଷ୍ଠାନ ଓଡ଼ିଆ ସାଇନ୍ବୋର୍ଡ ଲଗାଇବାକୁ ହେବ।
ସେହିପରି ଦୈନିକ କାର୍ଯ୍ୟ ଅବଧି ୯ଘଣ୍ଟାରୁ ୧୦ଘଣ୍ଟାକୁ ବୃଦ୍ଧି କରାଯାଇଛି। କିନ୍ତୁ କୌଣସି କର୍ମଚାରୀ ଅତିି କମ୍ରେ ଅଧ ଘଣ୍ଟାର ବ୍ୟବଧାନ ବିନା ନିରନ୍ତର ୬ଘଣ୍ଟାରୁ ଅଧିକ କାର୍ଯ୍ୟ କରିବେନି। େତ୍ରୖମାସିକ ଓଭରଟାଇମ୍ କାର୍ଯ୍ୟସୀମା ୧୧୫ଘଣ୍ଟାରୁ ୧୪୪ଘଣ୍ଟାକୁ ବୃଦ୍ଧି କରାଯାଇଛି। କୌଣସି ପ୍ରତିଷ୍ଠାନରେ ଜଣେ କର୍ମଚାରୀ କୌଣସି ଦିନରେ ୧୦ ଘଣ୍ଟାରୁ ଅଧିକ କିମ୍ୱା କୌଣସି ସପ୍ତାହରେ ୪୮ ଘଣ୍ଟାରୁ ଅଧିକ କାର୍ଯ୍ୟ କରିଲେ, ସେ ଓଭରଟାଇମ କାର୍ଯ୍ୟ ବାବଦକୁ ସାଧାରଣ ମଜୁରି ହାରର ଦୁଇ ଗୁଣା ମଜୁରି ପାଇବେ। ପ୍ରତିଷ୍ଠାନଗୁଡ଼ିକ ଦିନରାତି ୨୪ଘଣ୍ଟା ଏବଂ ବର୍ଷକୁ ୩୬୫ଦିନ ଖୋଲା ରହିପାରିବ। ଏହାକୁ ନଜରରେ ରଖି ଦୈନିକ ସର୍ବାଧିକ ସମୟ କାର୍ଯ୍ୟ ଅବଧିରେ ପରିବର୍ତ୍ତନ କରାଯାଇଛି। ରାଜ୍ୟ ସରକାର ବିଜ୍ଞପ୍ତି ମାଧ୍ୟମରେ ସର୍ବାଧିକ ଦୈନିକ କାର୍ଯ୍ୟ କରିବା ଅବଧି ୧୨ଘଣ୍ଟାକୁ ବୃଦ୍ଧି କରିପାରିବେ। କିନ୍ତୁ ଏଥିପାଇଁ ନିୟମ ଅନୁଯାୟୀ କର୍ମଚାରୀଙ୍କୁ ଆବଶ୍ୟକୀୟ ବିଶ୍ରାମ ମିଳିବା ଦରକାର।
ଏହାସହ ରାତିରେ ମହିଳା କର୍ମଚାରୀଙ୍କ କାର୍ଯ୍ୟ ଉପରେ ଥିବା ପ୍ରତିବନ୍ଧକକୁ ହଟାଇ ଦିଆଯାଇଛି। ମହିଳା କର୍ମଚାରୀମାନଙ୍କୁ ସେମାନଙ୍କ ଲିଖିତ ସମ୍ମତିରେ ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ଅଧିସୂଚିତ ସର୍ତ୍ତାବଳୀ ଅନୁଯାୟୀ ରାତିରେ ନିୟୋଜିତ କରାଯାଇପାରିବ ବୋଲି ନିଷ୍ପତ୍ତି ହୋଇଛି। ସେହିପରି ଆଜି ରାଜ୍ୟ କ୍ୟାବିନେଟ୍ରେ ଗ୍ରାମପଞ୍ଚାୟତ ସ୍ତରରେ ଆଦର୍ଶ ବିଦ୍ୟାଳୟ ବିକାଶ ପାଇଁ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାକୁ ଅନୁମୋଦନ ମିଳିଛି। ଏଥିରେ ୩ବର୍ଷରେ ୨୦୨୫-୨୬ରୁ ୨୦୨୭-୨୮ ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ୨୨୦୦ଟି ମଡେଲ୍ ସ୍କୁଲ ନିର୍ମାଣ ପାଇଁ ୧୨ହଜାର କୋଟି ଟଙ୍କାର ବ୍ୟୟ ଅଟକଳ ରଖାଯାଇଛି। ପ୍ରତ୍ୟେକ ସ୍କୁଲ ପାଇଁ ଆନୁମାନିକ ଖର୍ଚ୍ଚ ପ୍ରାୟ ୫ କୋଟି ଟଙ୍କା ଆକଳନ କରାଯାଇଥିବା ବେଳେ ପ୍ରତ୍ୟେକ ସ୍କୁଲ ପାଇଁ ଡିପିଆର୍ ଆଧାରରେ ପ୍ରକୃତ ଖର୍ଚ୍ଚ ନିର୍ଣ୍ଣୟ କରାଯିବ।
ଆଜିର କ୍ୟାବିନେଟ୍ ବୈଠକରେ ଘଟଗାଁସ୍ଥିତ ମା’ ତାରିଣୀ ପୀଠକୁ ଦେଶର ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ଭାବେ ବିକଶିତ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ଏହାର ପାରିପାର୍ଶ୍ବିକ ବିକାଶ ନିମନ୍ତେ ୧୪୬ କୋଟି ଟଙ୍କାର(ଜିଏସ୍ଟିକୁ ବାଦ୍ ଦେଇ) ଟେଣ୍ଡରକୁ ଅନୁମୋଦନ ମିଳିଛି। ଏହି ନିର୍ମାଣ କାର୍ଯ୍ୟ ଦିଲ୍ଲୀପ କନଷ୍ଟ୍ରକସନ୍ ପ୍ରାଇଭେଟ୍ ଲିମିଟେଡ୍ କରିବ। ୫୯.୨୦୬ଏକର ଅଞ୍ଚଳରେ ଏହି ବିକାଶ କାର୍ଯ୍ୟ ହେବାକୁ ଥିବାବେଳେ ଏହାକୁ ୨୪ମାସରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।
ଏହି ବିକାଶ କାର୍ଯ୍ୟ ପାଇଁ ମୋଟ ୨୨୬କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ଏଠାରେ ଭକ୍ତଙ୍କ ସୁବିଧା ପାଇଁ ୨୧୬ଶଯ୍ୟା ବିଶିଷ୍ଟ ଯାତ୍ରୀନିବାସ, ତୀର୍ଥ ଯାତ୍ରୀ କେନ୍ଦ୍ର, ଇଣ୍ଟରପ୍ରିଟେସନ୍ ସେଣ୍ଟର, ଫୁଡ୍ ପ୍ଲାଜା, ୱାଚ୍ ଟାୱାର, ମାର୍କେଟ କମ୍ପ୍ଲେକ୍ସ, ନଡ଼ିଆ ଭଣ୍ଡାର ଓ ପ୍ରସାଦ ସେବନ ପ୍ରକୋଷ୍ଠ (୫୦୦ଜଣ ବସିବା ଭଳି), ଜିନିଷ ରଖିବା ଘର ଆଦି ନିର୍ମାଣ ହେବ।