News
ପୂଜାରେ ସଂସ୍କୃତି କମ, ଅପସଂସ୍କୃତି ଅଧିକ
ମଦ୍ୟପାନ କରି, ଅଶାଳୀନ ଗୀତରେ ବିସର୍ଜନ ପାଇଁ ମାଆଙ୍କୁ ନେବା କେତେ ଠିକ୍ ? ଆମେ ଯଦି ଆମ ମାଆ ଆଗରେ ଅଶ୍ଲୀଳ ଗୀତ ଗାଇପାରୁନେ ତେବେ ଜଗତଜନନୀଙ୍କ ଆଗରେ କେମିତି ଅଶ୍ଲୀଳ ଗୀତ-ନୃତ୍ୟ କରିପାରୁଛେ ? ଏଥିରୁ ଜଣା ପଡୁଛି ଆମର କେତେ ଭକ୍ତି ଅଛି…
ବଡ଼ ବଡ଼ ପେଣ୍ଡାଲ, ଆକାଶଛୁଆଁ ତୋରଣ… ମାଳ ମାଳ ରଙ୍ଗୀନ ଆଲୋକ, ମାଇକ୍, ଡିଜେ ଡ୍ୟାନ୍ସ… ମେଲୋଡି ଆହୁରି କେତେ କଣ… ଦୁର୍ଗା ପୂଜା ଆସିଲେ ଆମେ ଏମିତି ଅନେକ କିଛି ସହର ମାନଙ୍କରେ ଦେଖିବାକୁ ପାଉ । ପୂଜା କମିଟିମାନଙ୍କ ମଧ୍ଯରେ ପେଣ୍ଡାଲକୁ ନେଇ ପ୍ରତିଯୋଗିତା ଚାଲେ । ତେବେ ଏଠି ପ୍ରଶ୍ନ ଉଠେ ସତରେ କଣ ମାଆ ଦୁର୍ଗା ଏମିତି ବଡ଼ ବଡ଼ ତୋରଣ ଲୋଭୀ ? ବିରାଟ ସୁନା, ଚାନ୍ଦିର ମେଢ ନହେଲେ ସତରେ କଣ ମାଆ ଆସିବେନି ? ମାଆ କଣ ସତରେ ଏସବୁ ଚାହାନ୍ତି କି ? ମୃଣ୍ମୟୀ ମୂର୍ତ୍ତିଙ୍କୁ ପୂଜୁଥିବା ହାତ ଜୀବନ୍ତ ମାଆକୁ ଅବହେଳା କରେ ନି କି ?
ଏ ପ୍ରଶ୍ନ ଯେତେବେଳେ ଉଠିଛି ଠିକ୍ ସେତେବେଳେ ଆଜିର ପୂଜାକୁ ନେଇ କନକ ନ୍ୟୁଜର ଶାରଦୀୟ ସାକ୍ଷାତକାରରେ ନିଜର ମତ ମନ୍ତବ୍ୟ ଦେଇଛନ୍ତି ସମାଜ ସଂସ୍କାରକ ତଥା ଆଧ୍ୟାତ୍ମିକ ପ୍ରବଚକ ସ୍ବାମୀ ସୁଧାନନ୍ଦ ସରସ୍ବତୀ । ସେ କହିଛନ୍ତି- ଆଜିକାଲି ଧର୍ମୀୟ ଶିକ୍ଷାର ଅଭାବ ରହିଛି । ପେଣ୍ଡାଲ ବୁଲିଯାଉଥିବା ଲୋକଙ୍କୁ ଆପଣ ଯଦି ପଚାରିବେ ଦୁର୍ଗାପୂଜା କାହିଁକି ହେଉଛି… ଅନେକ ଏହାର ଉତ୍ତର ଦେଇପାରିବେନି । ଧିରେଧିରେ ପୂଜା ସବୁ ମନୋରଞ୍ଜନଧର୍ମୀ ପାଲଟିଗଲାଣି । ଯେଉଁ ପୂଜା ମଣ୍ଡପ ପାଖରେ ମୀନାବଜାର ଥିବ ସେଠି ଭିଡ ଥିବ କିନ୍ତୁ ଯେଉଁଠି ଧର୍ମ ଚର୍ଚ୍ଚା ହେଉଥିବ ସେଠି ଲୋକେ ନଥିବେ ବୋଲି ସ୍ବାମୀଜୀ କହିଛନ୍ତି । ଏବେ ସମସ୍ୟା ମଣିଷଙ୍କ ପାଖରେ ଦେଖା ଦେଇଛି । ଲୋକେ ମଣ୍ଡପରେ ଏପଟ ସେପଟ ଅନେଇ ଗୋଟେ ଦୁଇ ମିନିଟ ରହି, ମୁଣ୍ଡିଆ ମାରି ବାକି ୩ ଘଣ୍ଟା ପେଣ୍ଡାଲ ବାହାରେ ସାଜସଜ୍ଜା ସ୍ଥଳରେ ସମୟ ବିତାଉଛନ୍ତି ।
ଆମେ ଆମ ସଂସ୍କୃତିକୁ ଭୁଲିଯାଇଛେ । ସଂସ୍କୃତି ହେଉଛି ଆତ୍ମା, ବାହାର ଢାଞ୍ଚା ହେଉଛି ସଭ୍ୟତା । ଏବେ ସଂସ୍କୃତି କମ ଅପସଂସ୍କୃତି ଅଧିକ । ଆଜିକାଲି ପୂଜା ଦେଖିବାକୁ କେତେ ଜଣ ଯାଉଛନ୍ତି, ମେଳା ବୁଲିବାକୁ କେତେଜଣ ଯାଉଛନ୍ତି କୁହନ୍ତୁ… କିଏ କେଉଁ ବସ୍ତ୍ରରେ ଯାଉଛି ଦେଖନ୍ତୁ । ମନ୍ଦିରର ବସ୍ତ୍ରର ଅଲଗା, ମେଳା ବୁଲିବାର ବସ୍ତ୍ର ଅଲଗା କହି ଆଜିର ଟ୍ରେଣ୍ଡରେ ବଞ୍ଚୁଥିବା ଲୋକଙ୍କୁ ସୁଧୁରିବା ପାଇଁ ଆହ୍ଵାନ
