Testing
newspaper demo
Site By kalantar newspaper
newspaper demo
ଦଶପଲ୍ଲା ଖୋର୍ଦ୍ଧା–ବଲାଙ୍ଗୀର ରେଳ ପ୍ରକଳ୍ପ ଅଧୀନ ନୟାଗଡ଼ ଜିଲ୍ଲା ଦଶପଲ୍ଲାର ଜାମୁସାହି ଏବଂ କୁଲୁରୁକୁମ୍ପା ମଧ୍ୟରେ ଭାରତର ସର୍ବ ବୃହତ୍ ଦ୍ବିତୀୟ ଦୀର୍ଘତମ ଭାୟାଡକ୍ଟ ସେତୁ ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି। ପୂର୍ବତଟ ରେଳପଥ ପକ୍ଷରୁ ଏହାକୁ ନିର୍ମାଣ କରାଯାଉଛି। ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ କାର୍ଯ୍ୟକୁ ତ୍ବରିତ ଶେଷ କରିବା ସହ ଖୋର୍ଦ୍ଧା ଓ ବଲାଙ୍ଗୀର ମଧ୍ୟରେ ରେଳ ସଂଯୋଗ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ଆସାମର ବୋଲିବିଲ୍ ସେତୁ ପରେ ଏହା ଦେଶର ଦ୍ଵିତୀୟ ଦୀର୍ଘତମ ସେତୁ, ଯାହାକି ଦଶପଲ୍ଲା ବ୍ଲକ୍ର ସୀମା ମଧ୍ୟରେ ଏହି ସେତୁ ନିର୍ମାଣ ଚାଲିଛି।
୩୦୧ କିମି ଦୈର୍ଘ୍ୟ ବିଶିଷ୍ଟ ଏହି ରେଳପଥ ମଧ୍ୟରେ ସେତୁର ଲମ୍ବ ୪.୭୭ କିମି ରହିଥିବା ବେଳେ ୧୮୨ଟି ସ୍ପାନ୍ ନିର୍ମାଣ ଚାଲିଛି। ଏହି ଖୁମ୍ବଗୁଡ଼ିକ ୮ ମିଟରରୁ ଆରମ୍ଭ କରି ସର୍ବାଧିକ ୨୬.୩ ମିଟର ପର୍ଯ୍ୟନ୍ତ ଭଚ୍ଚତା ରହୁଥିବା ବିଭାଗ ପକ୍ଷରୁ କୁହାଯାଇଛି। ପରିବେଶ ସନ୍ତୁଳନକୁ ରକ୍ଷା କରିବା ପାଇଁ ଜାମୁସାହି ଠାରୁ ଏହି ସେତୁ ନିର୍ମାଣ ଆରମ୍ଭ ହୋଇଥିବା ବେଳେ କୁଲୁରୁକୁମ୍ପା ପର୍ଯ୍ୟନ୍ତ ଲମ୍ବିଛି, ଯାହାକି ବର୍ତ୍ତମାନ ସୁଦ୍ଧା ପ୍ରାୟ ୫୦ରୁ ୬୦ ପ୍ରତିଶତ ସ୍ଥାନର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ୨୦୨୬ ମାର୍ଚ୍ଚ ସୁଦ୍ଧା ସମସ୍ତ ସ୍ପାନ୍ର ନିର୍ମାଣ ତଥା ଏହି ଭାୟାଡକ୍ଟ ସେତୁ ନିର୍ମାଣ କାର୍ଯ୍ୟ ଶେଷ ପାଇଁ ଲକ୍ଷ୍ୟ ରଖା ଯାଇଛି। ଭାୟାଡକ୍ଟ ସେତୁ ତଳେ ବନ୍ୟପ୍ରାଣୀ ଚଳାଚଳ କରିବା ସହ ଏହାର ମଧ୍ୟରେ ବୃତଙ୍ଗ ପ୍ରକଳ୍ପ ରହିଥିବାରୁ ଏହାକୁ ଆଖି ଆଗରେ ରଖି ନିର୍ମାଣ କରାଯାଉଛି।
ଏହି ପ୍ରକଳ୍ପ ମଧ୍ୟରେ ଖୋର୍ଦ୍ଧାରୁ ଦଶପଲ୍ଲା ମଧ୍ୟରେ ୧୦୬ କିମି ଓ ବଲାଙ୍ଗୀରରୁ ପୁରୁଣାକଟକ ମଧ୍ୟରେ ୧୨୦ କିମି ପର୍ଯ୍ୟନ୍ତ ରେଳ ଚଳାଚଳ ସ୍ବାଭାବିକ ହୋଇପାରିଛି। ଅନ୍ୟପାର୍ଶ୍ବରେ ଦେଖିବାକୁ ଗଲେ ଏହି ୭୫ କିମି ରାସ୍ତା ମଧ୍ୟରେ ୭ଟି ଟନେଲ ରହିଛି ଏହାର ନିର୍ମାଣ କାର୍ଯ୍ୟ ଚାଲିଛି। ଏହି ଲାଇନ୍ରେ ଭିଷ୍ଟାଡୋମ୍ ଟ୍ରେନ୍ ଚଳାଇବାକୁ ଯୋଜନ ରହିଛି।
ପାଟନା: ଫଳାଫଳ ଆସିବା ପରଠାରୁ ମୋତେ ନିଦ ନାହିଁ। ବିହାର ବିଧାନସଭା ନିର୍ବାଚନରେ ଦଳ ଖାତା ଖୋଲିନପାରିବାରୁ ଏଭଳି କହିଛନ୍ତି ଜନ ସୁରାଜ ପାର୍ଟିର ମୁଖ୍ୟ ପ୍ରଶାନ୍ତ କିଶୋର। ୨୪୩ ସଦସ୍ୟ ବିଶିଷ୍ଟ ବିଧାନସଭାରେ ୨୦୨ ଆସନ ଜିତି ଏନଡିଏ ଐତିହାସିକ ବହୁମତ ହାସଲ କରିଥିଲା, ଯେଉଁଥିରେ ବିଜେପି ୮୯, ଜେଡିୟୁ ୮୫, ଏଲଜେଏପି (ରାମ ବିଳାସ) ୧୯ ଏବଂ ଅନ୍ୟାନ୍ୟ ସହଯୋଗୀ ଦଳ ୯ ଆସନ ଜିତିଥିଲେ। ହେଲେ ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ଦଳର ଶୋଚନୀୟ ଅବସ୍ଥା ଦେଖିବାକୁ ମିଳିଥିଲା। ବିଭିନ୍ନ ଦଳ ପାଇଁ ପରାମର୍ଶଦାତା ଭାବେ କାମ କରିଥିବା ପ୍ରଶାନ୍ତ ଏଭଳି ପରାସ୍ତ ହେବେ ବୋଲି ଭାବି ନଥିଲେ। ହାରିବା ପରେ ଏବେ ଜାତୀୟ ଗଣମାଧ୍ୟମ ଏନଡିଟିଭିକୁ ସାକ୍ଷାତକାର ଦେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ପ୍ରଶାନ୍ତ।
ସେ କହିଛନ୍ତି ଯେ, “ଯେପର୍ଯ୍ୟନ୍ତ ଆପଣ ହାର୍ ନମାନିଛନ୍ତି ସେପର୍ଯ୍ୟନ୍ତ ଆପଣ ହାରିବେନି। ଆମ ଦଳକୁ ନିର୍ବାଚନୀ ସଫଳତା ମିଳିନଥିଲେ ମଧ୍ୟ ଆମେ ବିହାରରେ ଜାତି ଏବଂ ଧର୍ମକୁ ନେଇ ହେଉଥିବା ରାଜନୈତିକ ଆଲୋଚନାରେ ପରିବର୍ତ୍ତନ ଆଣି ନିଯୁକ୍ତି ଏବଂ Migration ଭଳି ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ବାଧ୍ୟ କରିଥିଲୁ। ବିଜେପିର ମଧ୍ୟ ଦିନେ ମାତ୍ର ୨ଜଣ ସାଂସଦ ଥିଲେ। ଯେତେବେଳେ ଆପଣ ଦଳ ଗଠନ କରନ୍ତି, ଏପରି ଫଳାଫଳ ଆସିପାରେ। କିନ୍ତୁ ଆମେ ଜାତି ଏବଂ ଧର୍ମ ନାମରେ ରାଜନୀତି କରି ବିଷ ପ୍ରସାର କରିନାହୁଁ। ଆମେ ଆରଥରକୁ ପୁଣି ଚେଷ୍ଟା କରିବୁ।”
କିଶୋର ଆହୁରି କହିଛନ୍ତି, ମୁଁ ଆଶା କରିନଥିଲି ଯେ, ଜନ ସୁରାଜ ମାତ୍ର ୪ ପ୍ରତିଶତ ଭୋଟ ପାଇବେ। ନିର୍ବାଚନ ପୂର୍ବରୁ ମୁଁ କେବେବି ସର୍ଭେ କରିନଥିଲି। ମୁଁ ଅନ୍ଧ ଭାବରେ ନିର୍ବାଚନ ଲଢ଼ିଥିଲି। ମୋର ଆକଳନ ଥିଲା ଯେ, ଆମେ ୧୨-୧୫ ପ୍ରତିଶତ ଭୋଟ ପାଇବୁ। କିନ୍ତୁ ଆମକୁ ପ୍ରାୟ ୩.୫ ପ୍ରତିଶତ ଭୋଟ୍ ମିଳିଲା। ତେଣୁ ଆଗାମୀ ଦିନ ପାଇଁ ଆମକୁ ବିଶ୍ଳେଷଣ କରିବାକୁ ପଡିବ।
ଗୌହାଟୀ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ କହିଛନ୍ତି ଯେ, ଯିଏ ଭାରତ ଉପରେ ଗର୍ବ କରେ ସେ ହିନ୍ଦୁ। ସେ ହିନ୍ଦୁ ଧର୍ମକୁ କେବଳ ଏକ ଧାର୍ମିକ ପରିଚୟ ଭାବରେ ନୁହେଁ, ବରଂ ଏକ ସଭ୍ୟତାଗତ ପରିଚୟ ଭାବରେ ମଧ୍ୟ ବର୍ଣ୍ଣନା କରିଛନ୍ତି। ଭାଗବତ କହିଛନ୍ତି, ଭାରତ ଏବଂ ହିନ୍ଦୁ ଏକ ତଥା ସମାନ। ସେ ଭାରତକୁ ଏକ ସ୍ୱାଭାବିକ ଭାବରେ “ହିନ୍ଦୁ ରାଷ୍ଟ୍ର” ଭାବରେ ବର୍ଣ୍ଣନା କରି ଆରଏସଏସର ଚରିତ୍ର ନିର୍ମାଣ ଏବଂ ଏକତାର ଲକ୍ଷ୍ୟ ଉପରେ ଗୁରୁତ୍ୱାରୋପ କରିଛନ୍ତି।
ଗୌହାଟୀରେ ଏକ ସମାବେଶକୁ ସମ୍ବୋଧିତ କରି ମୋହନ ଭାଗବତ କହିଛନ୍ତି, ଭାରତକୁ ହିନ୍ଦୁ ରାଷ୍ଟ୍ର ଘୋଷଣା କରିବାର କୌଣସି ଆବଶ୍ୟକତା ନାହିଁ; ଏହାର ସଭ୍ୟତା ଏହାକୁ ପ୍ରତିଫଳିତ କରିସାରିଛି। ସେ କହିଥିଲେ ଯେ ହିନ୍ଦୁ ଧର୍ମ କେବଳ ଏକ ଧାର୍ମିକ ଶବ୍ଦ ନୁହେଁ ବରଂ ହଜାର ହଜାର ବର୍ଷର ସାଂସ୍କୃତିକ ପରମ୍ପରାରେ ନିହିତ ଏକ ସଭ୍ୟତାଗତ ପରିଚୟ। ଭାରତ ଏବଂ ହିନ୍ଦୁ ସମାନାର୍ଥକ।
ହିନ୍ଦୁ ଧର୍ମକୁ ଧାର୍ମିକ ଅର୍ଥରେ ଗ୍ରହଣ କରାଯିବା ଉଚିତ୍ ନୁହେଁ। ହିନ୍ଦୁ ଧର୍ମ ଏବଂ ହିନ୍ଦୁ ସଂସ୍କୃତି ଖାଦ୍ୟ ଏବଂ ପୂଜା ନୁହେଁ। ଏହା ଅନ୍ତର୍ଭୁକ୍ତ। ଏହା ଅନେକ ଲୋକଙ୍କୁ ନେଇପାରେ। ଯଦି ମୁସଲମାନ ଏବଂ ଖ୍ରୀଷ୍ଟିଆନ, ସେମାନଙ୍କର ପ୍ରଥା ଏବଂ ପରମ୍ପରାକୁ ତ୍ୟାଗ ନକରି ମଧ୍ୟ, ଏହି ଦେଶକୁ ପୂଜା କରନ୍ତି, ଭାରତୀୟ ସଂସ୍କୃତିକୁ ଅନୁସରଣ କରନ୍ତି ଏବଂ ଭାରତୀୟ ପୂର୍ବପୁରୁଷଙ୍କ ଉପରେ ଗର୍ବ କରନ୍ତି, ତେବେ ସେମାନେ ହିନ୍ଦୁ।
ସେ କହିଛନ୍ତି, ଭାରତ ଏବଂ ହିନ୍ଦୁ ସମାନ। ଭାରତକୁ ‘ହିନ୍ଦୁ ରାଷ୍ଟ୍ର’ କରିବା ପାଇଁ କୌଣସି ସରକାରୀ ଘୋଷଣାର ଆବଶ୍ୟକତା ନାହିଁ। ଏହାର ସଭ୍ୟତାଗତ ପ୍ରକୃତି ଏହାକୁ ପ୍ରତିଫଳିତ କରିସାରିଛି। ଭାଗବତ କହିଛନ୍ତି RSS କାହାକୁ ବିରୋଧ କିମ୍ବା କ୍ଷତି କରିବା ପାଇଁ ନୁହେଁ, ବରଂ ଚରିତ୍ର ନିର୍ମାଣ ଉପରେ ଧ୍ୟାନ ଦେବା ଏବଂ ଭାରତକୁ ଏକ ବିଶ୍ୱସ୍ତରୀୟ ନେତା କରିବାରେ ଯୋଗଦାନ ଦେବା ପାଇଁ ପ୍ରତିଷ୍ଠିତ ହୋଇଥିଲା। ସେ କହିଛନ୍ତି, RSS ହେଉଛି ବିବିଧତା ମଧ୍ୟରେ ଭାରତକୁ ଏକତ୍ର କରିବାର ପଦ୍ଧତି।
ଆରଏସଏସ ମୁଖ୍ୟ ମୋହନ ଭାଗବତ ଆସାମରେ ଜନସଂଖ୍ୟାଗତ ପରିବର୍ତ୍ତନ ସମ୍ପର୍କରେ ଚିନ୍ତାର ସମାଧାନ ପାଇଁ ଆତ୍ମବିଶ୍ୱାସ, ସତର୍କତା ଏବଂ ନିଜ ଭୂମି ତଥା ପରିଚୟ ପ୍ରତି ଦୃଢ଼ ଆଗ୍ରହ ଆବଶ୍ୟକ ବୋଲି ଆହ୍ୱାନ ଦେଇଛନ୍ତି। ସେ ଅବୈଧ ପ୍ରବାସ, ହିନ୍ଦୁମାନଙ୍କ ପାଇଁ ତିନି ସନ୍ତାନର ନିୟମ ସମେତ ଏକ ସନ୍ତୁଳିତ ଜନସଂଖ୍ୟା ନୀତିର ଆବଶ୍ୟକତା ଏବଂ ବିଭାଜନକାରୀ ଧାର୍ମିକ ପରିବର୍ତ୍ତନକୁ ବିରୋଧ କରିବାର ଗୁରୁତ୍ୱ ଭଳି ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ।