କାମ କରିବା ସମୟ ୧୦ ଘଣ୍ଟା: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ରାଜ୍ୟରେ ନୂତନ ଶିଳ୍ପ ଏବଂ ନିବେଶକୁ ଆକର୍ଷିତ କରିବା, କାରଖାନାଗୁଡ଼ିକର ଉତ୍ପାଦନ ବୃଦ୍ଧି କରିବା, ଅଧିକ ଓଭରଟାଇମ୍ କାମ କରିବାକୁ ଅନୁମତି ଦେଇ ଶ୍ରମିକଙ୍କ ରୋଜଗାର ବୃଦ୍ଧି କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଆଇନ, ୧୯୫୬, କାରଖାନା ଆଇନ,୧୯୪୮ରେ ସଂଶୋଧନ ଆଣିଛନ୍ତି। ଶ୍ରମ ବିଭାଗର ଏ ସଂକ୍ରାନ୍ତୀୟ ସଂଶୋଧନ ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି। ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍ ଉପରୋକ୍ତ ପ୍ରସ୍ତାବ ସମେତ ୩ଟି ବିଭାଗର ୪ଟି ପ୍ରସ୍ତାବକୁ ଅନୁମୋଦନ କରିଛି। ଏଥିରେ ଶ୍ରମ ବିଭାଗର ଦୁଇଟି, ପୂର୍ତ୍ତ ବିଭାଗର ଗୋଟିଏ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଗୋଟିଏ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏହାପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ମୁଖ୍ୟ ସଚିବ ମନୋଜ ଆହୁଜା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଆଇନ, ୧୯୫୬ରେ ସଂଶୋଧନ ଅନୁଯାୟୀ, ଯେଉଁ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନରେ ୨୦କିମ୍ବା ତଦୁର୍ଦ୍ଧ୍ବ କର୍ମଚାରୀ ନିୟୋଜିତ କରିଥିବେ ସେମାନଙ୍କ ପାଇଁ ଓଡ଼ିଶା ଦୋକାନ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନ ଆଇନ, ୧୯୫୬ ଲାଗୁ ହେବ। କିନ୍ତୁ ଏହି ଆଇନରେ ଥିବା ନିୟମ ଅନୁଯାୟୀ ସମସ୍ତ ପ୍ରତିଷ୍ଠାନ ଓଡ଼ିଆ ସାଇନ୍ବୋର୍ଡ ଲଗାଇବାକୁ ହେବ।
ସେହିପରି ଦୈନିକ କାର୍ଯ୍ୟ ଅବଧି ୯ଘଣ୍ଟାରୁ ୧୦ଘଣ୍ଟାକୁ ବୃଦ୍ଧି କରାଯାଇଛି। କିନ୍ତୁ କୌଣସି କର୍ମଚାରୀ ଅତିି କମ୍ରେ ଅଧ ଘଣ୍ଟାର ବ୍ୟବଧାନ ବିନା ନିରନ୍ତର ୬ଘଣ୍ଟାରୁ ଅଧିକ କାର୍ଯ୍ୟ କରିବେନି। େତ୍ରୖମାସିକ ଓଭରଟାଇମ୍ କାର୍ଯ୍ୟସୀମା ୧୧୫ଘଣ୍ଟାରୁ ୧୪୪ଘଣ୍ଟାକୁ ବୃଦ୍ଧି କରାଯାଇଛି। କୌଣସି ପ୍ରତିଷ୍ଠାନରେ ଜଣେ କର୍ମଚାରୀ କୌଣସି ଦିନରେ ୧୦ ଘଣ୍ଟାରୁ ଅଧିକ କିମ୍ୱା କୌଣସି ସପ୍ତାହରେ ୪୮ ଘଣ୍ଟାରୁ ଅଧିକ କାର୍ଯ୍ୟ କରିଲେ, ସେ ଓଭରଟାଇମ କାର୍ଯ୍ୟ ବାବଦକୁ ସାଧାରଣ ମଜୁରି ହାରର ଦୁଇ ଗୁଣା ମଜୁରି ପାଇବେ। ପ୍ରତିଷ୍ଠାନଗୁଡ଼ିକ ଦିନରାତି ୨୪ଘଣ୍ଟା ଏବଂ ବର୍ଷକୁ ୩୬୫ଦିନ ଖୋଲା ରହିପାରିବ। ଏହାକୁ ନଜରରେ ରଖି ଦୈନିକ ସର୍ବାଧିକ ସମୟ କାର୍ଯ୍ୟ ଅବଧିରେ ପରିବର୍ତ୍ତନ କରାଯାଇଛି। ରାଜ୍ୟ ସରକାର ବିଜ୍ଞପ୍ତି ମାଧ୍ୟମରେ ସର୍ବାଧିକ ଦୈନିକ କାର୍ଯ୍ୟ କରିବା ଅବଧି ୧୨ଘଣ୍ଟାକୁ ବୃଦ୍ଧି କରିପାରିବେ। କିନ୍ତୁ ଏଥିପାଇଁ ନିୟମ ଅନୁଯାୟୀ କର୍ମଚାରୀଙ୍କୁ ଆବଶ୍ୟକୀୟ ବିଶ୍ରାମ ମିଳିବା ଦରକାର।
ଏହାସହ ରାତିରେ ମହିଳା କର୍ମଚାରୀଙ୍କ କାର୍ଯ୍ୟ ଉପରେ ଥିବା ପ୍ରତିବନ୍ଧକକୁ ହଟାଇ ଦିଆଯାଇଛି। ମହିଳା କର୍ମଚାରୀମାନଙ୍କୁ ସେମାନଙ୍କ ଲିଖିତ ସମ୍ମତିରେ ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ଅଧିସୂଚିତ ସର୍ତ୍ତାବଳୀ ଅନୁଯାୟୀ ରାତିରେ ନିୟୋଜିତ କରାଯାଇପାରିବ ବୋଲି ନିଷ୍ପତ୍ତି ହୋଇଛି। ସେହିପରି ଆଜି ରାଜ୍ୟ କ୍ୟାବିନେଟ୍ରେ ଗ୍ରାମପଞ୍ଚାୟତ ସ୍ତରରେ ଆଦର୍ଶ ବିଦ୍ୟାଳୟ ବିକାଶ ପାଇଁ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାକୁ ଅନୁମୋଦନ ମିଳିଛି। ଏଥିରେ ୩ବର୍ଷରେ ୨୦୨୫-୨୬ରୁ ୨୦୨୭-୨୮ ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ୨୨୦୦ଟି ମଡେଲ୍ ସ୍କୁଲ ନିର୍ମାଣ ପାଇଁ ୧୨ହଜାର କୋଟି ଟଙ୍କାର ବ୍ୟୟ ଅଟକଳ ରଖାଯାଇଛି। ପ୍ରତ୍ୟେକ ସ୍କୁଲ ପାଇଁ ଆନୁମାନିକ ଖର୍ଚ୍ଚ ପ୍ରାୟ ୫ କୋଟି ଟଙ୍କା ଆକଳନ କରାଯାଇଥିବା ବେଳେ ପ୍ରତ୍ୟେକ ସ୍କୁଲ ପାଇଁ ଡିପିଆର୍ ଆଧାରରେ ପ୍ରକୃତ ଖର୍ଚ୍ଚ ନିର୍ଣ୍ଣୟ କରାଯିବ।
ଆଜିର କ୍ୟାବିନେଟ୍ ବୈଠକରେ ଘଟଗାଁସ୍ଥିତ ମା’ ତାରିଣୀ ପୀଠକୁ ଦେଶର ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ଭାବେ ବିକଶିତ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ଏହାର ପାରିପାର୍ଶ୍ବିକ ବିକାଶ ନିମନ୍ତେ ୧୪୬ କୋଟି ଟଙ୍କାର(ଜିଏସ୍ଟିକୁ ବାଦ୍ ଦେଇ) ଟେଣ୍ଡରକୁ ଅନୁମୋଦନ ମିଳିଛି। ଏହି ନିର୍ମାଣ କାର୍ଯ୍ୟ ଦିଲ୍ଲୀପ କନଷ୍ଟ୍ରକସନ୍ ପ୍ରାଇଭେଟ୍ ଲିମିଟେଡ୍ କରିବ। ୫୯.୨୦୬ଏକର ଅଞ୍ଚଳରେ ଏହି ବିକାଶ କାର୍ଯ୍ୟ ହେବାକୁ ଥିବାବେଳେ ଏହାକୁ ୨୪ମାସରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।
ଏହି ବିକାଶ କାର୍ଯ୍ୟ ପାଇଁ ମୋଟ ୨୨୬କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ଏଠାରେ ଭକ୍ତଙ୍କ ସୁବିଧା ପାଇଁ ୨୧୬ଶଯ୍ୟା ବିଶିଷ୍ଟ ଯାତ୍ରୀନିବାସ, ତୀର୍ଥ ଯାତ୍ରୀ କେନ୍ଦ୍ର, ଇଣ୍ଟରପ୍ରିଟେସନ୍ ସେଣ୍ଟର, ଫୁଡ୍ ପ୍ଲାଜା, ୱାଚ୍ ଟାୱାର, ମାର୍କେଟ କମ୍ପ୍ଲେକ୍ସ, ନଡ଼ିଆ ଭଣ୍ଡାର ଓ ପ୍ରସାଦ ସେବନ ପ୍ରକୋଷ୍ଠ (୫୦୦ଜଣ ବସିବା ଭଳି), ଜିନିଷ ରଖିବା ଘର ଆଦି ନିର୍ମାଣ ହେବ।
ପୁଣି ମୁଁହ ଖୋଲିଲେ ଶ୍ରୀମୟୀ !
ଭୁବନେଶ୍ବର: ପୁଣି ପୂର୍ବତନ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ସ୍ୱଜନପୋଷଣ କଥା କହି ହଟଚମଟ ସୃଷ୍ଟି କରିଛନ୍ତି। ସେ ନିଜର ସୋସିଆଲ୍ ମିଡିଆ (ଫେସ୍ବୁକ୍)ରେ ଲେଖିଛନ୍ତି, ନେପୋଟିଜମ୍ ଅର୍ଥାତ୍ ସ୍ୱଜନପୋଷଣ, ଏକ ଏଭଳି ସାମାଜିକ ଓ ରାଜନୈତିକ ଅଭ୍ୟାସ, ଯାହା ଯୋଗ୍ୟତା ଓ ପ୍ରତିଭାକୁ ଅଣଦେଖା କରି ଆତ୍ମୀୟତା, ବନ୍ଧୁତ୍ୱ ବା ବ୍ୟକ୍ତିଗତ ସମ୍ପର୍କକୁ ଅଗ୍ରାଧିକାର ଦିଏ। ଏହା ସମାଜରେ ଅନେକ କ୍ଷେତ୍ରରେ, ଯଥା ରାଜନୀତି, ଶିକ୍ଷା, ଚାକିରି ଓ କଳା ଜଗତରେ, ପ୍ରକୃତ ହକଦାରଙ୍କୁ ସୁଯୋଗରୁ ବଞ୍ଚିତ କରିଛି। ଯେଉଁମାନେ ନିଜର କଠିନ ପରିଶ୍ରମ, ଦକ୍ଷତା ଓ ଯୋଗ୍ୟତା ବଳରେ ଆଗକୁ ବଢ଼ିବାର ଅଧିକାରୀ, ସେମାନେ ନେପୋଟିଜମ୍ର କବଳରେ ପଡ଼ି ପଛରେ ରହିଯାଆନ୍ତି। ଏହା ସମାଜରେ ଅସନ୍ତୋଷ, ଅନୈତିକତା ଓ ଅସମାନତାକୁ ମଧ୍ୟ ବୃଦ୍ଧି କରେ।
ନେପୋଟିଜମ୍ ଅର୍ଥାତ୍ ସ୍ୱଜନପୋଷଣ, ଏକ ଏଭଳି ସାମାଜିକ ଓ ରାଜନୈତିକ ଅଭ୍ୟାସ, ଯାହା ଯୋଗ୍ୟତା ଓ ପ୍ରତିଭାକୁ ଅଣଦେଖା କରି ଆତ୍ମୀୟତା, ବନ୍ଧୁତ୍ୱ ବା ବ୍ୟକ୍ତିଗତ ସମ୍ପର୍କକୁ ଅଗ୍ରାଧିକାର ଦିଏ। ଏହା ସମାଜରେ ଅନେକ କ୍ଷେତ୍ରରେ, ଯଥା ରାଜନୀତି, ଶିକ୍ଷା, ଚାକିରି ଓ କଳା ଜଗତରେ, ପ୍ରକୃତ ହକଦାରଙ୍କୁ ସୁଯୋଗରୁ ବଞ୍ଚିତ କରିଛି। ଯେଉଁମାନେ ନିଜର କଠିନ ପରିଶ୍ରମ, ଦକ୍ଷତା ଓ ଯୋଗ୍ୟତା ବଳରେ ଆଗକୁ ବଢ଼ିବାର ଅଧିକାରୀ, ସେମାନେ ନେପୋଟିଜମ୍ର କବଳରେ ପଡ଼ି ପଛରେ ରହିଯାଆନ୍ତି। ଏହା ସମାଜରେ ଅସନ୍ତୋଷ, ଅନୈତିକତା ଓ ଅସମାନତାକୁ ମଧ୍ୟ ବୃଦ୍ଧି କରେ।