ଭୁବନେଶ୍ବର: ପୁରୁଷ ବି ଗୋଟେ ମଣିଷ ମ… କିଏ କହିଲା ସିଏ ପଥର ବୋଲି… ପୁରୁଷ ଭିତରେ ବି ଗୋଟେ ନାରୀ ଲୁଚିରହିଥାଏ । ନହେଲେ ସିଏ କଣ ପାଇଁ କାନ୍ଦେ… ନାରୀ ଲୁହର ପ୍ରତୀକ ନୁହେଁ ପୁରୁଷ ବି ପଥର ନୁହେଁ । ନାରୀ ଆଉ ପୁରୁଷ ଖାଲି ଲିଙ୍ଗ ଅନୁସାରେ ପରସ୍ପର ଠୁ ଅଲଗା । ନଚେତ ସେମାନେ ମଣିଷ ଜାତିର । ମନ, ହୃଦୟ, ଶରୀର ଧାରୀ ଭଗବାନଙ୍କ ସୁନ୍ଦର ସୃଷ୍ଟି । ନିଜକୁ ପରସ୍ତ ପରସ୍ତ କରି ବାଣ୍ଟି ଦେଇଛି ବୋଲି ତ ସିଏ ପୁରୁଷର ପରିଚୟ ପାଇଛି… ନିଜ ଛାତିକୁ ପଥର ପରି ଗଢିଛି ବୋଲି ତ ସମାଜ ତାକୁ ପୁରୁଷ ବୋଲି ଜାଣିଛି… ପୁରୁଷ ଗୋଟେ ବିଶ୍ବାସ, ଭରସା । ପୁରୁଷ ଗୋଟେ ପ୍ରାରମ୍ଭ, ପୁରୁଷ ଏକ ପ୍ରତିଶ୍ରୁତି, ପୁରୁଷ ପ୍ରତିଶୋଧ ନୁହେଁ, ପ୍ରତିବଦ୍ଧତାର ପ୍ରତୀକ…ପୁରୁଷ ଦାନ ଓ ଦାୟିତ୍ୱବୋଧତାର ପ୍ରତିଫଳନ । ପୁରୁଷ ପରିଶ୍ରମ, ପ୍ରତିଦାନ, ପ୍ରତିରୋଧର ପ୍ରତିଛବି । ପୁରୁଷ ବି ପ୍ରାପ୍ତି, ପୁରୁଷ ସ୍ବୀକୃତି, ପୁରୁଷ ହିଁ ଶକ୍ତି । ପୁରୁଷ ପୁଣି କାହାର ସାହସ ଓ ଦୃଢୋକ୍ତି..
ପୁରୁଷ ବି କାନ୍ଦି ପାରେ, ତା’କୁ ବି କଷ୍ଟ ହୁଏ, ଛାତି ତଳେ ତା’ର ଗୋଟେ ନିଆଁ ଲୁଚି ରହେ। ସମାଜର ଭାର କାନ୍ଧାଏ, ପୁରୁଷ ମାଟିର ମଣିଷ, ପରିବାରର ସାହସ । ଭାଙ୍ଗିବା ପରେ ଯୋଡ଼ିବାକୁ ହେବ ତା’କୁ ଆହୁରି ହଜାରେ ଥର । ପରିବାର ପାଇଁ ନୀରବରେ ସବୁ ଦାୟିତ୍ୱ ବହନ କରୁଥିବା ବାପା, ଭାଇ ଓ ପୁଅମାନେ ଜଣେ ଜଣେ ପୁରୁଷ । କମ୍ ରୋଜଗାର କରୁ କି ବହୁତ- ପୁରୁଷ ସବୁବେଳେ ପୁରୁଷ ।