ଶ୍ରୀମୟୀ ମିଶ୍ର କାହା ଉଦ୍ଦେଶ୍ୟରେ ଏକଥା କହିଛନ୍ତି, ତାହା ଅବଶ୍ୟ ସ୍ପଷ୍ଟ କରିନାହାନ୍ତି।
୧୭ଜଣ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇଥିବା ବାବା ପାର୍ଥସାରଥି ଗିରଫ
ନୂଆଦିଲ୍ଲୀ: ୧୭ଜଣ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୁକ୍ତ ବାବା ପାର୍ଥସାରଥି ଗିରଫ
ନୂଆଦିଲ୍ଲୀ: ଦିଲ୍ଲୀସ୍ଥିତ ଶ୍ରୀ ଶାରଦା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆନ୍ ମ୍ୟାନେଜମେଣ୍ଟ-ରିସର୍ଚ୍ଚର ପୂର୍ବତନ ନିର୍ଦ୍ଦେଶକ ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀଙ୍କୁ ଗିରଫ କଲା ପୁଲିସ। ଆଗ୍ରାରୁ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ଛାତ୍ରୀମାନଙ୍କ ଅଭିଯୋଗ ପରଠାରୁ ପୁଲିସ ଅଭିଯୁକ୍ତଙ୍କୁ ଖୋଜୁଥିଲା। ତାଙ୍କର ଶେଷ ଠିକଣା ଆଗ୍ରାରେ ମିଳିବା ପରେ ପୁଲିସ ଖୋଜିବା ଆରମ୍ଭ କରିଥିଲା। ଆଗ୍ରା ଏବଂ ଆଖପାଖ ଅଞ୍ଚଳରେ ସର୍ଚ୍ଚ ଅପରେସନ ଚଳାଇଥିଲା ପୁଲିସ।
ପୁଲିସ ସୂଚନା ଅନୁଯାୟୀ, ଛାତ୍ରୀମାନଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଅଭିଯୁକ୍ତ ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀଙ୍କୁ ଗିରଫ କରାଯାଇଛି। ଗତକାଲି ରାତି ପ୍ରାୟ ସାଢ଼େ ୩ଟାରେ ଏକ ହୋଟେଲରୁ ଗିରଫ କରାଯାଇଥିଲା। ସେ ଗତ କିଛି ଦିନ ଧରି ଆଗ୍ରାରେ ଲୁଚି ରହିଥିଲେ। ବର୍ତ୍ତମାନ, ତାଙ୍କୁ ଏହି ମାମଲାରେ ପଚରାଉଚରା କରାଯାଉଛି ଏବଂ ତାଙ୍କର ଡାକ୍ତରୀ ପରୀକ୍ଷା କରାଯାଉଛି।
ଉଲ୍ଲେଖଯୋଗ୍ୟ, କିଛି ଦିନ ତଳେ ଦିଲ୍ଲୀର ବସନ୍ତ କୁଞ୍ଜ ଅଞ୍ଚଳରେ ଥିବା ଏକ ଜଣାଶୁଣା ଆଶ୍ରମର ନିର୍ଦ୍ଦେଶକ ୧୭ଜଣରୁ ଅଧିକ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ଶ୍ରୀ ଶାରଦା ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆନ୍ ମ୍ୟାନେଜମେଣ୍ଟର ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀ ଓରଫ ପାର୍ଥସାରଥିଙ୍କ ବିରୋଧରେ ଆର୍ଥିକ ଦୁର୍ବଳ ବର୍ଗରେ ଛାତ୍ରବୃତ୍ତି ସହିତ ସ୍ନାତକୋତ୍ତର ମ୍ୟାନେଜମେଣ୍ଟ ଡିପ୍ଲୋମା ପାଠ୍ୟକ୍ରମ କରୁଥିବା ଛାତ୍ରମାନଙ୍କୁ ହଇରାଣ କରିବା ଅଭିଯୋଗରେ ପୁଲିସ୍ ମାମଲା ରୁଜୁ କରିଛି। ୩୨ ଜଣ ଛାତ୍ରଙ୍କ ମଧ୍ୟରୁ ଅତି କମ୍ରେ ୧୭ ଜଣ ଛାତ୍ରୀ ସ୍ୱାମୀ ଚୈତନ୍ୟାନନ୍ଦଙ୍କ ବିରୋଧରେ ଅପମାନଜନକ ଭାଷା ବ୍ୟବହାର କରିବା, ଅଶ୍ଳୀଳ ଟେକ୍ସଟ୍ ମେସେଜ୍ ପଠାଇବା ଓ ବଳପୂର୍ବକ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗ କରିଥିଲେ। ମହିଳା ଅଧ୍ୟାପକ ଓ ପ୍ରଶାସନିକ କର୍ମଚାରୀମାନେ ମଧ୍ୟ ଅଭିଯୁକ୍ତଙ୍କ ଦାବି ମାନିବାକୁ ଛାତ୍ରୀମାନଙ୍କ ଉପରେ ଚାପ ପକାଇଥିଲେ ବୋଲି ପୀଡିତାମାନେ କହିଥିଲେ। ଅଭିଯୁକ୍ତ ଛାତ୍ରୀମାନଙ୍କୁ ତାଙ୍କ କୋଠରିକୁ ଡାକି ମାଗଣା ବିଦେଶ ଯାତ୍ରା ପାଇଁ ପ୍ରଲୋଭିତ କରୁଥିଲେ ବୋଲି ପୀଡିତାଙ୍କ ସହ ତାଙ୍କର ଚାଟ୍ରୁ ଜଣାପଡ଼ିଥିଲା। ସେମାନଙ୍କ ବୟାନକୁ ଆଧାର କରି ପୁଲିସ ସ୍ୱାମୀ ଚୈତନ୍ୟାନନ୍ଦଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଓ ଅନ୍ୟାନ୍ୟ ଅଭିଯୋଗରେ ମାମଲା ରୁଜୁ କରିଥିଲ
ପ୍ରଶାନ୍ତ କିଶୋରଙ୍କୁ ୧୦୦ କୋଟିର ମାନହାନି ନୋଟିସ୍ ପଠାଇଲେ ବିହାର ମନ୍ତ୍ରୀ ଅଶୋକ ଚୌଧୁରୀ
ପାଟନା:ବିହାର ସରକାରଙ୍କ ଗ୍ରାମୀଣ ବ୍ୟାପାର ମନ୍ତ୍ରୀ ଏବଂ ଜେଡିୟୁର ରାଷ୍ଟ୍ରୀୟ ମହାସଚିବ ଅଶୋକ ଚୌଧୁରୀ ଜନ ସୂରାଜ ପାର୍ଟିର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର(ପିକେ)ଙ୍କୁ ୧୦୦ କୋଟିର ମାନହାନି ନୋଟିସ୍ ପଠାଇଛନ୍ତି। ନୋଟିସ୍ରେ ନିଃସର୍ତ୍ତ କ୍ଷମା ମାଗିବାକୁ ଦାବି କରାଯାଇଛି। ତିନି ଦିନ ପୂର୍ବରୁ ପ୍ରଶାନ୍ତ କିଶୋର ମନ୍ତ୍ରୀ ଅଶୋକ ଚୌଧୁରୀଙ୍କ ଉପରେ ୨୦୦ କୋଟି ଦୁର୍ନୀତିର ଅଭିଯୋଗ ଆଣିଥିଲେ। ଏବେ ମନ୍ତ୍ରୀ ଏହି ମାମଲାରେ ନିଃସର୍ତ୍ତ କ୍ଷମା ମାଗିବାକୁ ଦାବି କରିଛନ୍ତି।
ଅଶୋକ ଚୌଧୁରୀ ନୋଟିସ୍ରେ ଉଲ୍ଲେଖ କରିଛନ୍ତି ଯେ, ପ୍ରଶାନ୍ତ କିଶୋରଙ୍କ ଅଭିଯୋଗ ଭ୍ରାମକ । ତାଙ୍କର ଏଭଳି ମନ୍ତବ୍ୟ ହତାଶାରୁ ସୃଷ୍ଟି ହୋଇଛି। ମନ୍ତ୍ରୀ ପୂର୍ବରୁ ପ୍ରଶାନ୍ତ କିଶୋରଙ୍କ ବିରୋଧରେ ମାନହାନି ମାମଲା ଦାଏର କରିଥିଲେ। ଏହା ପରେ କୋର୍ଟ ତାଙ୍କୁ ସେପ୍ଟେମ୍ବର ୧୭ ତାରିଖରେ ସମନ ଜାରି କରିଥିଲେ।
ମନ୍ତ୍ରୀ କହିଛନ୍ତି, କୋର୍ଟ ସମନ ପାଇବା ପରେ ପ୍ରଶାନ୍ତ କିଶୋର ଭୟଭୀତ ହୋଇଯାଇଥିଲେ ଏବଂ ଏକ ସାମ୍ବାଦିକ ସମ୍ମିଳନୀ କରି ମିଥ୍ୟା ଅଭିଯୋଗ ଆଣିବା ଆରମ୍ଭ କରିଥିଲେ।
ପ୍ରଶାନ୍ତ କିଶୋରଙ୍କ ଦ୍ୱାରା କରାଯାଇଥିବା ୨୦୦ କୋଟି ଟଙ୍କାର ଅଭିଯୋଗ ସମ୍ପର୍କରେ ସେ କହିଛନ୍ତି, ପ୍ରଶାନ୍ତ କିଶୋରଙ୍କ ଦ୍ୱାରା ଉଲ୍ଲେଖ କରାଯାଇଥିବା ୨୦୦ କୋଟି ଟଙ୍କାର ସମ୍ପତ୍ତି ତଥ୍ୟ ସମ୍ପୂର୍ଣ୍ଣ ମିଥ୍ୟା।
ପ୍ରଶାନ୍ତ କିଶୋର ଗତ ସପ୍ତାହରେ ପାଟନାରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସେ ମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ସେ ଅଭିଯୋଗ କରିଥିଲେ ଯେ, ଅଶୋକ ଚୌଧୁରୀ ତାଙ୍କ ପତ୍ନୀ, ଝିଅ ଏବଂ ସମୁଦୁଣୀ ମାନବ ବୈଭବ ବିକାଶ ଟ୍ରଷ୍ଟ ମାଧ୍ୟମରେ ଦୁଇ ବର୍ଷ ମଧ୍ୟରେ ୨୦୦ କୋଟି ମୂଲ୍ୟର ଜମି କିଣିଛନ୍ତି। ଯାହାର ମାଲିକାନା ଅର୍ଥମନ୍ତ୍ରୀଙ୍କ ସାଂସଦ ଝିଅ ଶାମ୍ଭବୀ ଚୌଧୁରୀଙ୍କ ଶାଶୁ ଅନିତା କୁନାଲଙ୍କ ନାମରେ ରହିଛି। ମନ୍ତ୍ରୀ ଏବେ ପିକେଙ୍କୁ ଏକ ନୋଟିସ୍ ପଠାଇ ଏହି ଅଭିଯୋଗର ପ୍ରମାଣ ମାଗିଛନ୍ତି।
ଏହି ଟ୍ରଷ୍ଟ ସହିତ ଜଡିତ ବ୍ୟକ୍ତିବିଶେଷଙ୍କ ଆକାଉଣ୍ଟରୁ ଅଶୋକ ଚୌଧୁରୀ ଏବଂ ତାଙ୍କ ପତ୍ନୀଙ୍କ ଆକାଉଣ୍ଟକୁ କାହିଁକି ଟଙ୍କା ସ୍ଥାନାନ୍ତର କରାଯାଇଥିଲା ସେ ବିଷୟରେ ପିକେ ପ୍ରଶ୍ନ ଉଠାଇଥିଲେ। ସେ ବିହାରରେ ଅଶୋକ ଚୌଧୁରୀଙ୍କୁ ଜଣେ ଦୁର୍ନୀତିଗ୍ରସ୍ତ ନେତା ଭାବରେ ବର୍ଣ୍ଣନା କରିଥିଲେ ଏବଂ ଜମି କିଣା ଓ ବେନାମୀ ସମ୍ପତ୍ତି ମାମଲାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରିଥିଲେ।
ପିକେ ଦାବି କରିଥିଲେ ଯେ, ୨୦୧୯ ମସିହାରେ ଚୌଧୁରୀଙ୍କ ବ୍ୟକ୍ତିଗତ ସଚିବ ଯୋଗେନ୍ଦ୍ର ଦତ୍ତଙ୍କ ନାମରେ ପାଟନାର ବିକ୍ରମରେ ୨୩ କାଠା ଜମି କିଣାଯାଇଥିଲା। ପରବର୍ତ୍ତୀ ସମୟରେ, ୨୦୨୧ ମସିହାରେ, ଚୌଧୁରୀଙ୍କ ଝିଅ, ସାଂସଦ ଶାମ୍ଭବୀ ଚୌଧୁରୀଙ୍କୁ ମାତ୍ର ₹୩.୪ ମିଲିୟନରେ ଜମି ହସ୍ତାନ୍ତର କରାଯାଇଥିଲା। କିନ୍ତୁ, ପ୍ରକୃତ ଦେୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ସନ୍ଦିଗ୍ଧ ଭାବରେ ପରିଚାଳନା କରାଯାଇଥିଲା। ପିକେ ଅଭିଯୋଗ କରିଥିଲେ ଯେ, ଆୟକର ନୋଟିସ୍ ପାଇବା ପରେ, ଏହି କାରବାରକୁ ଲୁଚାଇବା ପାଇଁ ୨୭ ଏପ୍ରିଲ୍ ୨୦୨୫ରେ ୨.୫ ମିଲିୟନ ଟଙ୍କା ହସ୍ତାନ୍ତର କରାଯାଇଥିଲା।
ଜୁନ୍ ମାସର ଆରମ୍ଭରେ, ଅଶୋକ ଚୌଧୁରୀ ପ୍ରଶାନ୍ତ କିଶୋରଙ୍କ ବିରୋଧରେ ମାନହାନି ମାମଲା ଦାଏର କରିଥିଲେ। ସେହି ସମୟରେ ପିକେ ଅଭିଯୋଗ କରିଥିଲେ, ଅଶୋକ ଚୌଧୁରୀ ତାଙ୍କ ଝିଅ ଶାମ୍ଭବୀଙ୍କ ପାଇଁ ଲୋକସଭା ନିର୍ବାଚନ ଟିକେଟ୍ ଯୋଗାଡ଼ କରିବା ପାଇଁ ଟଙ୍କା ଦେଇଥିଲେ। ଗତ ବର୍ଷ, ଶାମ୍ଭବୀ ଚୌଧୁରୀ କେନ୍ଦ୍ର ମନ୍ତ୍ରୀ ଚିରାଗ ପାସୱାନଙ୍କ ଦଳ ଏଲଜେପି (ରାମ ବିଳାସ)ରୁ ଟିକେଟ୍ ନେଇ ସମସ୍ତିପୁର ନିର୍ବାଚନ ଲଢ଼ିଥିଲେ ଏବଂ ଜିତିଥିଲେ।
ରତ୍ନଭଣ୍ଡାରକୁ ଫେରିଲା ମହାପ୍ରଭୁଙ୍କ ରତ୍ନ: ବୋହିବାକୁ ଲାଗିଲା ୪ ଘଣ୍ଟା
ସଂରକ୍ଷଣ ତଥା ମରାମତି ପରେ ନୂଆ ରୂପ ପାଇଥିବା ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ସମସ୍ତ ବହୁମୂଲ୍ୟ ଅଳଙ୍କାର ତଥା ସାମଗ୍ରୀ ଆଜି ସ୍ଥାୟୀ ଭାବରେ ନିଆଯାଇଛିl ପୂର୍ବରୁ ଧାର୍ଯ୍ୟ ହୋଇଥିବା ଶୁଭବେଳା, ପୂର୍ବାହ୍ଣ ୧୦ଟା ୫୫ ମିନିଟରେ….
ପୁରୀ: ସଂରକ୍ଷଣ ତଥା ମରାମତି ପରେ ନୂଆ ରୂପ ପାଇଥିବା ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ସମସ୍ତ ବହୁମୂଲ୍ୟ ଅଳଙ୍କାର ତଥା ସାମଗ୍ରୀ ଆଜି ସ୍ଥାୟୀ ଭାବରେ ନିଆଯାଇଛିl ପୂର୍ବରୁ ଧାର୍ଯ୍ୟ ହୋଇଥିବା ଶୁଭବେଳା, ପୂର୍ବାହ୍ଣ ୧୦ଟା ୫୫ ମିନିଟରେ ଏହି କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଠିକ୍ ଅପରାହ୍ଣ ୨–ଟା ୫୫ ମିନିଟ୍ ସମୟରେ ଶେଷ ହୋଇଥିଲା l ୪ ଘଣ୍ଟାରେ ସ୍ଥାନାନ୍ତର ପ୍ରକ୍ରିୟା ଶେଷ ହୋଇଥିଲା। ଏହା ପରେ ଶ୍ରୀମନ୍ଦିର ଶୋଧ ହୋଇ ସର୍ବସାଧାରଣଙ୍କ ପାଇଁ ଦର୍ଶନ ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ।