ପିଲାଟି ଦିନରୁ ଶିଖାଇ ଦିଆଯାଏ… ପୁଅ ପିଲାଟା ପରା କାନ୍ଦୁଛୁ କ ‘ଣ… ଛି… ପୁଅ ପିଲାମାନେ କାନ୍ଦନ୍ତିନି । ବଡ଼ ହେଲେ ଆମକୁ ସମ୍ଭାଳିବୁ… ବାସ୍ ସେହି ଦିନଠାରୁ ହିଁ ଦାୟିତ୍ୱବାନ ହୋଇଯାଆନ୍ତି ପୁରୁଷମାନେ । ବିନା କୌଣସି ଅଭିଯୋଗରେ ଦାୟିତ୍ୱର ବୋଝ କାନ୍ଧେଇ ନିଏ ପୁରୁଷଟିଏ । ସେ ଜଣେ ବାପା…. ଜଣେ ପୁଅ… ଜଣେ ଭାଇ ଓ ଜଣେ ସ୍ୱାମୀ ହୋଇ ସବୁ ସହିଯାଏ । ବାପାଟିଏ ହୋଇଥିଲେ ଭୋକରେ ରହି ନିଜ ପିଲାଙ୍କ ଖାଇବା ଯୋଗାଡ଼ କରେ… ଭାଇ ହେଲେ ଭଉଣୀକୁ ସୁରକ୍ଷା ଦିଏ… ପୁଅ ହେଲେ ବୟସ ବଢ଼ିବା ସହ ବାପାମାଆଙ୍କ ସାହାର ପାଲଟି ଯାଏ … ଆଉ ସ୍ୱାମୀ ହୋଇଥିଲେ ସଂଘର୍ଷ ଭିତରେ ସ୍ତ୍ରୀ ପରିବାର କଥା ଭାବି ଭାବି ଦିନ କାଟିଦିଏ… ହଁ ସିଏ ପୁରୁଷଟିଏ…
ଏ ତମାମ ଦାୟିତ୍ୱ ଭିତରେ ତା କଥା କିଏ କେବେ ବୁଝିଛି କି…? କେବେ ତା ଚେହେରା ଭିତରେ ଲୁଚି ରହିଥିବା ଥକାପଣକୁ କିଏ ଦେଖିଛି କି ? କିଏ କେବେ ତାକୁ ପଚାରିଛି କି ସେ କେମିତି ଅଛି ? ଗୁମ୍ସୁମ୍ ରହୁଥିବା ପୁରୁଷର ବେଦନାକୁ କେହି କେବେ ବୁଝିଛି କି ?ପ୍ରତିଦିନ ନିଜକୁ କେତେ ଥର ଭାଙ୍ଗି କେତେ ଥରେ ଗଢ଼େ ହିସାବ ନାହିଁ । କେହି ମନେ ରଖିଛନ୍ତି ନାହିଁ ଯେ… ସେ ବି ମଣିଷଟିଏ… ସେ ସ୍ନେହ ଦିଏ…. ପ୍ରତିବଦଳରେ ସେ ବି ଭଲ ପାଇବା ବି ଖୋଜିଥାଏ । ତାର ବି କାନ୍ଦିବାର ଅଧିକାର ଅଛି… ଭାବନାର ସ୍ୱାଧୀନତା ତାର ବି ଅଛି । ତା କଥା ବି ଶୁଣିବା ସମାଜର ଦାୟିତ୍ୱ । କାରଣ ସେ ବି ବେଳେବେଳେ ଦୁର୍ବଳ ହୋଇଯାଏ । ତାକୁ ସାହାର ଦରକାର ହୁଏ… ତାକୁ ଭୟ ଲାଗେ… ତା ଆଖିରୁ ବି ଲୁହ ଝରେ… ତା ମନକୁ ବି କଷ୍ଟ ହୁଏ… ଦାୟିତ୍ୱ ବୋଝ ଭିତରେ ପୁରୁଷର ଖୁସି କେବେ ମଉଳି ନଯାଉ । ଆସନ୍ତୁ ନାରୀକୁ, ପରିବାରକୁ ପୁରୁଷ ଯେମିତି ବୁଝୁଛି, ଆମେ ତାକୁ ସେମିତି ବୁଝିବା…