ଶୁଭବେଳାରେ ରତ୍ନଭଣ୍ଡାର କମିଟି ତଥା ଉଚ୍ଚସ୍ତରୀୟ କମିଟି ସଦସ୍ୟମାନେ ପାରମ୍ପରିକ ପୋଷାକରେ ଶ୍ରୀମନ୍ଦିର ଜଗମୋହନକୁ ପ୍ରବେଶ କରିଥିଲେ। ମହାପ୍ରଭୁଙ୍କ ଆଶୀର୍ବାଦ ନେବା ପରେ ରତ୍ନ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ସାମଗ୍ରୀ ସ୍ଥାନାନ୍ତର ପରେ ମୂଳ ଓ ବାହାର ଭଣ୍ଡାରକୁ ତିନିଟି ଯାକ ତାଲା ପକାଇ ବନ୍ଦ କରାଯାଇଛି। ରତ୍ନ ସ୍ଥାନାନ୍ତର ପ୍ରକ୍ରିୟାର ଭିଡିଓଗ୍ରାଫି କରାଯାଇଛି। ଭିତର ଓ ବାହାର ରତ୍ନ ଭଣ୍ଡାର ଜଉମୁଦ ପରେ ସମସ୍ତ ସଦସ୍ୟ ମହାପ୍ରଭୁଙ୍କ ଦର୍ଶନ କରିଥିଲେ।
ଅନ୍ୟପଟେ ଜଷ୍ଟିସ୍ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା କମିଟିର ଦୁଇ ଜଣ ସଦସ୍ୟ ସ୍ଥାନାନ୍ତର ପ୍ରକ୍ରିୟାରେ ରହିବା ପାଇଁ ସ୍ଥିର ହୋଇଥିଲା। ଏଥିରେ ଅଧ୍ୟକ୍ଷ ଜଷ୍ଟିସ୍ ରଥ ଓ ସଦସ୍ୟ ବିଶ୍ବପ୍ରସିଦ୍ଧ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ସାମିଲ ପାଇଁ ଚିଠି ହୋଇଥିଲା। କିନ୍ତୁ ଦଳରେ କେବଳ ଜଷ୍ଟିସ୍ ରଥ ହିଁ ସାମିଲ ହୋଇଥିଲେ। ସୁଦର୍ଶନ ପଟ୍ଟନାୟକ ସାମିଲ୍ ନହେବା ନେଇ ତାଙ୍କୁ ଗଣମାଧ୍ୟମ ପଚାରିବାରୁ ସେ ଅସନ୍ତୋଷ ପ୍ରକାଶ କରିଥିଲେ ଓ ହାଇପାୱାର କମିଟି ବୈଠକ ବସିଲେ ସେଠାରେ ସେ ଏହାକୁ ଉପସ୍ଥାପନ କରିବେ ବୋଲି କହିଥିଲେ। ଉଲ୍ଲେଖଯୋଗ୍ୟ, ଗତବର୍ଷ ରଥଯାତ୍ରା ସମୟରେ ରତ୍ନଭଣ୍ଡାର ମରାମତି ପାଇଁ ଅଳଙ୍କାର ଅସ୍ଥାୟୀ ଭଣ୍ଡାରକୁ ସ୍ଥାନାନ୍ତର ହୋଇଥିଲା। ଚଳିତ ଜୁଲାଇ ୭ ତାରିଖରେ ଏଏସ୍ଆଇ ପକ୍ଷରୁ ରତ୍ନଭଣ୍ଡାର ମରାମତି ଶେଷ ହୋଇଥିଲା। ଆଜି ହୋଇଥିବା ସ୍ଥାନାନ୍ତର ପୂର୍ବରୁ ଅର୍ଥାତ୍ ଗତ ୧୯ ତାରିଖରେ ରତ୍ନଭଣ୍ଡାରକୁ ସଂସ୍କାର କରାଯାଇଥିଲା।
ଶ୍ରୀମୟୀ ମିଶ୍ରଙ୍କୁ ନିଲମ୍ବନ କଲା ବିଜେଡି, ଦଳ ବିରୋଧୀ ବୟାନ ମହଙ୍ଗା ପଡ଼ିଲା
ଦଳରେ ରହି ବିରୋଧୀ ବୟାନ ଦେବା ଶ୍ରୀମୟୀ ମିଶ୍ରଙ୍କୁ ମହଙ୍ଗା ସାବ୍ୟସ୍ତ ହୋଇଛି। ବିଜେଡି ମହିଳା ବ୍ୟାପାର ସାଧାରଣ ସଂପାଦକ ଶ୍ରୀମୟୀ ମିଶ୍ରଙ୍କୁ (ବିଜେଡି) ଆଜି ନିଲମ୍ବନ କରିଛି। ବିଜେଡି ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ ଏହା କୁହାଯାଇଛି।
ଭୁବନେଶ୍ବର: ଦଳରେ ରହି ବିରୋଧୀ ବୟାନ ଦେବା ଶ୍ରୀମୟୀ ମିଶ୍ରଙ୍କୁ ମହଙ୍ଗା ସାବ୍ୟସ୍ତ ହୋଇଛି। ବିଜେଡି ମହିଳା ବ୍ୟାପାର ସାଧାରଣ ସଂପାଦକ ଶ୍ରୀମୟୀ ମିଶ୍ରଙ୍କୁ (ବିଜେଡି) ଆଜି ନିଲମ୍ବନ କରିଛି। ବିଜେଡି ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ ଏହା କୁହାଯାଇଛି। ବିଜେଡି ଉପସଭାପତି ପ୍ରତାପ ଜେନା ଏହା ସ୍ପଷ୍ଟ କରିଛନ୍ତି।
ବିଜଡେି ଆଜି ଶ୍ରୀମୟୀ ମିଶ୍ରଙ୍କ ସମେତ ମୟୂରଭଂଜ ଜିଲ୍ଲା କପ୍ତିପଦା ବ୍ଲକ ସଭାପତି ସୁବାଷ ଚନ୍ଦ୍ର ସାୟ ଓ ମୟୂରଭଂଜର ପୂର୍ବତନ ଜିଲ୍ଲା ସଂପାଦକ ପ୍ରବୀର ଚନ୍ଦ ସାଇଙ୍କୁ ନିଲମ୍ବନ କରିଛି।
ସୂଚନାଯୋଗ୍ୟ, ଶ୍ରୀମୟୀ ମିଶ୍ର ଗୋଟିଏ ପରେ ଗୋଟିଏ ସୋସିଆଲ ମିଡ଼ିଆ ପୋଷ୍ଟ କରି ରାଜନୀତି ମହଲରେ ବିସ୍ଫୋରଣ କରିବାରେ ଲାଗିପଡ଼ିଥିଲେ। କିଛିଦିନ ତଳେ ଧୃତରାଷ୍ଟ୍ର ଓ ସନ୍ୟାସୀ ଉପାଖ୍ୟାନକୁ ନେଇ ଲେଖିଥିବା ଶ୍ରୀମୟୀ ଗତ ୨୦ ତାରିଖ ଦିନ ନାରୀଙ୍କୁ ସମ୍ମାନ ଓ ସହିବାର ସୀମା ବାବଦରେ ଉଲ୍ଲେଖ କରିଥିଲେ। ଦୁର୍ଗାପୂଜା ଓ ମା’ ଦୁର୍ଗାଙ୍କ ଆଗମନ ନେଇ ଶ୍ରୀମୟୀଙ୍କ ଏହି ବାର୍ତ୍ତାରେ ସେ ଉଲ୍ଲେଖ କରିଥିଲେ ଯେ, ‘ଆମ ସଂସ୍କୃତିରେ ଯେଉଁ ସ୍ଥାନରେ ନାରୀମାନେ ସମ୍ମାନିତ ହୁଅନ୍ତି, ସେଠାରେ ଦେବତାମାନେ ଆନନ୍ଦରେ ବାସ କରନ୍ତି। କିନ୍ତୁ ଯେଉଁଠାରେ ନାରୀମାନଙ୍କୁ ସମ୍ମାନ ଦିଆଯାଏ ନାହିଁ, ସେଠାରେ ସମସ୍ତ କାର୍ଯ୍ୟ ନିଷ୍ଫଳ ହୁଏ। ଏହି ଶ୍ଳୋକ ନାରୀର ସମ୍ମାନ ଓ ମର୍ଯ୍ୟାଦାର ମହତ୍ୱକୁ ଦର୍ଶାଏ। ଓଡ଼ିଶାର ସାଂସ୍କୃତିକ ପରଂପରାରେ ମଧ୍ୟ ନାରୀଙ୍କୁ ମା’, ଦେବୀ ଓ ଶକ୍ତି ରୂପେ ପୂଜା କରାଯାଏ, ଯେପରି ଦୁର୍ଗା ପୂଜାରେ ମା’ ଦୁର୍ଗାଙ୍କୁ ଆରାଧନା କରାଯାଇଥାଏ। ବାସ୍ତବରେ ମହିଳା ସହନଶୀଳ ହୋଇଥାନ୍ତି। କିନ୍ତୁ କ’ଣ ଏହା ଜରୁରୀ ଯେ ପ୍ରତ୍ୟେକ ପରିସ୍ଥିତିରେ ସେମାନଙ୍କ ସହନଶୀଳତାର ପରୀକ୍ଷା ନିଆଯିବ? ମା’ ଦୁର୍ଗାଙ୍କ ଆଗମନ ନାରୀ ଶକ୍ତିର ଜୟଗାନ ଓ ଅନ୍ୟାୟର ବିରୋଧରେ ସଂଘର୍ଷର ପ୍ରତୀକ। ଏହା ଆମକୁ ଶିକ୍ଷା ଦେଇଥାଏ ଯେ ନାରୀଙ୍କ ଉପରେ ଅତ୍ୟାଚାର କେବେ ସହ୍ୟ କରାଯିବା ଉଚିତ ନୁହେଁ, ଏବଂ ସେମାନଙ୍କ ସମ୍ମାନ ଓ ସଶକ୍ତୀକରଣ ପାଇଁ ସମାଜ ସବୁବେଳେ ଆଗେଇ ଆସିବା ଦରକାର ‘।
ଉଲ୍ଲେଖ ଥାଉ କି କିଛିଦିନ ତଳେ ଶ୍ରୀମୟୀ ଫେସବୁକରେ ଲେଖିଥିଲେ ଯେ ସଂସାରର ସମସ୍ତ ସୁଖ ସମ୍ଭୋଗ ଠୁଁ ଦୁରେଇ ରହିବା ବା ସମସ୍ତ ମୋହ ମାୟା ପ୍ରତି ଦୁର୍ବଳତା ନ ରଖିବା ବ୍ୟକ୍ତି ବିଶେଷଙ୍କୁ ସମାଜ ସନ୍ନ୍ୟାସୀ ରୂପେ ଗ୍ରହଣ କରେ। କିନ୍ତୁ ଏଥିରେ ସନ୍ଦେହ କିମ୍ୱା ବ୍ୟତିକ୍ରମ ହେଲେ ସମାଜ ଭଣ୍ଡ ସନ୍ନ୍ୟାସୀ ର ରୂପ ଦେବାକୁ ତିଳେ ମାତ୍ର ପଛଘୁଞ୍ଚା ଦେଇନାହିଁ। ବର୍ତମାନ ଆମସମାଜରେ ଏହିପରି ଆମେ ଅନେକ ଗୁଡ଼ିଏ ଘଟଣା ଶୁଣୁଛେ କିମ୍ୱା ଦେଖୁଛେ, ଯେଉଁମାନେ ସନ୍ନ୍ୟାସ କହି ସମସ୍ତ ସୁଖ ସ୍ଵ।ଛନ୍ଦ୍ୟ ପ୍ରତି ଲାଳାୟିତ ରହୁଛନ୍ତି। ପରମୁହୁର୍ତ୍ତ ରେ ଏକ ଭଣ୍ଡ ସନ୍ନ୍ୟାସର ଆଖ୍ୟାରେ ପରିଚୟ ପାଇ ଶିରୋନାମା ମଣ୍ଡନ କରୁଛନ୍ତି।
ସନ୍ଥ, ସନ୍ନ୍ୟାସୀମାନେ ଜ୍ଞାନ, ତ୍ୟାଗ ଓ ଭକ୍ତିର ନିଦର୍ଶନ ଦିଅନ୍ତି,ତାଙ୍କ ଜ୍ଞାନର ଆଲୋକ ଆମ ଜାତିର ଗୌରବ, ଯାହା ଅନ୍ଧକାର ମନରେ ଆଲୋକ ଉତ୍ସ ଭଳି। ବୃକ୍ଷତଳେ ବସି, ନଦୀର କୂଳେ ଧ୍ୟାନମଗ୍ନ ହୋଇ, ଶୂନ୍ୟରୁ ସମସ୍ତ ସୃଷ୍ଟିର ରହସ୍ୟ ଦେଖନ୍ତି, ଆଉ ସର୍ବୋପରି ଜଗତର ମଙ୍ଗଳ କାମନା କରନ୍ତି। ହେଲେ ଏ ଯୁଗର କିଛି ସନ୍ନ୍ୟାସୀଙ୍କ ଭାଷାରେ “ଜଗତେ ପଛେ ନର୍କେ ପଡ଼ିଥାଉ, ମୋ ଜୀବନ ଉଦ୍ଧାର ହଉ” | ଏବେ ମଧ୍ୟ କଛି ସନ୍ନ୍ୟାସୀ ଜନମଙ୍ଗଳକରି ଭାବନା ନେଇ ତପସ୍ୟା କରିଛନ୍ତି, ହେଲେ ଆଉ କିଛି ଜଗନ୍ନାଥଙ୍କ ନାମ ନେ଼ଇ ଅନ୍ୟ ପାଇଁ ଗାତ ଖୋଲିବାକୁ ଯାଇ, ନିଜେ ଗାତରେ ପଡ଼ୁଛନ୍ତି। ପୂର୍ବରୁ ପରୋକ୍ଷରେ ଦଳର ମୁଖିଆଙ୍କୁ କଟାକ୍ଷ କରିଥିବା ପରେ ବି ଚୁପ୍ ବସିନାହାନ୍ତି ଶ୍ରୀମୟୀ। ଏବେ ଏହାକୁ ନେଇ ବିଜେଡି କିଭଳି ପ୍ରତିକ୍ରିୟାଶୀଳ ହେଉଛି ଏବଂ ତାଙ୍କୁ ଦଳରୁ ନିଲମ୍ବିତ କରୁଛି କି ନା,







